ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କ ଆତ୍ମ ହତ୍ୟା

ଡାବୁଗାଁ, ୧/୮ – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ଚିକିଲି ଗ୍ରାମରେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ  ଉମରକୋଟ ଥାନା ଅଧିନ ମାଲପାର ଗ୍ରାମର ରାମଚନ୍ଦ୍ର ଗୌଡ଼ (୨୩) ଗତ କିଛି ବର୍ଷ ହେଲା ଡାବୁଗାଁ ଥାନା ଅଧିନ ଚିକିଲି ଗ୍ରାମରେ ଥିବା ନିଜ ମାମୁଁ ଯଦୁ ଗୌଡ଼ ଙ୍କ ଘରେ ରହିଆସୁଥିଲେ । ରାମଚନ୍ଦ୍ର ତାଙ୍କ ମାମୁଁ ଙ୍କ ଝିଅ ଙ୍କୁ ମଧ୍ୟ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ସେଠାରେ ରହିଆସୁଥିଲେ । ୩୧/୭/୨୦୨୨ ରିଖ ରବିବାର ଦିନ ସନ୍ଧ୍ୟା ସମୟରେ କୌଣସି କାରଣରୁ ରାମଚନ୍ଦ୍ର ଘର ଭିତର ଦୁଲମରେ ଏକ ଦଉଡି ସାହାଯ୍ୟରେ ଆତ୍ମ ହତ୍ୟା କରୁଥିବା ସମୟରେ ନିଜ ସ୍ତ୍ରୀ କନକ ଦେଇ ଓ ତାଙ୍କ ସାନ ଭଉଣୀ ଉର୍ମିଳା ଗୌଡ଼ ଏହି ଘଟଣାକୁ ଦେଖୀଥିଲେ ପରେ ସେମାନେ ପାଖରେ ଥିବା ଗ୍ରାମବାସୀ ଙ୍କୁ ଡାକିଥିଲେ । ଗ୍ରାମବାସୀ ଆସି ରାମଚନ୍ଦ୍ର ଙ୍କୁ ତଳକୁ ଓହ୍ଲାଇଥିଲେ । ଓହ୍ଲାଇବାର କିଛି ସମୟ ପରେ ସେ ମୃତ୍ୟୁ ବରଣ କରିଥିବା ନେଇ ରାମଚନ୍ଦ୍ର ଙ୍କ ମା କମଳା ଗୌଡ଼ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତି କରି ଥାନା ଏ.ଏସ.ଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପଞ୍ଚନାମା କରିଥିଲେ | ପରେ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ସାହିତ୍ୟ ଜୀବନ ତରଫରୁ ରାଜ୍ୟ ସ୍ତରୀୟ ଶାରଦୀୟ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପବିତ୍ର ମହମ୍ମଦ ଜୟନ୍ତୀ ପାଳନ                 

Sunil Chandra Nayak

ଫୁଣ୍ଡା ଗ୍ରାମର ରାମଚନ୍ଦ୍ର ପଧାନଙ୍କ ସନ୍ଦେହ ଜନକ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!