ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ. ଶ୍ୟାମା ପ୍ରସାଦ ମିଶ୍ର ଙ୍କ କବିତା ଅନ୍ଧାର

    ଅନ୍ଧାର

         

  ଡ. ଶ୍ୟାମା ପ୍ରସାଦ ମିଶ୍ର

ଅନ୍ଧାରର କିଚିରି ମିଚିରି ଶବ୍ଦ ଭିତରେ
ଲୁଚିଯାଏ ପୃଥିବୀର କଅଁଳ ବୟସ
ମନ ପକ୍ଷୀ ବସା ବାନ୍ଧେ
ବୟସରେ ପକ୍ଷ ଲାଗେ;
ଅନ୍ଧାରର ପଣତ ତଳେ
ସେ ଖୋଜି ବୁଲେ
ଫୁଟନ୍ତି କାମନାର 
ମହୁଲି ପରଶ ଯେତେ ।
ଅନ୍ଧାରର ବୟସ ବଢ଼େ
ସମୟ ଆତ୍ମାହୂତି ଦିଏ,
କାହାର ଅଦୃଶ୍ୟ ପରଶେ
ନଇଁ ଆସେ ଫୁଟନ୍ତା ଫୁଲର ଡାଳ,
ଜତୁ ଗୃହେ ନିଆଁ ଜଳେ
ଜଳିଯାଏ ଦୁଃଖ ଯେତେ
ଦାନା ବନ୍ଧା ଅନ୍ଧାରର 
ରେଶମୀ ଶେଯରେ ।
ଅନ୍ଧାରର ଅଦୃଶ୍ୟ ଖେଳ ଭିତରେ
ନିସ୍ତେଜ ଦେହ ମନ
ଖୋଜି ବୁଲେ ଆଶ୍ରା ଟିକେ,
ମିଳିଗଲେ ଆଶ୍ରାଟିଏ
ମୁହଁ ମାଡି ଶୋଇବାର
ଅଭିନୟ କରେ
ଅନ୍ଧାରର କଅଁଳ ଶେଯରେ ।
ଆଖି ମିଟିମିଟି କରି
ସୁଖର ଲହରୀ ଗଣୁ ଗଣୁ 
ଯୌବନର ଲାଜରା ଓଠରେ
ଦେଖ ବୟସ କେମିତି ଏଠି
କଡ ଲେଉଟାଏ
ପ୍ରଣୟୀର ପ୍ରଣୟ ଗୁହାରେ ।
           

 ବ୍ରହ୍ମପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଲକ୍ଷ୍ଯ

Sunil Chandra Nayak

ମୂଷାପାଳି ଠାରେ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସଵ

Sunil Chandra Nayak

ଭବାନୀପାଟଣା ଠାରେ ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ସମ୍ବଧୀୟ ଦୁଇ ଦିନିଆ ତାଲିମ ଶିବିର 

Sunil Chandra Nayak

Leave a Comment

error: Content is protected !!