ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋତୋମୁଣ୍ଡାରେ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଣ୍ଡପାଟ ଦଶରା ଉଦଯାପିତ

କୋକସରା,୨୦/୧୦ (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆଦିବାସୀ ବହୁଳ ଗୋତୋମୁଣ୍ଡା ପଞ୍ଚାୟତରେ ଦଣ୍ଡପାଟର ଇଷ୍ଟଦେବୀ ମା ସର୍ଵମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ଦଶହରା ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ମା ଘାଟି ମୁଣ୍ଡିଆଣି, ମା ଠାକୁରାଣୀ, ଗୋପା ଗୋସିଆଣି, ଙ୍କୁ ବିଭିନ୍ନ ରୂପରେ ଗ୍ରାମବାସୀ ପୂଜାର୍ଚ୍ଚନା କରିଥିଲେ। ମଙ୍ଗଳବାର ରାତିରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଯୁବ ସମାଜସେବୀ ଭବେଶ ଗନ୍ତିଆ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ , ଆତ୍ମା ଅଧ୍ୟକ୍ଷ ୠତୁରାଜ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରି, ସମିତି ସଭ୍ୟା ଶାମୁକା ନାଏକ ଉପସ୍ଥିତ ରହି ଦଶହରା ଅବସରରେ ଅଞ୍ଚଳ ବାସୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାତିରେ ଘୁମୁରା ପ୍ରତିଯୋଗିତା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଟି ଦଳ ଅଂଶଗ୍ରହଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିଲେ। ଦଣ୍ଡପାଟ ଦଶରା କମିଟି ପକ୍ଷରୁ ସଭାପତି ହେମନ୍ତ ମାଝୀ, ପାର୍ଥବ ମାଝୀ, ମୁକୁନ୍ଦ ନାଗେଶ, ଭରତ ଦୁର୍ଗା, ବଳିଆର ସିଂ ମୋରେଇ, ପୂର୍ଣ୍ଣଚନ୍ଦ୍ର ନାଏକ, ଭରତ ପୁଝାରି, ତୁଲାରାମ ଗୋପାଳ, ଗ୍ରାମ୍ୟ ପୁଝାରି ମନହର ପୁଝାରି, ପିଣ୍ଟୁ ନନ୍ଦ ମାଝୀ, ନିରଞ୍ଜନ ବାଗ, ବଳରାମ ମାଝୀ ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Related posts

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

Sunil Chandra Nayak

ଉତ୍କଳ ର ଦରଦୀ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ପ୍ରହସନ ।।

Sunil Chandra Nayak

Leave a Comment

error: Content is protected !!