ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତମ୍ବାଛଡା ଜ୍ଞାନ ମନ୍ଦିର ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ଧର୍ମଗଡ:୨୬/୭/୨୨:କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତମ୍ବାଛଡା ସ୍ଥିତ ଜ୍ଞାନ ମନ୍ଦିର ଠାରେ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । ରବିଶଙ୍କର ଜି ଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ତରଫରୁ ସମସ୍ତ ଜ୍ଞାନ ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଉଥିବା ବେଳେ ଆଜି ତମ୍ବାଛଡା ଜ୍ଞାନ ମନ୍ଦିର ର ୧୨୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଇଥିଲା ।. ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ସେନାପତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଆଶୁତୋଷ ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ଢଗ ନାଏକ, ସଂସ୍କାର ପବ୍ଲିକ ସ୍କୁଲ ଧର୍ମଗଡର ପ୍ରତିଷ୍ଠାତା ୟୁଗେସ ତାଣ୍ଡି, ଜ୍ଞାନ କମ୍ପୁଟର ଧର୍ମଗଡ ର ପରିଚାଳକ କମଳା କାନ୍ତ ବିହାରୀ, ଡାକେଶ୍ୱର ଲହଜଲ, ସମେତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସମୀର କୁମାର ପଟ୍ଟଯୋଶୀ, ଜିଲ୍ଲା ସଂଯୋଜକ ଜନ୍ମେଜୟ ନାଏକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଦିବ୍ୟାଙ୍ଗ ଙ୍କୁ କମ୍ବଳ ଓ ବିସ୍କୁଟ ବଣ୍ଟନ

Sunil Chandra Nayak

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

କବିତା ସାହୁ ଙ୍କ କବିତା ପରଂବ୍ରହ୍ମ ଶ୍ରୀ ଜଗନ୍ନାଥ 

Leave a Comment

error: Content is protected !!