ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଡଦୁନ୍ଦୁ ଗ୍ରାମରେ ସଂଖ୍ୟାଲଘୁ ତରଫରୁ ସ୍ବାଧିନତା ଦିବସ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ମୟୂରଭଞ୍ଜ -୧୬/୮/୨୨(ମସିହା) ୭୫ତମ ସ୍ବାଧୀନତା ଦିବସର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଦୁନ୍ଦୁଗ୍ରାମର ବରିଷ୍ଠ ସମାଜସେବୀ ମହମ୍ମଦ ଆନୱାରୁଲ ହକଙ୍କ ଅଧ୍ୟକ୍ଷତାରେ ଦୁନ୍ଦୁ ସମଦାନୀ – ଜାମା ସେ – ମସଜିଦ ଏଙ ମଦ୍ରାସା ଆହଲେ – ସୁନ୍ନତ୍ – ବାବୁଲ ଇଲମେ ଓ ମଦ୍ରାସା ଜାମିଆ- ମାମବାଉଲ- ଉଲୁମ- ସେରାଜୀଆ ଏସବୁ ପବିତ୍ର ଜାଗା ଗୁଡିକରେ ଦେଶର ପବିତ୍ର ତ୍ରିରଙ୍ଗା ପତାକା ଉତ୍ତୋଳନ କରିସାରିବା ପରେ ଏକ ବିରାଟ ହର ଘର ତ୍ରିରଙ୍ଗାର ବାଇକ୍ ରେଲି ବାହାର କରି ଦୁନ୍ଦୁ ପଞ୍ଚାୟତର ସମସ୍ତ ଗାଁ କୁ ବୁଲିଥିଲେ। ଏଥିରେ ମୁଖ୍ୟ ଭୂମିକା ଲିଭାଇଥିଲେ ଦୁନ୍ଦୁ ମୁସଲିମ୍ କମିଟିର ସେକ୍ରେଟାରୀ ମହମ୍ମଦ ଇରଫାନ୍, ମଦ୍ରାସା କମିଟିର ସେକ୍ରେଟାରୀ ମହମ୍ମଦ କାମାଲ୍, ମସଜିଦ କମିଟିର ସେକ୍ରେଟାରୀ ମହମ୍ମଦ ସାଲାଉଦ୍ଧିନ୍ ଏବଂ କେତେକ ଦୂଢ ଦେଶଭକ୍ତ କାର୍ଯ୍ଯକର୍ତ୍ତା ମହମ୍ମଦ ଜିସାନ, ମହମ୍ମଦ ସାହୁଦ୍, ମହମ୍ମଦ ନାଇମ୍, ମହମ୍ମଦ ଆତିଫ୍, ସମସ୍ତଙ୍କୁ ଶାନ୍ତିଶୃଙ୍ଖଳା ଓ ପବିତ୍ରତା ହିସାବରେ ବୁଲାଇ ରେଲିକୁ ସମାପ୍ତ କରାଇଥିଲେ। ମୌଲାନା ଓ ମୁଫ୍ତି ଆରିଫ୍ ଜାମାଲ୍ ତାଙ୍କ ମଦ୍ରାସାର ସମସ୍ତ ପିଲାମାନଙ୍କ ହାତରେ ପବିତ୍ର ତ୍ରିରଙ୍ଗା ପତାକା ଧରାଇ ମହମ୍ମଦ ଆନୱାରୁଲ ହକଙ୍କ ପରାମର୍ଶରେ ସମ୍ପୁର୍ଣ୍ଣ ଦୁନ୍ଦୁଗ୍ରାମରେ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ରିପୋର୍ଟ

Related posts

ନବ କୁମାର ଦାସ ଙ୍କ କବିତା ପ୍ରୀତି ଦରଜ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମାନବ କଲ୍ୟାଣ

ଚନ୍ଦ୍ରକଳା ଦେବୀ ଙ୍କ କବିତା ମାତୃରୂପିଣୀ ମା

Leave a Comment

error: Content is protected !!