ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଜାଗ ମୋ ଉତ୍କଳ ମୁନା

 

 ଜାଗ ମୋ ଉତ୍କଳ ମୁନା

 ଶିଶୁ କିଶୋରଙ୍କ ପାଇଁ

 

ଉମାକାନ୍ତ ଦାସ

 

ଜାଗରେ ଜାଗରେ ଜାଗରେ ଜାଗ

ଜାଗ ମୋ ଉତ୍କଳ ମୁନା ତୁ ଜାଗ ।।

ଜାଗି ଉଠି ରଖ ଓଡିଶା ଟେକ

ଟେକ ରଖ ଆମ ଜାତିର ଭେକ ।।

ଟିକି କଣ୍ଠେ ତୋର କରି ଆହ୍ବାନ

ତୋ ସାଥି ମାନଙ୍କୁ କର ମହାନ ।।

ନିଜ ଭାଷାରେ ତୁ ପାଠ ପଢିବୁ

ତୋ ଭାଷାକୁ ତୁହି ଉଚ୍ଚ କରିବୁ।।

ତୋ ରାଜ୍ୟ ସଂଗୀତ ମୁଖେ ଗାଇବୁ 

ନିଜ ଖେଳ କୁଦ ଭୁଲି ନ ଯିବୁ ।।

ତୋର ଏ ସଂସ୍କୃତି ଜଗତେ ବଡ଼

ଯେଉଁଠି ବୁହଇ ସଂସ୍କାର ଝଡ଼ ।।

ଆଦିଶକ୍ତି ଆମ ରାଜ୍ୟେ ବିରଜା

 ସୃଷ୍ଟି ଆରମ୍ଭରୁ ଉଡାଏ ଧ୍ବଜା ।।

ଯେଉଁଠାରେ ଠିଆ ସେ ଲିଙ୍ଗରାଜ

ତାକୁ କି କରିବ ଅକାଳ ବୋଝ ।।

ମଥାମଣି ଯାର ଶ୍ରୀଜଗନ୍ନାଥ

ଓଡ଼ିଆ ମାଟିରେ ସେ ଅବସ୍ଥିତ ।।

କଳାରେ ବିକାଶ ବିଶ୍ବେ ତା ନାମ

କୌଣାର୍କରେ ଫୁଟେ ତା କୁଟିକାମ।।

କେତେ ନଈ ନାଳ ପର୍ବତ ଭୁଇଁ

ସାତ ପାରାବାର ଗରଜୁ ଥାଇ ।।

ବଣ ବିଲ କେତେ ଗୋଚର ଖାଲ

ଖାଲି ଅଛି ତାର ନାହିଁଟି ମୂଲ ।।

ଖଣିଜ ପଦାର୍ଥେ ତା ଶରୀ ଭରା

କାହିଁକି ନ ହୁଏ ଆଗ ଡାକରା ।।

ସୀମାମାନଙ୍କରେ ପଡୋଶୀ ଖେଳ

କୁଆଡ଼େ ଗଲା ସେ ଓଡ଼ିଆ ବଳ ।।

ଯେଉଁଠୁ ସାଧବ ବୋଇତ ନେଇ

ତା ରାଜ୍ୟକୁ ଧନ ବୋହି ଆଣଇ ।।

ସମ୍ପର୍କର ସେତୁ ବାନ୍ଧି ଆସଇ

କାହିଁକି ଆଜି ସେ ଦୂରେ ରୁହଇ ।।

ଓଡ଼ିଆଙ୍କ ଭାବେ କେ ଦେଲା ଦୃଷ୍ଟି

ବିଛେଦର ବର୍ଷା କରାଇ ବୃଷ୍ଟି ।।

ଏବେ ଆଉ ନାହିଁ ସେ ପୂର୍ବ ଭାବ

ନ ଚାଲେ ବୋଲି କି ନଈରେ ନାବ।।

ଏବେ ଏହି କ୍ଷଣି ହୁଅ ସଜାଗ

ମାଟି ପାଇଁ ଛାଡ ସ୍ବାର୍ଥର ତ୍ଯାଗ।।

ଲାଲବାଗ , ଖାନନଗର

ମଙ୍ଗଳ ବାର ,ଯାଜପୁର

 

Related posts

ରାଜ୍ୟର ୧ କୋଟି ୬୮ ଲକ୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ମେଡିସିନ୍… ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

Sunil Chandra Nayak

ଜିପିଏଲ୍‌ଏଫ୍ ମିଶନଶକ୍ତି କର୍ମୀ ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ 

Sunil Chandra Nayak

କବିତା ସାହୁ   ଙ୍କ କବିତା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ 

Sunil Chandra Nayak

Leave a Comment

error: Content is protected !!