ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ତ୍ରିରଙ୍ଗା

ତ୍ରିରଙ୍ଗା

ବିଜୟ କୁମାର ଜେନା

ତ୍ରିରଙ୍ଗା ପତାକା ନୁହଇଁ ସାମାନ୍ୟ
  ରଙ୍ଗ ବେରଙ୍ଗ କପଡା
ଆମ ମାଆ ଭାରତ ମାଟିର
ଅଟେ ମଥାମଣି ପରା।
କେତେ ଲହୁ ଲୁହ ଢ଼ାଳି
ବହୁ ବର୍ଷର ଶୋଷଣ, କଷଣ,
ଅତ୍ୟାଚାର ବିରୁଦ୍ଧରେ ମୋ
ଦେଶ ବାସୀ ଲଢି ଲଢି ଏଇ
ପାଇଛୁ ଯେ ସ୍ୱାଧୀନତା
ପଞ୍ଚସ୍ତରୀ ବର୍ଷ ପାଇଁ
ପାଳନ ହେଉଛି ଏଠୀ
ଅମ୍ବୃତ ମହୋତ୍ସବ
ଆକୁମାରୀ ହିମାଚଳ
ପ୍ରତି ଘରେ ଘରେ ଉଡୁଛି ତ୍ରିରଙ୍ଗା
ଶାନ୍ତି ମୈତ୍ରୀ ପ୍ରୀତି ର ପ୍ରତୀକ
ଅହିଂସା ମନ୍ତ୍ରରେ ଆମେ ଯେ ଦୀକ୍ଷିତ 
ଆମରି ତ୍ରିରଙ୍ଗା ଉଡେ ଫରଫର
ନିର୍ଭୟରେ ସୁନୀଳ ଗଗନେ
ଏକ ପତାକା, ଏକ ଜାତୀୟ ସଙ୍ଗୀତ
ଏକ ସମ୍ବିଧାନ ନେଇ
ବିଭିନ୍ନତା ମଧ୍ୟରେ ଏକତା ରହିଛି
ଏଇ ତ୍ରିରଙ୍ଗା ର ତଳେ
ଆମରି ଏକତା ଅକ୍ଷୁଣ୍ଣ ରହିବ
ଦେଶ ମାତୃକା କୋଳେ
ଏଇ ମୋ ଭାରତ ଭୂଇଁ
ତ୍ରିରଙ୍ଗା ଉଡୁଛି ଆହା କି ସୁନ୍ଦର
   ଭାରତ ବାସୀଙ୍କ
ମଥା ଯାଏ ନଇଁ ନଇଁ।
ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି,
ରଣପୁର ନୟାଗଡ

Related posts

ମ.ରାମପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ନର୍ଲା – ଗ୍ରାମ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ

Sunil Chandra Nayak

ମନ୍ଦିର ପରିଚାଳନା କମିଟି ସହ ନର୍ଲା ପୋଲିସର ବୈଠକ

Sunil Chandra Nayak

Leave a Comment

error: Content is protected !!