ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ତୋ ନାମ ଧରିଛି ଏଇ ବଡ଼ଦାଣ୍ଡ
     ବସି ଜଗି ବଡ଼ଦାଣ୍ଡ
ଭଜନ ଜଣାଣ ଜପରେ କୀର୍ତ୍ତନ
    କରୁଛି ଏଇ ମୋ ତୁଣ୍ଡ।
ସନ୍ଧ୍ୟାର ବେଳାରେ ସାଗର କୂଳରେ
    ଥଣ୍ଡା ପବନ ସଂଗୀତ
ବହୁତ ଭକତ ଏକ ଛୁଟି ହୁଏ
   ମିଳନ ମିଳେ ଅମୃତ।
ଆନନ୍ଦ ବଜାର ପସରା ପଡ଼ିଛି
     ଭକତ ଆସଇ ଭଳି
ତୋ ରୂପ ପସନ୍ଦ ବଜାର କରନ୍ତି
    କିଣା ବିକା ହୋଇ ମେଳି।
ଅନ୍ତରେ କିଏ ସେ ଭଜନ କରୁଛି
      କିଏ ତୁମେ କଥା ଭାବି
ନୀରବ ରହିକି ଚିନ୍ତନ କରୁଛି 
       ଭକ୍ତିରେ ଆସୁଛି ଛବି।
ଦାରୁର ଦେବତା ବିଶ୍ବର କରତା
     ସବୁରି ଖବର ହାତେ 
ବିଶ୍ବ ବ୍ରହ୍ମାଣ୍ଡକୁ ଶାନ୍ତିର ପ୍ରଦାନ
   ଆହେ ପ୍ରଭୁ ଜଗନ୍ନାଥେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମା’ଙ୍କ ତାରାତାରିଣୀ ମନ୍ଦିରରପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଝରିଗୁମ୍ମା-କଣ୍ଟାଗାଁ ରାସ୍ତାର ଅବସ୍ଥା ଶୋଚନୀୟ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ :ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ,ଶୁଣିଲେ 45 ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!