ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରଲୋକରେ ୮୨ ବର୍ଷ ବୟସର ବୃଦ୍ଧା

ବାଲେଶ୍ଵର,୧୭/୧୦/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରା-ଗଣ୍ଡିବେଡ ପଞ୍ଚାୟତର ପୂର୍ବପଡା ଗ୍ରାମର ମଦନମୋହନ ଲେଙ୍କାଙ୍କ ସ୍ତ୍ରୀ ଲକ୍ଷ୍ମୀମଣୀ ଲେଙ୍କାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ରୋଗରେ ପୀଡିତ ଥିଲେ । ଆଜି ଅର୍ଥାତ ତା ୧୭/୧୦/୨୦୨୦ ରିଖ ସୋମବାର ଅପରାହ୍ନ ଘ୧୨/୩୦ମି. ସମୟରେ ପରିବାର ବର୍ଗଙ୍କୁ ଛାଡି ଚାଲିଗଲେ । ତାଙ୍କର ୫ ପୁତ୍ର ଓ ପୁତ୍ରବୋହୂ, ନାତି ନାତୁଣୀ, ନାତୁଣୀ ଜ୍ବାଇଁ, ଝିଅ, ପରିବାର ଲୋକ ମୃତ୍ୟୁଶର୍ଯ୍ଯା ନିକଟରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଏଥିସହିତ ବଡ ପୁତ୍ର ବସନ୍ତ କୁମାର ଲେଙ୍କା, ମଝିଆ ପୁତ୍ର ମାନସ କୁମାର ଲେଙ୍କା, ନାତୁଣୀ ଜ୍ବାଇଁ ରାଜୀବ କୁମାର ଦାସ ଉପସ୍ଥିତ ଥିଲେ । ଖବରପାଇ ଶେଷ ଦର୍ଶନ ପାଇଁ ପାଖ ପଡୋଶୀ ମାନଙ୍କର ଗହଳ ଲାଗିଥିଲା । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସ୍ନେହୀ, ମେଳାପୀ ପ୍ରକୃତିର ଲୋକ ଥିବାରୁ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶୌଚ ପାଇଁ ଯାଇ କଂକ୍ରିଟ ରେ କଚାଡ଼ି ହୋଇ ମୃତ୍ୟୁ

Sunil Chandra Nayak

ଧର୍ମଗଡ଼ରେ ଆଇପିଏଲ୍ ବେଟିଂ: ଜଣେ ଗିରଫ, ୭୫ ହଜାର ଟଙ୍କା ଜବତ

ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!