ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମ ପରାୟଣଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

କୋକସରା,୧୮/୧୧ (ମ ନି ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌରଚନ୍ଦ୍ର ପଣ୍ଡାଙ୍କ ମଝିଆ ଭାଇ ପର୍ଶୁରାମ ପଣ୍ଡା (୭୩)ବର୍ଷ ବୟସରେ ବାନେର ପଞ୍ଚାୟତ ପିପଲଗୁଡା ଗାଁ ସ୍ଥିତ ନିଜ ଚାଷଜମିକୁ ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ହୃଦଘାତରେ ପରଲୋକ ହୋଇ ଯାଇଛି । ସେଜଣେ ଧର୍ମ ପରାୟଣ, ପରୋପକାରୀ ଓ କର୍ମଠ ବ୍ୟକ୍ତି ରହିଥିଲେ। ତାଙ୍କର ଏକମାତ୍ର ପୁଅ ରାଧେଶ୍ୟାମ ପଣ୍ଡା ମୁଖାଗ୍ନି ଦେଇଥିଲେ। ତାଙ୍କ ଶବଧାରରେ ଝିଅ ଜ୍ବାଇଁ, ଜ୍ଞାତି କୁଟୁମ୍ବ, ଗ୍ରାମବାସୀ ସମେତ ଆଖ ପାଖ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Related posts

କେଗାଁ ଥାନା ଓ ଜନକଲ୍ୟାଣ ସାମ୍ବାଦିକ ସଂଘ ର ଉତ୍କଳ ଦିବସ ପାଳନ

Sunil Chandra Nayak

ସର୍ପ ଦଂଶନରେ ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ରଙ୍କ ଦେହାନ୍ତ

Sunil Chandra Nayak

ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ସ୍ବାଗତ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!