ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣ ରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ

କୋକସରା,୧୬/୮-( ମ ନି ସ) ଭାଲୁ ଆକ୍ରମଣରେ ମହିଳା ଗୁରୁତର ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ର ମହିଳା କ୍ଷୀର ଚଳାନ ମଙ୍ଗଳବାର ସକାଳୁ ଜଙ୍ଗଲକୁ ଲାଗି ରହିଥିବା ନିଜ ଚାଷଜମିକୁ ଯାଉଥିବା ସମୟରେ ଜଙ୍ଗଲ ନିକଟରେ ଅତର୍କିତ ଭାବେ ଭାଲୁ ଆକ୍ରମଣର ଶିକାର ହୋଇ ଚିତ୍କାର କରିଥିଲେ । ନିକଟସ୍ଥ ଚାଷଜମିରେ କାମ କରୁଥିବା ଲୋକମାନେ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବା କାରଣରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆମପାଣି କନ୍ଦାଗଡ଼ ବିଟ ଜଙ୍ଗଲ ବିଭାଗ ଫରେଷ୍ଟ ଗାର୍ଡ ପହଞ୍ଚି ତଦନ୍ତ ଜାରି ରଖିବା ସହ ଗୁରୁତର ମହିଳା ଙ୍କ ଚିକିତ୍ସା କରିବା ସହ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଳି କହିଛନ୍ତି।

Related posts

ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା ଅନୁଷ୍ଠିତ

ଭବାନୀପାଟଣା ଠାରେ ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ସମ୍ବଧୀୟ ଦୁଇ ଦିନିଆ ତାଲିମ ଶିବିର 

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା କାହାକୁ ଦେବୁନି ଜଣେଇ

Sunil Chandra Nayak

Leave a Comment

error: Content is protected !!