ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତ୍ୱର

 ରାଇଘର ୬/୮ ନବରଙ୍ଗପୁର ଜିଲା ରାଇଘର ବ୍ଲକ ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତା ବୋବେଇ ଛକ ନିକଟରେ ଏକ କାର ଦୁର୍ଘଟଣା ରେ ଜଣେ ମୃତ ହୋଇଥିବା ବେଳେ ଆଉ ଜଣେ ଗୁରୁତ୍ୱର ଓ ୪ ଜଣ ଆହାତ ହୋଇଥିବା ଜଣାପଡିଛି l  ରାଇଘରବ୍ଲକ ଗଞ୍ଜାପାରା ଗ୍ରାମର ଭରତ ରାମ ମାଳୀ (୩୪), ଗୋବିନ୍ଦ ମାଳୀ (୨୮), ଯତୀନ୍ଦ୍ର ଗଣ୍ଡ (୧୯),  ବିଶମ୍ବର ମାଳୀ (୨୮), କାମଦେବ କେଉଟ (୨୩) ଓ  ତ୍ରିନାଥ ମାଝୀ (୨୫)  ଶୁକ୍ରବାର ଦିନ ଛତିଶଗଡ ରେ ଥିବା ସିହବା ଶୈବପୀଠ କୁ ଦର୍ଶନ କରିବା ପାଇଁ ଯାଇଥିଲେ l ସେହି ଦିନ ରାଇଘର ଅଂଚଳର ଶହ ଶହ ମହିଳା ପୁରୁଷ କାଉଡ଼ିଆ ସେଠାକୁ ଯାଇ ପାଣି ଉଠାଇ ସେଠାରୁ ବାହାରିବା ପରେ ୬ ଜଣ ସେଠାରୁ ବାହାରି ଥିଲେ l ନିଜ ଘର ଗଞ୍ଜାପାରା ଫେରିବାକୁ ୪ କି.ମି. ରହିଥିବା ବେଳେ ବୋବେଇ ଛକ ନିକଟରେ ରାତି ୧୦ ଟା ସମୟରେ ଭାରସ୍ୟାମ ହରାଇ କାର (ନୋ ସିଜି ୦୬ ଏଲ୍ ୦୭୧୪ )ଘଟଣା ସ୍ଥଳରେ  ୪,୫ ଥର  ଓଲଟି ଧାନ ବିଲ ମଝିରେ ଅଟକି ରହିଥିଲା l ଘଟଣା ସ୍ଥଳରେ ଭରତ ମାଳୀ ଙ୍କ ମୃତ୍ୟୁ ଘଟିଥିଲା l ଗୋବିନ୍ଦ ମାଳୀ ଗୁରୁତ୍ୱର ରହିଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଚାରି ଜଣ ଆହାତ ଅବସ୍ଥାରେ ରାଇଘର ଚିକିସ୍ସାଳୟ ରେ ଚିକିତ୍ସା ହେଉଥିବା ଜଣା ପଡିଛି l ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବେବଛେଦ ପରେ ପରିବାର କୁ ହସ୍ତାନ୍ତର କରି କେସ ନୋ ୧୫୯/୨୨ ରେ କେସ  ରୁଜୁ କରି ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ଏସ୍ ଆଈ ରବିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଶ୍ରୀପୁର ବାଲିଘାଟରୁ ବାଲି ଚୋରା ଚାଲାଣ ବେଳେ ଧରାପଡିଲା ଦୁଇଟି ଟ୍ରାକ୍ଟର

Sunil Chandra Nayak

ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ କନ୍ଧମାଳ ଟିମ ର ଭୁବନେଶ୍ୱର ଯାତ୍ରା 

Sunil Chandra Nayak

Leave a Comment

error: Content is protected !!