ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ତ୍ରିରଙ୍ଗା

ତ୍ରିରଙ୍ଗା

ବିଜୟ କୁମାର ଜେନା

ତ୍ରିରଙ୍ଗା ପତାକା ନୁହଇଁ ସାମାନ୍ୟ
  ରଙ୍ଗ ବେରଙ୍ଗ କପଡା
ଆମ ମାଆ ଭାରତ ମାଟିର
ଅଟେ ମଥାମଣି ପରା।
କେତେ ଲହୁ ଲୁହ ଢ଼ାଳି
ବହୁ ବର୍ଷର ଶୋଷଣ, କଷଣ,
ଅତ୍ୟାଚାର ବିରୁଦ୍ଧରେ ମୋ
ଦେଶ ବାସୀ ଲଢି ଲଢି ଏଇ
ପାଇଛୁ ଯେ ସ୍ୱାଧୀନତା
ପଞ୍ଚସ୍ତରୀ ବର୍ଷ ପାଇଁ
ପାଳନ ହେଉଛି ଏଠୀ
ଅମ୍ବୃତ ମହୋତ୍ସବ
ଆକୁମାରୀ ହିମାଚଳ
ପ୍ରତି ଘରେ ଘରେ ଉଡୁଛି ତ୍ରିରଙ୍ଗା
ଶାନ୍ତି ମୈତ୍ରୀ ପ୍ରୀତି ର ପ୍ରତୀକ
ଅହିଂସା ମନ୍ତ୍ରରେ ଆମେ ଯେ ଦୀକ୍ଷିତ 
ଆମରି ତ୍ରିରଙ୍ଗା ଉଡେ ଫରଫର
ନିର୍ଭୟରେ ସୁନୀଳ ଗଗନେ
ଏକ ପତାକା, ଏକ ଜାତୀୟ ସଙ୍ଗୀତ
ଏକ ସମ୍ବିଧାନ ନେଇ
ବିଭିନ୍ନତା ମଧ୍ୟରେ ଏକତା ରହିଛି
ଏଇ ତ୍ରିରଙ୍ଗା ର ତଳେ
ଆମରି ଏକତା ଅକ୍ଷୁଣ୍ଣ ରହିବ
ଦେଶ ମାତୃକା କୋଳେ
ଏଇ ମୋ ଭାରତ ଭୂଇଁ
ତ୍ରିରଙ୍ଗା ଉଡୁଛି ଆହା କି ସୁନ୍ଦର
   ଭାରତ ବାସୀଙ୍କ
ମଥା ଯାଏ ନଇଁ ନଇଁ।
ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି,
ରଣପୁର ନୟାଗଡ

Related posts

ବୃଦ୍ଧ ଙ୍କ ଆତ୍ମହତ୍ୟ

Sunil Chandra Nayak

ଜୁନାଗଡ଼ ବ୍ଲକ ର ପୁରା ୪ ଟି ଯୋନ ରେ ବିଜେଡ଼ି ବାଜିମାତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଜ୍ୟୋତ୍ସ୍ନା

Sunil Chandra Nayak

Leave a Comment

error: Content is protected !!