ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା

ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

ଦେଶ ହେବ ରଙ୍ଗା,ଉଡିବ ତ୍ରିରଙ୍ଗା 
ସ୍ୱାଧୀନ ଦିବସ ଦିନ, 
ସବୁ ଏକା ହୋଇ, ଏକତ୍ରିତ ହୋଇ 
ଗାଇବେ ଜାତୀୟ ଗାନ ll
ତ୍ୟାଗ ତପସ୍ୟାର, ଜୟଗାନ ସ୍ୱର 
କହିବ ଗାଇବ ଓଠ, 
ପ୍ରଗତି, ଉନ୍ନତି, ସଂସ୍କାର ସଂସ୍କୃତି,
ସ୍ମୃତି ଦେବ ନୁଆଁବାଟ ll
ମାଆ ମାଟି ପ୍ରୀତି, ସମ୍ଭିଧାନ ସ୍ଥିତି 
କୃଷି, ଶିକ୍ଷା, ସ୍ୱାସ୍ଥ୍ୟ କଥା, 
ଶିଳ୍ପ କାରିଗର, ଥଇଥାନ ସ୍ୱର 
କହିବେ ଆମର ନେତା ll
ମଉନ ନୀରବେ, ସବୁ ଶୁଣୁଥିବେ 
ତ୍ରିରଙ୍ଗା, ପତାକା କାନେ, 
ଗଗନ ପବନ, ହେବ ଗୁଞ୍ଜରଣ 
ଜୟ ଧ୍ଵନି ଉଚ୍ଚ ତାନେ ll
ମହା ପୁରୁଷଙ୍କ, ତ୍ୟାଗ ବଳିଦାନ 
କାରାବାସ ବହୁ କଥା, 
ସବୁରି ମନରେ, ଦେବସେ ପ୍ରେରଣା 
ଭରିଦେବ ଦେଶ ଚିନ୍ତା ll
ଚାଟ ହାତେ ଧରି, ତ୍ରିରଙ୍ଗାକୁ ବରି 
ହୋଇବେ ଉଚ୍ଚାଟ ଅତି, 
ନବ ପୋଷାକରେ, ସୁସଜ୍ଜିତ ବାରେ 
କହିବେ ମହିମା କୀର୍ତ୍ତି ll
ମଞ୍ଚ ଦୁଲିକିବ, ଭାଷଣ ଭାସିବ 
କରତାଳି ମାଡ, ହେବ, 
କଉତୁକ ବେଶ, ସଂlସ୍କୃତିକ ରସ 
ତନୁ, ମନ ମୋହିଦେବ ll
ତ୍ରିରଙ୍ଗା ପୀଠରେ, କେତେ ସଜବାଜ 
ଜାତି ଜାତି ଫୁଲ ନେଇ, 
ରଙ୍ଗ ବେରଙ୍ଗର ମୁରୁଜ ଜୋଟିରେ 
ସୁଶୋଭିତ ଶୋଭା ସେହି ll
ପ୍ରତିଯୋଗିତାରେ, ବିଜୟୀ ପଥରେ 
ପଥିକ ଆନନ୍ଦ ଦେଖ, 
ସରଗର ଶଶୀ, ଲଭିବାର ଖୁସି 
ହlରି ନିଏ ଶୋଷ ଭୋକ ll
ଏଥର ଉଡିବ, ତ୍ରିରଙ୍ଗା ପତାକା 
ଘରେ ଘରେ ପଲ୍ଲୀ ପୁରେ, 
କେତେ ସଜବାଜ, ହୋଇବ ମଉଜ 
ଯୋଜନାଟି ନିରନ୍ତରେ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

Related posts

ମମତା ସାହୁ ଙ୍କ କବିତା ସୁନୀଲ ଆକାଶେ ଦୁଃଖର ଛାଇ 

Sunil Chandra Nayak

ଆତ୍ମ ସୁରକ୍ଷ ତାଲିମ ଶିବିର ଉଜ୍ଜାପିତ

Sunil Chandra Nayak

ଧର୍ମଗଡ଼ ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ୨୦୨୨ ନିମନ୍ତେ ଧର୍ମଗଡ଼ ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!