ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ ମନ୍ଦିର ଠାରେ ସଂକୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

କୋକସରା,୨୮/୧୧- (ମ ନି ସ) କୋକସରା ସରସ୍ୱତୀ ଶିଶୁ ମନ୍ଦିର ଠାରେ ରବିବାର ସଂକୁଳ ସ୍ତରୀୟ ବିଦ୍ୱତ୍ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ର କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂକୁଳ ବିଦ୍ୱତ୍ ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ, ମୁଖ୍ୟ ଆଲୋଚକ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟସାଇ ସେବା ସଙ୍ଗଠନ କର୍ମକର୍ତ୍ତା କୃପାସିନ୍ଧୁ ପଣ୍ଡା, ସଂକୁଳ ସଂଯୋଜକ ପ୍ରଧାନ ଆଚାର୍ଯ୍ୟ ଜୟପାଟଣା ଶିଶୁ ମନ୍ଦିର ବିଶ୍ୱ ଜୀବନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ର ନିଜର ଦିଗଦର୍ଶନ ଦେଇଥିଲେ। ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ, ଉତ୍ତମ କୁମାର ପଣ୍ଡା, ମହେନ୍ଦ୍ର କୁମାର ଦିଶାରୀ, ଦେବାନନ୍ଦ ଠାକୁର, କୃପାସିନ୍ଧୁ ପଣ୍ଡା, ପ୍ରତାପ ଦାସ ଅଧିକାରୀ ବିଦ୍ୱତ୍ ପରିଷଦ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ବିଜମରା ରଘୁନାଥ ଶବର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା କେନ୍ଦେରା

Sunil Chandra Nayak

ଖାତିଗୁଡା ଓ ଫଟାଗୁଡାରେ ଗଜଲଷ୍ମୀ ପୂଜା

Sunil Chandra Nayak

ରତି ନାରାୟଣ ରାଉତ ଙ୍କ କବିତା – ଉତ୍ତମ

Sunil Chandra Nayak

Leave a Comment

error: Content is protected !!