ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ସ୍ଥାନ ପାଇଲେ ସୁନ୍ଦରଗଡ଼, ଯାଜପୁର ଓ ଜଗତସିଂହପୁର ଜିଲ୍ଲା

ବାଲେଶ୍ବର,୨୨/୫/୨୨– କବି କବୟିତ୍ରୀ ମାନଙ୍କ ଠାରୁ ଧୀରେ ଧୀରେ ଗଦ୍ଯ ସାହିତ୍ୟ ଦୂରେଇ ଯାଉଥିବା ବେଳେ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ । ଏହି ଅନୁଷ୍ଠାନ କେବଳ ଓଡିଶା ନୁହେଁ ଭାରତ ବାହାରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ହୃଦୟକୁ ମଧ୍ୟ ଜୟ କରିପାରିଛି ସୋସିଆଲ ମିଡିଆ ମାଧ୍ୟମରେ । ଗଦ୍ଯ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ରାଜ୍ୟ ସ୍ତରୀୟ ସାପ୍ତାହିକ, ପାକ୍ଷିକ ଓ ମାସିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଯେଉଁଥିରେ କି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସାହିତ୍ଯିକା/ସାହିତ୍ଯିକ ମାନେ ଭାଗନେଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ଏବଂ ବେଳେ ବେଳେ ପୁରସ୍କୃତ ମଧ୍ୟ ହୋଇଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୧୫/୫/୨୦୨୨ ରିଖର ପ୍ରସଙ୍ଗ ( କ୍ଷୁଦ୍ରଗଳ୍ପ) ଥିଲା- ” ଅନ୍ନ ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯଥା- ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ଼, ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼, ମାଧବୀ ପଟେଲ, ଝାରସୁଗୁଡା, ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ବୀରକିଶୋର ନାୟକ, ଢେଙ୍କାନାଳ, କଳ୍ପନା ରାୟ, ସମ୍ବଲପୁର, ଲତା ବେହେରା, ଢେଙ୍କାନାଳ, ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର, ଧରିତ୍ରୀ ଦାସ, ରାଉତରାପୁର, ଯାଜପୁର, ସୁସ୍ମିତା ମିଶ୍ର, ସମ୍ବଲପୁର, ଶୋଭାଗିନୀ ନନ୍ଦ, କୋରାପୁଟ, ପବିତ୍ରା ଧଳ ମଲ୍ଲିକ, ଭଦ୍ରକ, ଉର୍ମିଳା ମହାପାତ୍ର, ନବରଙ୍ଗପୁର, ପ୍ରିୟମ୍ବଦା ରାଉତ, ମାଲକାନଗିରି ଓ ଯାଜ୍ଞସେନୀ ପଣ୍ଡା, ବାଲେଶ୍ବର ପ୍ରମୁଖ ମୋଟ ୧୫ ଜଣ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି, ଅନୁଷ୍ଠାନର ସମୀକ୍ଷିକା ସରସ୍ବତୀ ପଣ୍ଡା ଏବଂ ସୁନିତା ପରିଡାଙ୍କ ସମୀକ୍ଷାରୁ ସୁସ୍ମିତା ମହାପାତ୍ର ପ୍ରଥମ, ଧରିତ୍ରୀ ଦାସ ଦ୍ବିତୀୟ ଓ ସଂହିତା ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କିନ୍ତୁ ଯେଉଁମାନଙ୍କ ଲେଖା ଅଧିକ ଶବ୍ଦ ବିଶିଷ୍ଟ ଥିଲା ସେମାନଙ୍କୁ ବାଦ୍ ଦିଆଯାଇଛି ।

ଗଦ୍ଯ ସାହିତ୍ୟର ଉନ୍ନତି ପାଇଁ କେତେ ଜଣଙ୍କୁ ଅନୁଷ୍ଠାନ ବର୍ତ୍ତମାନ ମାସକୁ ୩୦୦ଟଙ୍କା ସାହିତ୍ୟ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରୁଛି । ଆଗାମୀ ଦିନରେ ୩୦୦ଟଙ୍କା ପରିବର୍ତ୍ତେ ୫୦୦ଟଙ୍କା ପ୍ରଦାନ ନେଇ ଲକ୍ଷ୍ୟ ରଖିଛି ଅନୁଷ୍ଠାନ । ଗଦ୍ଯ ସାହିତ୍ୟ କେମିତି ଅଧିକରୁ ଅଧିକ ଉନ୍ନତି କରିବ ସେଥିପାଇଁ ସାହିତ୍ୟ ସାଧକ/ସାଧିକା ମାନଙ୍କ ମନେରେ ଉତ୍ସାହ ସୃଷ୍ଟି କରିବା ପାଇଁ ଏ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରତି ମାସର ୧ ତାରିଖରେ ଅନୁଷ୍ଠାନ ଦ୍ବାରା ଫଟୋ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି ଏବଂ ସେଥିରେ ମଧ୍ୟ ବେଳେ ବେଳେ ପୁରସ୍କାର ରାଶି ମଧ୍ୟ ଦିଆଯାଉଛି । ତେଣୁ ସମସ୍ତଙ୍କୁ ନିବେଦନ ଆସନ୍ତୁ ସମସ୍ତେ ମିଳିମିଶି ଗଦ୍ଯ ସାହିତ୍ୟର ଉନ୍ନତି ନିମନ୍ତେ ନିଜକୁ ସାମିଲ କରି ମୋ ଅନୁଷ୍ଠାନକୁ ଆଗକୁ ଆଗେଇ ନେବାପାଇଁ ଉଦ୍ୟମ ଜାରିରଖିବା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବଡଗୋବରା ଗ୍ରାମବାସୀଙ୍କ ଦ୍ବାରା ପରେମେଶ୍ବର ବିଷ୍ଣୁଙ୍କ ପୂଜା ଧୂମଧାମରେ ପାଳିତ

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ବାଲେଶ୍ବର – ମାଗୁଣି ଚରଣ ବାଳାଶ୍ରମର ବାର୍ଷିକ ଉତ୍ସବରେ କୃତି ଛାତ୍ରଙ୍କୁ ସାଟିଫିକେଟ ପ୍ରଦାନ

Leave a Comment

error: Content is protected !!