ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆର୍ଥିକ ଅନିୟମିତା ସତ୍ତ୍ବେ କାର୍ଯାନୁଷ୍ଠାନ ଶୂନ

ରାଉରକେଲା: ଆର୍ଥିକ ଅନିୟମିତତା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସମବାୟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପାଇପ ପ୍ଲାଣ୍ଟ କୋ-ଅପରେଟିଭ କ୍ରେଡିଟ୍ ସୋସାଇଟିରେ ଏଭଳି ଘଟଣା ଆଧାରିତ ଖବର ମିଳିଥିବା ବେଳେ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସକାଶେ ଗୁରୁତ୍ୱ ଦିଆ ଯାଉନଥିବା ଅଭିଯୋଗ ହୋଇଛି । ଆରଏସପି ପାଖରୁ ଏହି ପ୍ରସଙ୍ଗରେ ସ୍ୱାଭାବିକ ନୀରବତା ଅବଲମ୍ବନ ହେଉଥିବା ବେଳେ ସମବାୟ ବିଭାଗ ଉଚ୍ଚସ୍ତରରେ ଏହି ପ୍ରସଙ୍ଗ ମାନ୍ଦା ପଡିଯାଇଛି.।ସୂଚନାଯୋଗ୍ୟ ଯେ, ୨୦୦୭ -୦୮ ରୁ ୨୦୧୪-୧୫ ମଧ୍ୟରେ ଦାୟିତ୍ୱରେ ଥିବା ତତ୍କାଳୀନ ସଂପାଦକ ଜାନକୀ ବଲ୍ଲଭ ପ୍ରଧାନଙ୍କ ସମୟର ଏହି ଆର୍ଥିକ ଅନିୟମିତା ଅଭିଯୋଗ ଏଵେ ଚର୍ଚାର ବିଷୟ ହୋଇଛି। ସେତେବେଳେ ସଦସ୍ୟ ମାନଙ୍କୁ ସେମାନଙ୍କ କଷ୍ଟ ଅର୍ଜିତ ଜମା ଅର୍ଥରୁ ଯଥୋଚିତ ଡିଭିଡ଼େଣ୍ଡ ବଦଳରେ ମାତ୍ର ପ୍ରାୟ ୦.୬ପ୍ରତିଶତ ଡିଭିଡ଼େଣ୍ଡ ଦିଆ ଯିବାରୁ ତାହା ସମସ୍ତଙ୍କର ସନ୍ଦେହର କାରଣ ହୋଇଥିଲା । ନିୟମ ବିରୁଦ୍ଧରେ ଯାଇ ସଦସ୍ୟ ମାନଙ୍କଠାରୁ ନଗଦ ଟଙ୍କା ନିଆଯାଇଥିଲେ ମଧ୍ୟ ଏହାକୁ ସୋସାଇଟିରେ ଜମା କରାଯାଇନଥିଲା। ବିଡମ୍ବନାର ବିଷୟ ହେଉଛି, ଜମା ସକାଶେ ସଦସ୍ୟଙ୍କ ଠାରୁ ନଗଦ ଅର୍ଥ ନ ନେବାକୁ ସୋସାଇଟିରେ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ଏହି ବ୍ୟବସ୍ଥାର ଉଲଂଘନ କରାଯାଇଥିଲା.ଶ୍ରୀ ପ୍ରଧାନଙ୍କ ପରେ ପରବର୍ତ୍ତୀ ପରିଚାଳନା ପରିଷଦକୁ ସଂପାଦକ ଭାବେ ରଘୁନନ୍ଦନ ମହନ୍ତ ଓ କୋଷାଧ୍ୟକ୍ଷ ଭାବେ କିଶୋର କୁମାର ଚୌଧୁରୀ ନିର୍ବାଚିତ ହୋଇ ଦାୟିତ୍ୱ ନେବା ପରେ ଶ୍ରୀ ପ୍ରଧାନଙ୍କ ଆର୍ଥିକ ଅନିୟମିତା ସଂପର୍କରେ ଜଣାପଡ଼ିଥିଲା ।. ଏ ସଂପର୍କରେ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସେ ଏହାକୁ ଏଡାଇଯାଇ କୌଣସି କାଗଜପତ୍ର ସୋସାଇଟିରେ ଦେଖାଇ ପାରିନଥିଲେ ବୋଲି ଅଭିଯୋଗ ହୋଇଛି । ତେଣୁ ଏହାପରେ ସୋସାଇଟି ତରଫରୁ ସଂପାଦକ ଶ୍ରୀ ମହନ୍ତ ଓ ଶ୍ରୀ ଚୌଧୁରୀ ସମବାୟ ବିଭାଗ ପଦସ୍ଥ ଅଧିକାରୀଙ୍କୁ ଜଣାଇବା ସହ ୨୭ ଅଗଷ୍ଟ ୨୦୨୦ ରେ ପୋଲିସ ଆଇଜି, ଭୁବନେଶ୍ଵର ସ୍ଥିତ ଇଓଡବ୍ଲୁ ଅଫିସରେ ଅଭିଯୋଗ କରିଥିଲେ । ଏନେଇ ଇଓଡବ୍ଲୁ ଅଫିସ ପକ୍ଷରୁ ରାଉରକେଲା ଏସପିଙ୍କୁ ଚିଠି ଲେଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେହେଁ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ଜଣାପଡିଛି । ଶ୍ରୀ ପ୍ରଧାନ ଲୋକଙ୍କ ନାମରେ ମିଥ୍ୟା ଋଣ ଦେଖାଇ ସୋସାଇଟି