ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚେତନତା ଧର୍ମି କଥାବସ୍ତୁ କୁ ନେଇ ମୁକ୍ତିଲାଭ କଲା “ବଦନି” କ୍ଷୁଦ୍ର ଚଳଚ୍ଚିତ୍ର

କୋକସରା,୨୮/୧୧-( ମ ନି ସ) ଆଦିବାସୀ ବହୁଳ ଗ୍ରାମାଞ୍ଚଳର ନିଚ୍ଛକ କଥାବସ୍ତୁକୁ ନେଇ କାରୁଣ୍ଡ ପ୍ରଡକ୍ସନ ଦ୍ୱାରା ଶୁକ୍ରବାର ୟୁଟୁବ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି “ବଦନି “କ୍ଷୁଦ୍ର ଚଳଚ୍ଚିତ୍ର। କାହାଣୀ ରଚନା ପ୍ରଶାନ୍ତ ମୁନି, ପ୍ରଯୋଜନା ସୁଜାତା ନାଏକ, ପରିକଳ୍ପନା, ଚିତ୍ର ନାଟ୍ୟ ଓ ନିର୍ଦ୍ଦେଶନା ପ୍ରଦୀପ ଡି. ମାଝୀଙ୍କ ରହିଛି। କୋକସରା ବ୍ଲକ ଆମପାଣି ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ନୂଆପଡା, ଆମପାଣି ବୁଢ଼ାରଜା ପୀଠର ପ୍ରାକୃତିକ ପରିବେଶ ସହିତ ଗାଁର ନିରୀହ ଓ ସରଳ ମଣିଷଙ୍କ ନିତିଦିନିଆ ଜୀବନଚର୍ଯ୍ୟାକୁ ନେଇ ବଦନି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। “ବଦନି” କହିଲେ ଦେବାଦେବୀଙ୍କ ନିକଟରେ ସମର୍ପିତ ମାନସିକକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ରର ରୂପାୟନ କରାଯାଇଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ଗୋବର୍ଦ୍ଧନ ବାଗ, ପ୍ରଶାନ୍ତ ମୁନି, କୁମୁଦ ଚନ୍ଦ୍ର ପୁଝାରି, ଦୟାନିଧି ନାଏକ, ବିନୋଦ ସିଂ, ଦକ୍ଷ୍ୟ ସାହୁ, ଦୋଳ ଗୋବିନ୍ଦ ପୁଝାରି, ବିସମ ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ନକୁଳ ବାଣୁଆ, ବସନ୍ତ ବେଣୁପାଣି, ନିତ୍ୟାନନ୍ଦ ମାଝୀ, ବ୍ରଜ ମୋହନ ପୁଝାରି, ଛବି ଲାଲ ପୁଝାରି, ନନ୍ଦ ମାଝୀ, କୁମ ରାଉତ ଓ କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଶିଶୁ କଳାକାର ପ୍ରୀତି ରାଉତ, ବିଜେତା ବାଗ, ଦୀପମ ନାଏକ କଳାକାର ଭାବେ ନିଖୁଣ ଅଭିନୟ କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

କାଣିଗୁମା ଠାରେ ବାବା ଖଣ୍ଡୁଆଳ ଦେବଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

Sunil Chandra Nayak

ଚିଲକପୁରରେ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!