ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନ ଙ୍କ ରେ ୭୬ ତମ ସ୍ଵାଧିନତା ଦିବସ ପାଳନ

କୋକସରା,୧୬/୮-( ମ ନି ସ) ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହୋଇଥିବା ବେଳେ ୭୬ ତମ ସ୍ୱାଧୀନତା ଦିବସ କୁ ଦେଶବ୍ୟାପୀ ପାଳନ କରାଯାଇଛି । ଏହି ଅବସରରେ କୋକସରା ସ୍ଥିତ ଗୁଡ଼ହାଣ୍ଡି ମଞ୍ଚରେ ପାଳିତ ସ୍ଵାଧିନତା ଦିବସ ପାଳନ ଅବସରରେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ଯୋଗ ଦେଇ ପତକା ଉତ୍ତୋଳନ କରିଥିବା ବେଳେ କୋକସରା ବିଡ଼ିଓ ମନୀଷା ଦାସ ଉପସ୍ଥିତ ରହିଥିଲେ। ଏହି ଅବସରରେ କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସରେ ଆୟୋଜିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ଦେଇ ସମ୍ମାନିତ କରାଯାଇଛି। ସେହିପରି କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ଵରେ ଥିବା ଦୀନ କର ପତାକା ଉତ୍ତୋଳନ କରିଥିବା ବେଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପେରେଡ଼ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ସାଂକୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଅଧ୍ୟକ୍ଷ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନେ ଦେଶଭକ୍ତି ସଙ୍ଗୀତ ଉପରେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଲଡ଼ୁଗାଁ ବସଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଙ୍ଗ ପକ୍ଷରୁ ପତାକା ଉତ୍ତୋଳନ କରାଯାଇଛି। ଡ୍ରାଇଭର ମହାସଙ୍ଘ ର ସଭାପତି ଭଗବାନ ପଟ୍ଟନାୟକଙ୍କ ସଭାପତିତ୍ୱରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, ଅବସରପ୍ରାପ୍ତ ଶିକ୍ଷକ ମୁକ୍ତେଶ୍ଵର ପଟ୍ଟନାୟକ, ସମାଜସେବୀ ପ୍ରଧାନି ବାଗ, ସାମ୍ବାଦିକ ଶରତ ରାଉତ, ବିଷମ ପାଣଗ୍ରାହୀ, ଲଛମନ ଭାଟି, ଧନସିଂ ଛତ୍ରିଆ, ଘନଶ୍ୟାମ ଜୁଏଡ଼, ବବଲୁ ଶର୍ମା, ପ୍ରମୁଖ ଉପସ୍ଥିତ ଥିଲେ। ଲଡ଼ୁଗାଁ ସମବାୟ ସମିତି ଠାରେ ସମବାୟ ସମିତିର ସଭାପତି ଅମର ଅଗ୍ରୱାଲ ପତାକା ଉତ୍ତୋଳନ କରିଥିବା ବେଳେ ପେକ୍ସ୍ ସମ୍ପାଦକ ପଦ୍ମନ ବାଗ, ଅବସର ପ୍ରାପ୍ତ ଶିକ୍ଷକ କିଶୋର ଦାସ, କିଶୋର ମହାନନ୍ଦ, ପ୍ରଶାନ୍ତ ଦାସ, ପେକ୍ସ ଡିଓ ଭଗବାନ ନାଗ ଉପସ୍ଥିତ ଥିଲେ। ଲଡ଼ୁଗାଁ ପଂଚାୟତରେ ଅନୁଷ୍ଠିତ ସ୍ଵାଧୀନ ଦିବସ ପାଳନ ବେଳେ ଲଡ଼ୁଗାଁ ସରପଞ୍ଚ ନକୁଲ ନାଏକ ପତାକା ଉତ୍ତୋଳନ କରିଥିବା ବେଳେ , ନାଏବ ସରପଞ୍ଚ ସୋଭାଗିନି ଚଣ୍ଡି, ଲଡ଼ୁଗାଁ ଆର.ଆଇ ମମତା ସାଏ, ଆର.ଆଇ ଅଫିସ କର୍ମଚାରୀ ଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା , ଅଙ୍ଗନବାଡି କର୍ମୀ, ଆଶାକର୍ମୀ ସହ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ । ଆଜାଦି କା ଅମୃତ ମହୋତ୍ସବ କୁ ବ୍ଳକ ର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି।

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଆରୁ

Sunil Chandra Nayak

ଖରିଆରରୋଡ଼ ସହର ରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ

ସମ୍ମାନିତ ଅତିଥି ଆସନ ଅଳଙ୍କୃତ କଲେ ବାହାନଗା ସାମ୍ବାଦିକ 

Sunil Chandra Nayak

Leave a Comment

error: Content is protected !!