ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ହାଇସ୍କୁଲରେ ଉନ୍ନୟନ କାର୍ଯ୍ୟକ୍ରମ ର ସମୀକ୍ଷା

 ମୟୂରଭଞ୍ଜ -୨୮/୧୦ (ମସିହା)-ମୟୁରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଉଚ୍ଚ ବିଦ୍ୟାଳୟ ରାଇରଙ୍ଗପୁର ହାଇସ୍କୁଲର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଉକ୍ତ କମିଟିରେ ଓସେପା , ଭୂବନେଶ୍ଵର ର ମୁଖ୍ୟ ପରାମର୍ଶଦାତା ପ୍ରମୋଦ କୁମାର ନାୟକ,ଓସେପା ନୋଡାଲ୍ ଅଫିସର ସନ୍ତୋଷ କୁମାର ସାହୁ, ସିନିୟର୍ ଟେକ୍ନିକାଲ ପରାମର୍ଶଦାତା ଶ୍ରୀ ଯୁକ୍ତ ଦାଶ, ସିଭିଲ ଇଂଜିନିୟର ଏକ୍ସପୋର୍ଟ ଓମ୍ ବାଡସି ମୟୁରଭଞ୍ଜ ଅନିଲ କୁମାର ସାହୁ, ଆସିଷ୍ଟାଣ୍ଟ ଏକ୍ସିକ୍ଯୁଟିଭ୍ ଇଞ୍ଜିନିୟର ଅଂଶୁମାନ ସାମଲ, ଜୁନିୟର ଇଞ୍ଜିନିୟର ପ୍ରଶାନ୍ତ କୁମାର ଦାସ ପ୍ରମୁଖ ସାମିଲ ଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ସମସ୍ତ ସଦସ୍ୟଙ୍କୁ ସ୍ଵାଗତ କରିବାସହ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବୁଲି ଦେଖାଇଥିଲେ ଏବଂ ବିଦ୍ୟାଳୟ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। କମିଟିର ସଦସ୍ୟ ମାନେ ଵିଶେଷତଃ ଓମଵାଡିସି ର ଆର୍ଥିକ ସହାୟତାରେ ନିର୍ମାଣଧୀନ ପ୍ରକଳ୍ପ ଏବଂ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା ଓ ତଦାରଖ କରିଥିଲେ। ଛାତ୍ର ମାନଙ୍କୁ ଆଧୁନିକ ଶିକ୍ଷାଦାନ ପ୍ରଣାଳୀ ସହ ପରିଚିତ କରିବା ସହ ଟେକ୍ନୋଲୋଜିର ପ୍ରୟୋଗ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତାା , ପାନୀୟ‌ ଜଳର ସୁବ୍ୟବସ୍ଥା ଏବଂ ” ମୋ ସ୍କୁଲ ଅଭିଯାନ “କୁ ଅଧିକ ସକ୍ରିୟ କରିବାକୁ ମାର୍ଗ ଦର୍ଶନ ଦେଇଥିଲେ। କମିଟିର ସଦସ୍ୟ ମାନଙ୍କ ସହ ବିଦ୍ୟାଳୟର ଶିକ୍ଷକ ବିଜନ କୁମାର ମହାନ୍ତ, ଆଲୁମିନି ସଦସ୍ୟ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଚୋର ସନ୍ଦେହ ରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ ଘଟଣା, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ବିଦ୍ୟୁତ୍ ତାର ରେ ଲାଗି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!