ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡମ୍ବରୁଧର ବେହେରାଙ୍କୁ  ବ୍ରହ୍ମପୁର ମହାନଗର ନିଗମ ମହୋତ୍ସବ ସାହିତ୍ୟ ସମ୍ମାନ (୨୦୨୨)

ବ୍ରହ୍ମପୁର -:( ମ ନି ସ)  ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ବଡ଼ସାହି ଠାରେ ଜନ୍ମ ଗ୍ରହଣ କରିଥିବା ନବୋଦୟ ବିଦ୍ୟାଳୟ(ଓଡ଼ିଆ ଶିକ୍ଷକ)ଜିଲ୍ଲା – ଗଜପତି,ପିତା ସ୍ବର୍ଗତ ଲକ୍ଷ୍ମନାରାୟଣ ବେହେରା ଓ ମାତା ପାର୍ବତୀ ବେହେରାଙ୍କ ପୁତ୍ର ଶ୍ରୀ ଡମ୍ବରୁଧର ବେହେରାଙ୍କୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ମଇ ୧୬ ତାରିଖରୁ ମଇ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ – ୨୦୨୨ ସାହିତ୍ୟ ମହାସନ୍ଧ୍ୟାରେ ସାହିତ୍ୟ ପ୍ରତି ଭଲପାଇବା ଏବଂ ସ୍ବତନ୍ତ୍ର ପ୍ରତିଭାକୁ ସସନ୍ମାନ ସ୍ଵୀକୃତି ଜଣାଇ ଚଳିତ ବର୍ଷ  ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ – ୨୦୨୨ ରେ ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ସମ୍ମାନିତ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ କରକମଳରେ ସମ୍ମାନିତ କରାଯାଇଛି। ଏଥିପାଇଁ ଶ୍ରୀ ବେହେରା ଏହି ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼, ସମ୍ପାଦକ ଗୋପାଳପଟ୍ଟନାୟକ ଏବଂ ମିହିର ତ୍ରିପାଠୀ (ସଂଚାଳକ ତଥା ପରିଚାଳକ)ଙ୍କୁ ସାଧୁବାଦ ସହ ଧନ୍ୟବାଦ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ମଞ୍ଚାସିନ ଥିଲେ।  ନିକଟ ଅତୀତରେ ଶ୍ରୀ ବେହେରାଙ୍କୁ  ବ୍ରହ୍ମବେତ୍ତା ସାହିତ୍ୟ ସଂସ୍ଥାନ ଡୁଡୁକା, ବଲାଙ୍ଗୀର ତରଫରୁ ଜାଜ୍ଵଲ୍ୟମାନ ଜ୍ୟୋତିଷ୍କ ସମ୍ମାନରେ(୨୦୨୨) ଅଭିଷିକ୍ତ କରାଯାଇଥିଲା।ଏଥିପାଇଁ ତାଙ୍କୁ ନିଜ ଜନ୍ମଭୂମି ସୁରଳ ଏବଂ କର୍ମଭୂମି ପାରଳାଖେମୁଣ୍ଡି ଠାରେ ସାଙ୍ଗସାଥୀ,ସହକର୍ମୀ ତଥା ବନ୍ଧୁ ପରିଜନଙ୍କ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରକାଶଥାଉ କି ଶ୍ରୀ ଡମ୍ବରୁଧର ବେହେରା ଜବାହାର ନବୋଦୟ ବିଦ୍ୟାଳୟ ଓଡ଼ିଆ ବିଭାଗର ଶିକ୍ଷକ ରୂପେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି।ସେ ପେଶାରେ ଜଣେ ଶିକ୍ଷକ ହେଲେ ହେଁ ନିଶାରେ ଓଡ଼ିଆ ଭାଷା ଓ ସାହିତ୍ୟର ଜଣେ ସୁଲେଖକ।ବିଭିନ୍ନ ଓଡ଼ିଆ ଦୈନିକ ଖବର କାଗଜ , ସାପ୍ତାହିକ ତଥା ପତ୍ରପତ୍ରିକାରେ ଅନେକ ପ୍ରକାରର ଲେଖା ପ୍ରକାଶ ପାଇ ଆସୁଅଛି।

Related posts

ଲୁଟ୍ ହେଉଛି କେନ୍ଦୁ କାଠ, ମାଫିଆ ଙ୍କୁ ସୁରକ୍ଷା ଦେଉଛି ବନାଞ୍ଚଳ ଅଧିକାରୀ

Sunil Chandra Nayak

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ବିଶ୍ୱ ମାତୃଦିବସ ଅବସରରେ

Leave a Comment

error: Content is protected !!