ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ -୨୦୨୨

ଉତ୍କେଲା,୦୬/୦୮/ ( ମ ନି ସ) ଶିକ୍ଷା ବିକାଶ ସମିତି ଓଡିଶା ଦ୍ବାରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଠାରେ ତା ୬/୦୮/୨୦୨୨ ଓ ତା ୭/୦୮/୨୦୨୨ ରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ର ସମସ୍ତ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟଙ୍କୁ ନେଇ ବୈଠକ ଆୟୋଜିତ ହୋଇ ଯାଇଛି ତା ୦୬ /୦୮/୨୦୨୨ ରିଖ ଉଦ୍ଘାଟନ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କେସିଙ୍ଗା ଶ୍ରୀଯୁକ୍ତ ବବୃବାହାନ ପ୍ରଧାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ବବୃବାହନ ପ୍ରଧାନ, ଶ୍ରୀମତୀ ଗାୟତ୍ରୀ ବାହିନୀ ପତି, ଉପସଭାପତି ଶିକ୍ଷା ବିକାଶ ସମିତି,ଓଡିଶା , ଶ୍ରୀ ଯୁକ୍ତ ଅଭୟ କୁମାର ଦେବତା, ସମ୍ପାଦକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ଓ ଶ୍ରୀଯୁକ୍ତ ରୂପ ସିଂ ରାଉତ, ସଭାପତି, ଶିକ୍ଷା ବିକାଶ ସମିତି ଓଡିଶା , ଦକ୍ଷିଣ ସମ୍ଭାଗ ମଂଚାସୀନ ହୋଇଥଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଦିଵଂଗତ ଶିଶୁ, ଅଭିଭାବକ ଓ ଅଭିଭାବିକା , ସଭାପତି ଓ ସମ୍ପାଦକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ବାଧୀନତାର ୭୫ ବର୍ଷର ଆଜାଦି କା ଅମୃତ ମହୋତ୍ସବକୁ ମନେ ପକାଇବାକୁ ସ୍ଥାନୀୟ ବିଦ୍ୟା ମନ୍ଦିରର ୭୫ଜଣ ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ସ୍ବାଗତ ସଂଗୀତ ଗାନ କରାଯାଇଥିଲା ।।ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ବାରା ପରିଚାଳିତ ଶ୍ରୀ ଭାରତୀ କୃଷ୍ଣ ମେଧା ପରୀକ୍ଷା ଓ ପ୍ରାଦେଶିକ ମେଧା ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଦକ୍ଷିଣ ସମ୍ଭାଗ ସଂଯୋଜକ ଶ୍ରୀ ଯୁକ୍ତ ସୁକାନ୍ତ କୁମାର ବେହେରା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତି ଓଡିଶା ଦକ୍ଷିଣ ସମ୍ଭାଗ ସଂପାଦକ ଶ୍ରୀଯୁକ୍ତ ଶ୍ରୀଧର ଶତପଥି, କୋରାପୁଟ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ସୁବ୍ରତ କୁମାର ପଟ୍ଟନାୟକ କଳାହାଣ୍ଡି ବିଭାଗ ନିରୀକ୍ଷକ ଶ୍ରୀ ଯୁକ୍ତ ବିପିନ ବିହାରୀ ମିଶ୍ର,କୋରାପୁଟ ସହ ବିଭାଗ ନିରିକ୍ଷକ ଶ୍ରୀଯୁକ୍ତ ମାଧବ ଶତପଥି ଦକ୍ଷିଣ ସମ୍ଭାଗ ପ୍ରଭାରୀ ଶ୍ରୀଯୁକ୍ତ ପ୍ରଦୀପ ମଲ୍ଲିକ ଓ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର, ଦକ୍ଷିଣ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ କର୍ଣ୍ଣ ନାଏକ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୨ଜଣ ପ୍ରଧାନ ଆଚାର୍ଯ୍ୟ ଓ ୨୮ ଜଣ ସଂପାଦକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପରିଶେଷରେ ଶ୍ରୀ ଯୁକ୍ତ ଅଭୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍କେଲା, ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

 

Related posts

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ଅବିନାଶ ମହାପାତ୍ର  ଙ୍କ କବିତା ଯୁଗ ବଦଳିଛି ଭାଇ 

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ମୋଟେର ଓ ସିର୍ଲିଗୁଡା ରେ ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

Leave a Comment

error: Content is protected !!