ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ,ଫଳାଫଳ ଅପେକ୍ଷାରେ ପ୍ରାଥୀ/ପ୍ରାଥିନୀ

 ନୂଆପଡ଼ା ଜିଲ୍ଲା ର ବୋଡ଼େନ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଯାଇଛି । ଉକ୍ତ ନିର୍ବାଚନରେ ବୋଡ଼େନ ବ୍ଲକ ର ୨ଗୋଟି ଜିଲ୍ଲା ପରିଷଦ ଜୋନର ସଭ୍ୟ ପଦ, ୧୫ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ , ୧୪ଗୋଟି ପଞ୍ଚାୟତ ସମିତି ସଭ୍ୟ ପଦବୀ ଓ ୧୯୩୮ ଗୋଟି ୱାଡ ସଭ୍ୟ ପଦ ନିମନ୍ତେ ସକାଳ ୭ଘଟିକାରୁ ଅପରାହ୍ନ ୧ଘଟିକା ଯାଏ ବୋଡ଼େନ ବ୍ଲକ ର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ବୋଡ଼େନ ବ୍ଲକ ର ୧୫ଗୋଟି ପଞ୍ଚାୟତ ରେ ସରପଞ୍ଚ ପଦବୀ ନିମନ୍ତେ ୭୩ଜଣ ପ୍ରାର୍ଥୀ/ପ୍ରାଥିନୀ ମାନେ ପ୍ରତିଦ୍ବନ୍ଦିତା କରିଥିବା ବେଳେ ୧୪ଗୋଟି ପଞ୍ଚାୟତ ସମିତି ନିର୍ବାଚନୀ ମଣ୍ଡଳୀରେ ସମିତି ସଭ୍ୟ ନିମନ୍ତେ ୪୯ଜଣ ପ୍ରାର୍ଥୀ/ପ୍ରାଥିନୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।ଏହା ଆଗରୁ ଖଇରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଯାଇଛନ୍ତି । ସେହିଭଳି ବ୍ଲକର ସର୍ବମୋଟ ୧୯୩ ଗୋଟି ୱାଡ଼ ସଭ୍ୟ ମଧ୍ୟରୁ ୧୦୧ ଗୋଟି ୱାର୍ଡରେ ନିର୍ଦ୍ଵନ୍ଦରେ ୱାର୍ଡ ମେମ୍ବର ମାନେ ନିର୍ବାଚିତ ହୋଇଥିବା ବେଳେ ଅବଶିଷ୍ଟ ୯୨ ଗୋଟି ୱାର୍ଡରେ ୱାର୍ଡ ସଭ୍ୟ/ସଭ୍ୟା ପାଇଁ ୨୯୩ ଜଣ ପ୍ରାର୍ଥୀ/ପ୍ରାଥିନୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଚଳିତ ନିର୍ବାଚନ ରେ ବୋଡ଼େନ ବ୍ଲକ ପାଇଁ ଗୋଟିଏ ଗୋଲାପି ମହିଳା ପୋଲିଂ ବୁଥ ବୋଡ଼େନ ବ୍ଲକ ର ରଣୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ଓ ଆଉ ଗୋଟିଏ ଅର୍ଦ୍ଧ ଗୋଲାପି ମହିଳା ବୁଥ ବୋଡ଼େନ କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ୟବସ୍ଥା କରାଯାଇଥିଲା । ବୋଡ଼େନ ବ୍ଲକ ରେ ମୋଟ ୧୯୩ ଗୋଟି ବୁଥ କରାଯାଇଥିବା ବେଳେ ୪୦ଗୋଟି ଵୁଥକୁ ସମ୍ବେଦନଶୀଳ ବୁଥ ଓ ୨୮ଗୋଟି ବୁଥ କୁ ଅତି ସମ୍ବେଦିନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଥିଲା । ଉକ୍ତ ବୁଥ ମାନଙ୍କରେ ଆଇନ ଶୃଙ୍ଖଳା ପରିଚାଳନା ନିମନ୍ତେ ଅଧିକରୁ ଅଧିକ ପୋଲିସ , ସେକ୍ଟର ଅଫିସ, ପୋଲିସ ପେଟ୍ରୋଲିଙ୍ଗ ଗାର୍ଡ, ଓ ମଜିଷ୍ଟେଟଙ୍କ ଦ୍ଵାରା ନିୟମିତ ବ୍ୟବଧାନରେ ତଦାରଖ କରିବା ପାଇଁ ପଦକ୍ଷାପ ନିଆଯାଉଥିଲା । ସମ୍ବେଦନ ଓ ଅତିସମ୍ବେଦନସିଲ ବୁଥ ମାନଙ୍କରେ ଅତିରିକ୍ତ ପୋଲିସ କର୍ମଚାରୀ ମୃତୟନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ବୈଠକ

Sunil Chandra Nayak

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା  ପଟ୍ଟା

Leave a Comment

error: Content is protected !!