ଫଣ୍ଡରୁ ପ୍ରାୟ ୫୧ ଲକ୍ଷ ୩୩ହଜାର ୪୮ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଡେ-ବୁକରେ ୧୭ଲକ୍ଷ ୩୦ହଜାର ୭୪୪ଟଙ୍କା ଅଭାବ ଥିଲା ବେଳେ ଲୋକଙ୍କ ନାମରେ ମିଥ୍ୟା ବିଲ୍ କରି ୩୪ ଲକ୍ଷ ୦୨ ହଜାର ୩୦୪ଟଙ୍କା ନିଆଯାଇଛି । ଯାହାକୁ ସେ ସୋସାଇଟି ପାଖରେ ଜମା କରିନଥିବା ସମ୍ପର୍କରେ ତଥ୍ୟ ମିଳିଛି । ସ୍ବତନ୍ତ୍ର ଅଡିଟ ରିପୋର୍ଟର କପି ୧୦/୦୭/୨୦୨୦ରେ ସୋସାଇଟିକୁ ହସ୍ତଗତ ହେବା ପରେ ତତକ୍ଷଣାତ ବୈଠକ କରି ୧୩/୦୭/୨୦୨୦ ତାରିଖଦିନ କରାଯାଇ ଦାୟିତ୍ଵରେ ଥିବା ସଂପାଦକ ଶ୍ରୀ ମହନ୍ତ ଭୁବନେଶ୍ବର ସ୍ଥିତ ଅଡିଟର ଜେନେରାଲ ଅଫ୍ କୋ- ଅପରେଟିଭ ସୋସାଇଟି ଓ ରେଜିଷ୍ଟ୍ରାର ଅଫ୍ କୋ ଅପରେଟିଭ ସୋସାଇଟି, ଓଆରସିଏସ ସୁନ୍ଦରଗଡ, ଏଆରସିଏସ ପାନପୋଷଙ୍କ ନିକଟରେ ଅଭିଯୋଗ ଫର୍ଦ ପ୍ରଦାନ କରିଥିଲେ । ସେହି ଅନୁସାରେ ଡିସେମ୍ବର ୨୦୨୦ରୁ ସରଚାର୍ଯ ପ୍ରୋସିଡିଂ ଚାଲିଛି। ଇତି ମଧ୍ୟରେ ୭ ଟି ତାରିଖ ଗଲାପରେ ବି ( କେସ ନଂ ୧୫/୨୦୨୦) ର କୌଣସି ଫଇସଲା ହୋଇପାରିନଥିବା ଜଣାପଡିଛି ।ଏ ସଂପର୍କରେ ଆରଏସପି ମୁଖ୍ୟ ପରିଚାଳକ ଏବଂ ପ୍ରଶାସନକୁ ଗତ ତା୦୮/୦୯/୨୦୨୨ ରିଖରେ ଲିଖିତ ଭାବେ ଜଣାଇ ଦିଆଯାଇ କାର୍ଯ୍ୟାନୁଷ୍ଠାନ ସକାଶେ କୁହାଯାଇଛି । ପୂର୍ବରୁ ଏକ ପ୍ରତିନିଧି ଦଳ ଏଠାରୁ ଯାଇ ଭୁବନେଶ୍ୱରରେ ସମବାୟ ବିଭାଗ ନିବନ୍ଧକ (ରେଜିଷ୍ଟ୍lର) ଭେଟି ସମସ୍ତ ବିଷୟ ଅବଗତ କରାଇଥିଲେ ଓ ପୁଣି ଗତ ତା୧୬/୦୯/୨୦୨୧ ରିଖରେ ସୋସାଇଟିର କିଛି ପ୍ରତିନିଧି ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ତେଣୁ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ନିକଟରୁ ଏହି ଅର୍ଥ ଆଦାୟ କରାଯିବାପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଦାବି କରାଯାଇଛି । ଆର୍ଥିକ ଅନିୟମିତତା ପ୍ରସଙ୍ଗ ପ୍ରଚାରିତ ହେଉଥିବା ଯୋଗୁଁ ସମବାୟ ବିଭାଗ ସମାଲୋଚନାର ସମ୍ମୁଖୀନ ହେଉଛି. ଏହି ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଥିଲେ ମଧ୍ୟ କିଛି ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆ ଯାଉନଥିବାରୁ କେତେକ ବିଭାଗୀୟ ଅଧିକାରୀ ଏହି ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ନେଇ ଉଠୁଥିବା ପ୍ରଶ୍ନକୁ ସମ୍ପୂର୍ଣ୍ଣ ଏଡାଯାଇନପାରେ ବୋଲି କୁହାଯାଉଛି. ଅପରପକ୍ଷେ ସମ୍ପୃକ୍ତ ତତ୍କାଳୀନ ସମ୍ପାଦକଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳୁନଥିବା ସମଗ୍ର ଘଟଣାକୁ ଆହୁରି ଗମ୍ଭୀର କରିଛି.।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ନିମ୍ନମାନର ଖାଦ୍ୟକୁ ନେଇ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort