ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି

ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି….

ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଓଡିଆ ଭାଷା ପ୍ରତି ଆଗ୍ରହ କମି କମି ଯାଉଛି । ଆଉ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । କେବଳ ହଷ୍ଟେଲ ଫି ଦେଇ ସେମାନେ ପାଠ ପଢିପାରିବେ । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ଏବଂ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

ଓଡିଆ ଭାଷା ପ୍ରତି ଆଗ୍ରହ ଓ ସମ୍ମାନ ବଢାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । କେବଳ ହଷ୍ଟେଲ ଫି ଦେଇ ସେମାନେ ପାଠ ପଢିପାରିବେ । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ଏବଂ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ । ପୂର୍ବରୁ ପ୍ରଥମ ବର୍ଷ ଆଡମିଶନ ବାବଦରେ ଛାତ୍ରଛାତ୍ରୀଙ୍କୁ ୩ ହଜାରରୁ ୪ ହଜାର ଟଙ୍କା ଦେବାକୁ ପଡୁଥିଲା । ପରବର୍ତ୍ତୀ ଦୁଇବର୍ଷ ଲାଗି ରି-ଆଡମିଶନ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ଲେଖାଁଏ ଦେଉଥିଲେ ଛାତ୍ରଛାତ୍ରୀ । ଏବେ ଓଡିଆ ଅନର୍ସ ନେଇ ପାଠ ପଢିଲେ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ଓଡିଆ ଭାଷା ପ୍ରତି କମୁଛି ଆଗ୍ରହ…
ଅଧ୍ୟାପକ ନାହାନ୍ତି କି ନିଯୁକ୍ତି ନାହିଁ….

ଓଡିଆ ଭାଷା ବେଶ ପୁରୁଣା ଭାଷା ଓ ଅନ୍ୟ ଭାଷାଠାରୁ ମାଧୁର୍ଯ୍ୟପୂର୍ଣ୍ଣ । କିନ୍ତୁ ଗତ କିଛି ଦିନ ମଧ୍ୟରେ ଓଡିଆ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମିଯାଉଛି । ଏହାର କାରଣ ହେଉଛି…

ଶିକ୍ଷାନୁଷ୍ଠାନରେ ଓଡିଆ ଭାଷାକୁ ପ୍ରୋତ୍ସାହନ ଦିଆଯାଉନାହିଁ
କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟାପକ ପଦ ଖାଲିପଡିଛି।
ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକ ସାହିତ୍ୟ ପଢାଉଛନ୍ତି….
ପିଲା ଓଡିଆ ପାଠ ପଢିବା ପରେ ନିଯୁକ୍ତି ସୁଯୋଗ ଆଦୌ ନାହିଁ…
ଇଂରାଜୀ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢୁଛି

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ଓଡିଆ ଭାଷା ଅବହେଳିତ ହେଉଥିବା ବାରମ୍ବାର ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ଫି ଛାଡିଦେଲେ ଓଡିଆ ଭାଷା ପ୍ରତି ଆଗ୍ରହ ଓ ସମ୍ମାନ ଯେ ବଢିବ, ସେ ନେଇ ମଧ୍ୟ ସନ୍ଦେହ ରହିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଗଣମାଧ୍ୟମ ନଜର ରେ ପୁଜାରୀଗୁଡ଼ା _ ହରଡ ଘଣା ରେ ଯୋଗାଣ ସହାୟକ

Sunil Chandra Nayak

ଏମ୍ ରାମପୁର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ ବିଜ୍ଞାନୀ ମାନବ

Sunil Chandra Nayak

Leave a Comment

error: Content is protected !!