ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ନାଟକ କଳା ପରିଷଦର ୨୩ତମ ବାର୍ଷିକ ଉତ୍ସବ

ନର୍ଲା (ମନିସ) ନର୍ଲା ବ୍ଳକ ରେଖପୁର ଗ୍ରାମସ୍ଥିତ ସାହିତ୍ୟ ନାଟକ କଳା ପରିଷଦର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ପଦ୍ମଲୋଚନ ଭୋଇଙ୍କ ସ୍ମୃତିରେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧିନା ସଭା ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି , ମୁଖ୍ୟ ବକ୍ତା ଭାବେ ମା ମାଣିକେଶ୍ଵରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଓ ସମ୍ମାନୀତ ଅତିଥି ରୂପେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କେସିଙ୍ଗା ବ୍ଳକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ଉପସଭାପତି ଚିତ୍ତରଞ୍ଜନ ମଣ୍ଡଳ,ବିବେକ ସେନା ଅଧ୍ୟକ୍ଷ ଶିବରାମ ନାଏକ, ନର୍ଲା ସରପଂଚ ତନୁଜା ହରପାଲ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ, ମାଣ୍ଡେଲ ସରପଂଚ ପଦ୍ମଲୋଚନ ଜାଲ, ଓଏସ୍ଏଫ୍ଇ ତ୍ରିଲୋକ୍ୟ ହରପାଳ, କେସିଙ୍ଗା କୁଣାବନ୍ଧ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ, ନିଶାଣପୁର ସରପଂଚ ମନୋଜ କୁମାର କରୁଆଁ, ଶାନ୍ତପୁର ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ପ୍ରମୁଖ ଯୋଗଦାନ କରିଥିଲେ। ସେହିପରି କବି ଙ୍କ ପାଠୋତ୍ସବରେ ନର୍ଲା ମାଉଣ୍ଟେନ ସ୍କୁଲ ଅଧ୍ୟକ୍ଷ ନବୀନ ଦାଶ,ଭୀମା ପତ୍ରିକାର ପ୍ରତିଷ୍ଠାତା ମେଦିନୀଧର ଜାନୀ, କବି ମୋହନ ଭଟ୍ଟ, ଯୁଗଲ କିଶୋର ଷଡ଼ଙ୍ଗୀ, ଜ୍ୟୋତି ପ୍ରକାଶ ଗଡତିଆ, ଆଇନଜୀବୀ ସଞ୍ଜୟ କୁମାର ଧଙ୍ଗଡା ମାଝୀ ଓ ବାଗପୁର ସରପଞ୍ଚ ଗୋପାଳ ହାତୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧିନା ସଭାରେ ଓଟିଭି କଳାହାଣ୍ଡି ସମ୍ବାଦଦାତା ରାଜକୁମାର ସିଂ ଦେଓ, ନର୍ଲା ସମାଜ ପ୍ରତିନିଧି ମନୋଜ କୁମାର ଷଡଙ୍ଗୀ, କବି ମଧୁସୂଦନ ରାଉତ, ସଂସ୍କାର ଭାରତୀ କର୍ମକର୍ତ୍ତା ହରେକୃଷ୍ଣ ଭୋଇ, କବି ମୋହନ ଭଟ୍ଟ,ଡିଲେଶ୍ଵର ରଣା, କଳାକାର ଓମ୍ ପ୍ରକାଶ ମାଝୀ,ସଦନ ପ୍ରଗଣିଆ ଓ ଆଶାକର୍ମୀ ଶାନ୍ତି ମାଝୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ। ରେଖପୁର ଗ୍ରାମର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯାଜ୍ଞସେନ ପ୍ରଧାନ ମଞ୍ଚ ପରିଚାଳନା ଓ ଶିକ୍ଷାବିତ ଶରତ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟ ନାଟକ କଳା ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ଭୋଇ,ଉପ ସଭାପତି ନୀଳକଣ୍ଠ ଦଣ୍ଡସେନା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ

Sunil Chandra Nayak

ଚୂଡ଼ାପାହାଡ଼ସ୍ଥିତ ଶିବମନ୍ଦିରରେ ଶିବ ବିବାହ ମହୋତ୍ସବ 

Leave a Comment

error: Content is protected !!