ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ପଞ୍ଚାୟତର ମାଲପଡା ଗ୍ରାମରେ ବିଭାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦୁଇ ଯୁବକଙ୍କୁ ବଜା ପାର୍ଟିର ଛୁରା ମାଡ ଦୁଇ ଯୁବକ ଗୁରୁତର । ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୋଗ କାରୀ କୁମ୍ଭ ରଣା ଗତ ଫେବ୍ରୁଆରୀ ୨୩ ତାରିଖରେ ମାଲପଡା ଗ୍ରାମରେ ପରେଶ୍ୱର ଭୋଇଙ୍କ ବିଭାହ କାର୍ଯ୍ୟକ୍ରମରେ ରାତ୍ର ୭ ଘଣ୍ଟା ସମୟରେ ଗ୍ରାମର ନରେଶ ରଣା (୨୩) ବର୍ଷ ଓ ଲଳିତ ଥପା ବିଭାହ କାର୍ଯ୍ୟରେ ଯୋଗେ ଦେଇଥିଲେ । ରାଣୀମୁଣ୍ଡା ପଞ୍ଚାୟତ କୋଟମାଲରୁ ମାଲପଡାକୁ ବରାତି ଆସିଥିବା ବେଳେ ଢ଼ଙ୍କସର ଗ୍ରାମର ବଜା ପାର୍ଟି ବରାତି ପାର୍ଟି ସହିତ ଆସିଥିଲେ । ବିଭାହ କାର୍ଯ୍ୟ ସାରି ନରେଶ ରାଣା ଓ ଲଳିତ ଥପା ମୋଟର ସାଇକେଲ ଓଡ଼ି ୨୬ ୨୩୨୬ ଯୋଗେ ଘର ଫେରୁଥିବା ବେଳେ ନରେଶ ରଣାଙ୍କ ଘର ସାମନାରେ ବଜା ପାର୍ଟିର ଯୁବକ ମାନେ ଦୁଇ ଜଣଙ୍କୁ ଅଟକାଇ ମୋଟର ସାଇକେଲର ଚାବି ଟାଣି ନେଇ ଯୁକ୍ତିତର୍କ କରିଥିଲେ ଓ ଛୁରା ମାଡ କରିଥିଲେ । ନରେଶ ରାଣାଙ୍କ ପେଟରେ ଛୁରା ମାଡ ହୋଇଥିବାରୁ ପେଟରୁ ପୁଟା ବାହାରି ଯାଇଥିବା ବେଳେ ଲଳିତ ଥପାଙ୍କ ଡ଼ାହାଣ ଜଙ୍ଘରେ ଛୁରା ମାଡ କରିଥିଲେ । ନରେଶ ରଣା ଗୁରୁତର ଅବସ୍ଥାରେ ଥିବାରୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକତ୍ସାଲୟରେ ଚିକିତ୍ସା ପରେ ବଲାଙ୍ଗୀର ଅଧିକ ଚିକିତ୍ସା ପାଇଁ ବୋର୍ଲ୍। ସ୍ଥାନାନ୍ତର କରାଯାଇଛି ଓ ଲଳିତ ଥପା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି । ଏନେଇ ଖଡ଼ିଆଳ ଥାନାରେ ବଜା ପାର୍ଟିର ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ୭୧/୨୨ ରେ ରୁଜୁ ହୋଇଛି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରି ଥିବା ବେଳେ ତଦନ୍ତ ଅଧିକାରୀ ତାରକାନ୍ତ ବିଶ୍ୱାଳ ଅଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post