ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବିଧାୟକଙ୍କ ସର୍ବତ, ଥଣ୍ଡା ପାଣି ବଣ୍ଟନ

ନର୍ଲା (ମନିସ) ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ନେତୃତ୍ବରେ ରବିବାର ସାପ୍ତାହିକ ବଜାର ଦିନ ନର୍ଲା ଠାରେ ଥଣ୍ଡା ପାଣି, ସରବତ ଓ ଲେମ୍ବୁପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ କିଛି ଦିନ ହେଲା ପ୍ରଚଣ୍ଡ ଖରା ଯୋଗୁଁ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ବିଧାୟକ ଭୁପିନ୍ଦର ସିଂଙ୍କ ନିର୍ଦ୍ଦେଶକ୍ରମେ କିଛି ଦିନ ହେଲା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଥଣ୍ଡା ପାଣି ସହିତ ସରବତ ଓ ଲେମ୍ବୁପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଗତ ସୋମବାର ବାଲିପଡା ବଜାର ଦିନ ବାଲିପଡା ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ନର୍ଲା କାର୍ଯ୍ୟକ୍ରମରେ ବିଧାୟକ ଉପସ୍ଥିତ ରହି ଲୋକଙ୍କୁ ପାଣି ଓ ସରବତ ଦେଇଥିଲେ। ବ୍ଲକ ସଭାପତି ପରେଶ୍ ପଧାନ, ସଂପାଦକ ଭୋପାଳ ନାଗ, ବ୍ଲକ ଯୁବ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ , ଲିଲି ଦୀପ, ନର୍ଲା ସରପଂଚ ତନୁଜା ହରପାଲ,ଅଭୟ ଚାନ୍ଦ, ନର୍ଲା ପଞ୍ଚାୟତ ସଭାପତି କିଶୋର ମାଝୀ,ହମେଶ ଜୈନ, ପୂର୍ଣ୍ଣଚନ୍ଦ୍ର ପୂଝାରୀ, ସୁମନ୍ତ ପୂଝାରୀ,ପଙ୍କଜିନି ନାଏକ, ରାଜୀବ ସାହୁ, ଚକ୍ରଧର ଗଉଡ,କୁଲୁ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ। ପରେ ବିଧାୟକ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ରାଣିବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କରିଥିଲେ। ସ୍ଥାନୀୟ ଯୁବକ ମାନେ ନର୍ଲାରେ ଆରମ୍ଭ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ସ୍ଥିର କରାଯାଇଥିବା ସ୍ଥାନ ପରିବର୍ତ୍ତନ କରି ନର୍ଲା ନିକଟରେ ରାସ୍ତା କଡ଼ରେ ଥିବା ଦେଢ଼ ଏକର ଜମିର ସ୍କେଚ୍ ପ୍ରଦାନ କରିଥିଲେ। ଏହି ପ୍ରସ୍ତାବ ଉପରେ ସନ୍ତୁଷ୍ଟ ହେବା ସହ ଏନେଇ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେବେ ବୋଲି ବିଧାୟକ ପ୍ରକାଶ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରେଣୁ ମାଝୀଙ୍କୁ ନ୍ୟାୟ – ଆମ ଆଦମୀ ପାର୍ଟିର ଗଣଧାରଣା ୨୧ ଦିନରେ ପହଞ୍ଚିଲା

Sunil Chandra Nayak

ଶବରୀ ଶ୍ରମଣାର ପ୍ରଭୁଭକ୍ତି 

Sunil Chandra Nayak

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

Leave a Comment

error: Content is protected !!