ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ ମନ୍ଦିର ଠାରେ ସଂକୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

କୋକସରା,୨୮/୧୧- (ମ ନି ସ) କୋକସରା ସରସ୍ୱତୀ ଶିଶୁ ମନ୍ଦିର ଠାରେ ରବିବାର ସଂକୁଳ ସ୍ତରୀୟ ବିଦ୍ୱତ୍ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ର କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂକୁଳ ବିଦ୍ୱତ୍ ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ, ମୁଖ୍ୟ ଆଲୋଚକ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟସାଇ ସେବା ସଙ୍ଗଠନ କର୍ମକର୍ତ୍ତା କୃପାସିନ୍ଧୁ ପଣ୍ଡା, ସଂକୁଳ ସଂଯୋଜକ ପ୍ରଧାନ ଆଚାର୍ଯ୍ୟ ଜୟପାଟଣା ଶିଶୁ ମନ୍ଦିର ବିଶ୍ୱ ଜୀବନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ର ନିଜର ଦିଗଦର୍ଶନ ଦେଇଥିଲେ। ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ, ଉତ୍ତମ କୁମାର ପଣ୍ଡା, ମହେନ୍ଦ୍ର କୁମାର ଦିଶାରୀ, ଦେବାନନ୍ଦ ଠାକୁର, କୃପାସିନ୍ଧୁ ପଣ୍ଡା, ପ୍ରତାପ ଦାସ ଅଧିକାରୀ ବିଦ୍ୱତ୍ ପରିଷଦ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ବିଜମରା ରଘୁନାଥ ଶବର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ସଂଖ୍ୟା:

Sunil Chandra Nayak

Leave a Comment

error: Content is protected !!