ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୈବପୀଠ ରେ ବୃଷଭ ପିଉଛନ୍ତି କ୍ଷୀର ଓ ପାଣି, ମନ୍ଦିରରେ ଭକ୍ତଙ୍କ ଭିଡ଼

କୋକସରା,୨୦/୧୦ (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଶୈବପୀଠରେ ଗୁରୁବାର ଦିନ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମହାଦେବଙ୍କ ବୃଷଭ କ୍ଷୀର ଓ ପାଣି ପିଉଥିବା ନେଇ ପ୍ରଚାର ହେବାପରେ କୋକସରା ବ୍ଲକର ଡେଙ୍ଗାଗୁଡା ଠାରେ ଥିବା ସମ୍ଭୁଶ୍ୱର ମନ୍ଦିର, ବଡକେନ୍ଦୁଗୁଡା ଝାରବନ୍ଧ ଠାରେ ଥିବା ପ୍ରାଚୀନ ଶ୍ରୀ କାଳେଶ୍ୱର ମହାଦେବ ମନ୍ଦିର, ବରାଡଙ୍ଗାରେ ଥିବା ଶୈବପୀଠ ରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଭକ୍ତ ମାନେ କ୍ଷୀର ଓ ପାଣି ଧରି ଅନେକ ଶୈବପୀଠରେ ବୃଷଭକୁ ଚାମଚରେ କ୍ଷୀର ଓ ପାଣି ପିଆଇଥିବା ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା କୁ ନେଇ ଅନେକ ଭିନ୍ନ ଭିନ୍ନ ମତ ରଖିଛନ୍ତି। ପାଗ ପରିବର୍ତ୍ତନ ହେଲେ ପଥରରେ ନିର୍ମିତ ଯେ କୌଣସି ମୂର୍ତ୍ତି ଆଗରେ ପାନୀୟ ଜଳ ରଖିଲେ ଏମିତି ହୋଇଥାଏ ବୋଲି କିଛିଲୋକ କହିଛନ୍ତି। ତେବେ କେଉଁ କାରଣରୁ ଏମିତି ହେଉଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭଗବାନଙ୍କ ନିକଟରେ ଆସ୍ଥା ଓ ବିଶ୍ୱାସ ଆଗରେ ଭକ୍ତ ମାନେ ଏହାକୁ ଭଗବାନଙ୍କ ଅଲୌକିକ ମହିମା ବୋଳି ଅନେକ ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି।

Related posts

ବିଶ୍ୱକର୍ମା ପୂଜା ଅବସରରେ ଵିଶ୍ଵକର୍ମା ଟ୍ରଷ୍ଟ ପକ୍ଷରୁ ଚାରିଜଣ ଶିଳ୍ପୀ ଙ୍କୁ କରାଗଲା ସମ୍ମାନିତ

Sunil Chandra Nayak

ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ହେଲେ ଜଳଧର ଉପସଭାପତି ହେଲେ ଭଗବତୀ

Sunil Chandra Nayak

କବିୟତ୍ରୀ ଦୀପିକା ଦାଶ ଙ୍କ କବିତା ସଙ୍କଳନ ‘ ଅସ୍ତରାଗ ‘ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!