ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୌଚ ହେବା କୁ ନଦୀ କୁ ଯାଇ ପାଣି ରେ ପଡି ବୃଦ୍ଧ ମୃତ

ଚନ୍ଦାହାଣ୍ଡି ୨୦/୧୦(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ସେମଲାପଡା ଗ୍ରାମ ର ମୁରା ମାଝି (୫୫) ନାମକ ଜଣେ ବୃଦ୍ଧ ଆଜି ସକାଳ ସମୟ ରେ ନିକଟସ୍ଥ ଭଣ୍ଡାରି ନଦୀ କୁ ଶୌଚ ହେବା କୁ ଯାଇ ପାଣି ରେ ଗୋଡ ଖସି ନଦୀ ପାଣି ରେ ବୁଡିକି ମ୍ରୁତ୍ୟୁ ବରଣ କରି ଥିବା ନେଇ ମ୍ରୁତକ ଙ୍କ ନାତି ପବିତ୍ର ମାଝି ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଅଭିଯୋଗ ଦେଇ ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଚନ୍ଦାହାଣ୍ଡି ଥାନା ୟୁଡି କେଶ ନଂ ୧୫/୨୨ ନୁସାରେ ଏକ ଅପମ୍ରୁତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଭାର ଏସ୍ ଆଇ ସମୀର କୁମାର ପ୍ରଧାନ କୁ ଦିଆ ଯାଇ ଥିବା ସୁଚନା ଦେଇଛନ୍ତି । ମ୍ରୁତକ ଜଣକ ଅସହାୟ ଗରୀବ ଶ୍ରେଣୀ ର ଲୋକ ହୋଇ ଥିବା ରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

 ପୋଲିସ ସୂତ୍ର ନୁସାରେ ସେମଲାପଡା ଗ୍ରାମ ର ସୋରିପଡା ର ମୁରା ମାଝି ଆଜି ସକାଳେ ଉଠି ସବୁ ଦିନ ପରି ନିକଟସ୍ଥ ଭଣ୍ଡାର ନଦୀ କୁ ଶୌଚ ହେବା ପାଇଁ ଯାଇ ଥିଲେ । ମୁରା ଶୌଚ ପାଇଁ ନଦୀ ପାଣି କୁ ଓଲ୍ଲାଇବା ସମୟ ରେ ହଟାତ ତାଙ୍କ ର ଗୋଡଖସି ସେ ନଦୀପାଣି ରେ ପଡି ଯାଇ ଥିଲେ । ସେଠାରେ କୌଣଷି ଲୋକ ନଥିବାରୁ ମୁରା ମାଝି ଙ୍କୁ କେହି ନଦିପାଣି ରୁ ଉଧାର କରିପାରି ନଥିଲେ ଯାହାଫଳ ରେ ସେଠାରେ ହିଁ ସେ ଆଖି ବୁଜି ଦେଇ ଥିଲେ । ନଦୀ ରେ ମୁରା ପାଣି ରେ ବୁଡି ମରି ପଡି ଥିବା ଦେଖି କିଛି ଲୋକ ପରିବାର ଲୋକ ଙ୍କୁ ଖବର ଦେବା ପରେ ପରିବାର ଲୋକେ ସେଠାକୁ ଯାଇ ମୁରା କୁ ପାଣି ରୁ ଉଧାର କରି ଥିଲେ । ଗ୍ରାମବାସୀ ଙ୍କ ସହ ମ୍ରୁତକଙ୍କ ନାତି ପବିତ୍ର ମାଝି ଚନ୍ଦାହାଣ୍ଡି ଥାନା ରେ ଏତଲା ଦେବା ପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏସ୍ ଆଇ ସମୀର କୁମାର ପ୍ରଧାନ ଘଟଣା ସ୍ଥଳ କୁ ଯାଇ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇ ଥିଲେ । ବ୍ୟବଛେଦ ପରେ ଶବ ପରିବା ର ଲୋକ ଙ୍କୁ ହସ୍ତାନ୍ତର କରିଥିବା ନେଇ ତଦନ୍ତ ଅଧିକାରୀ ଏସ୍ ଆଇ ସମୀର କୁମାର ପ୍ରଧାନ ପ୍ରକାଶ କରିଥିଲେ । ଚନ୍ଦାହାଣ୍ଡି ସରପଂଚ ଶ୍ରୀମତୀ ଗଙ୍ଗେଶ୍ୱରୀ ପୂଜାରୀ ମ୍ରୁତକ ପରିବା ର ଲୋକଙ୍କୁ ଭେଟି ହରିଶ୍ଚନ୍ଦ୍ର ଯୋଯନା ରୁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରି ଥିବା ପରିବାର ଲୋକେ ସୂଚନା ଦେଇ ଛନ୍ତି । ନଦୀ ରେ କମ୍ ପାଣି ଥିବା ରୁ ମୁରା ମାଝିି ମୁଣ୍ଡ ବୁଲାଇ ପାଣି ରେ ପଡି ଅଚେତ ହୋଇ ପାଣି ରେ ବୁଡି ମ୍ରୁତ୍ୟୁ ହୋଇ ଥାଏ ପାରେବୋଲି ପୋଲିସ ଅନୁମାନ କରୁଛି । ଏ ଦିଗରେ ପ୍ରଶାସନ ତୁରନ୍ତ ଦ୍ରୁଷ୍ଟି ଦେଇ ସହାୟତା ପ୍ରଦାନ କରିବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କଲ୍ୟାଣୀ କଳା କେନ୍ଦ୍ରର ଆଇ କାନ ଡ୍ୟାନ୍ସ ଅନୁଷ୍ଠିତ

Sunil Chandra Nayak

ନର୍ଲା ବ୍ଲକରେ ନୂତନ ବିଡ଼ିଓ ଭାବରେ ବାସନ୍ତି ସେଠୀଙ୍କ ଯୋଗଦାନ, ଭବ୍ୟ ସ୍ୱାଗତ କଲେ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ କର୍ମଚାରୀ

Sunil Chandra Nayak

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସାମାଜିକ କର୍ମୀ 

Sunil Chandra Nayak

Leave a Comment

error: Content is protected !!