ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାପାଟ – ବିଦ୍ୟୁତ ବିଭାଗ ର ଖେଳ ଉପଭକ୍ତା ଙ୍କ କାଳ

କର୍ଲାପାଟ :୨୩/୫- (ମ ନି ସ )କେନ୍ଦ୍ର ଓ ରାଜ୍ଯ ସରକାର ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ବିପିଏଲ ପରିବାରକୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ, ସେ ଅନୁସାରେ ସର୍ଭେ କାର୍ଯ୍ଯ ମଧ୍ୟ ଶେଷ କରି ବୋର୍ଡ ମିଟର ବଲବ୍ ମାଗଣାରେ ଘରେ ଘରେ ଲଗାଇ ଦିଆଗଲା। ବିଜୁଳି ସଂଯୋଗ ମଧ୍ୟ ହେଲା ଗରିବ ପରିବାର ବେଶ୍ ଖୁସ। ଏପରିସ୍ଥିତିରେ ସମୟର ପରିବର୍ତ୍ତନ ହେବାପରେ ସରକାର ଓଡିଶା ବିଦ୍ଯୁତ ନିଗମକୁ ଟାଟା କମ୍ପାନୀଙ୍କ ହାତକୁ ଟେକି ଦେଲେ। ଏହାରି ଫଳରେ ଗରିବ ପରିବାରଙ୍କ ଉପରେ ଏକପ୍ରକାର ବୋଝ ଲଦି ଦିଆଗଲା ଭଳି ଘଟଣା ଘଟିଲା। ସେଠୁ ଆରମ୍ଭ ହେଲା ଗରିବ ବିଦ୍ଯୁତ ହିତାଧିକାରୀଙ୍କୁ ବିଲ ଦେଇ ଟଙ୍କା ଆଦାୟ ହେଲା, ତଥାପି ଲୋକେ ବିଲ ପୈଠ କରିବା ପାଇଁ ବାଧ୍ଯ ହେଲେ। ଗରିବଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବା ଏକ ମିଥ୍ଯା ପ୍ରତିଶ୍ରୁତି ହିଁ ପାଲଟିଯାଇଛି। ଗରିବ ଶୋଷଣ ନିତି ଯୋଗୁଁ ହିତାଧିକାରୀ ବିଜୁଳି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କମ୍ ବିଜୁଳି ବ୍ଯବହାର କରୁଥିବା ବେଳେ ଅଧିକା ବିଲ ମଧ୍ୟ ଆସୁଥିବା କୁହାଯାଏ। ଗ୍ରୀଷ୍ମ ପ୍ରବାହରେ ଏବେ ଲୋକେ ଗରମରେ ନୟାନ୍ତ ହୋଇପଡିଲେଣି। ଏହି ସମୟରେ ପୁଣି ବିଜୁଳି କାଟିଦିଆଯାଏ ତେବେ ଲୋକଙ୍କ ଜୀବନ କେମିତି ହେଉଥିବ ତାହା ଅନୁଭବୀ ହିଁ ବୁଝିପାରୁଥିବେ। ବିଦ୍ଯୁତ ବିଭାଗକୁ ସମ୍ପୂର୍ଣ୍ଣ ଭାବରେ ସରକାର ଘରୋଇକରଣ କରିଥିବାରୁ ସେଥିରେ କାର୍ଯ୍ଯ କରୁଥିବା କର୍ମଚାରୀ ମାନଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମନଇଛା ସେମାନେ ହିତାଧିକାରୀଙ୍କ ବିଜୁଳି କାଟି ଦେଉଥିବା ଅଭିଯୋଗ ହେଉଅଛି। ଏପରି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜିଲାଗାଁରୁ। ଜିଲାଗାଁରେ ୨୨ ଘର ରହିଥିବା ବେଳେ ୧୬ ଆଦିବାସୀ ଗରିବ ପରିବାର ବସବାସକରିଛନ୍ତି। ସମସ୍ତେ ବିପିଏଲ ପରିବାର ହୋଇଥିବାରୁ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ବିଜୁଳି ଯୋଗାଇ ଦିଆଯାଇଥିଲା। ସେମାନେ ବେଶ୍ ଖୁସିରେ ବିଜୁଳି ବ୍ଯବହାର କରି କିଛି କିଛି ବିଲ ମଧ୍ୟ ପୈଠ କରିଆସୁଥିଲେ। କିନ୍ତୁ ବିଦ୍ଯୁତ ବିଭାଗ କର୍ମଚାରୀ ମାନେ ତାଙ୍କ ମନଇଚ୍ଛାରେ ଜିଲାଗାଁକୁ ଯାଇ ସମସ୍ତଙ୍କର ଘରୁ ବିଜୁଳି କାଟିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଏହି ଗାଁର ବିଜୁଳି ଜଳୁନାହିଁ। ଏହି ଗ୍ରୀଷ୍ମ ପ୍ରବାହ ସମୟରେ ବିଜୁଳି କାଟିବା କେତେ ଯେ ଭୟଙ୍କର ପରିସ୍ଥିତି କହିବାକୁ ନାହିଁ। ବିଭାଗ ଜାଣିଶୁଣି ଲୋକଙ୍କୁ ବିଭିନ୍ନ ଦିଗରୁ ହଇରାଣ କରୁଥିବା ବିଷୟରେ ଲୋକେ ପ୍ରକାଶ କରିଛନ୍ତି। କାହାକୁ କିଛି ନ ଜଣାଇ ବିଜୁଳି କାଟିବା ବିଷୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ବିଶେଷ କରି ଏହି ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ପ୍ରଭାବିତ ହୋଇଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ରାତିରେ କୋମୋଳମତୀ ଛାତ୍ରଛାତ୍ରୀଙ୍କ ପାଠପଢାରେ ଯନ୍ତ୍ରଣା ଦାୟକ ପରିସ୍ଥିତି ଉପୁଜୁଥିବା ଜଣାପଡିଛି। ଗରମ ସାଙ୍ଗକୁ ମଶାମାଛିଙ୍କ ଉତ୍ପାତ ବୃଦ୍ଧି ଆହୁରି ଦ୍ବିଗୁଣିତ କରୁଛି। ସରକାର କାହିଁକି ଏହି ଗରିବ ଲୋକଙ୍କୁ ଧକ୍କା ଦେଲେ, ମାଗଣାରେ ବିଜୁଳି ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ବିଜୁଳି ସେବାରୁ ଲୋକଙ୍କୁ ବଞ୍ଚିତ କଲେ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ତେବେ ଏହି ଜିଲାଗାଁକୁ ଜରୁରୀକାଳୀନ ବିଜୁଳି ସଂଯୋଗ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

  କର୍ଲାପାଟ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ

 

Related posts

ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ବିଜେଡି ପକ୍ଷରୁ ବହଳଦା ବିଡିଓ’ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ନୂଆପଡା ଜିଲ୍ଲା ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!