ଡାବୁଗାଁ, ୧/୮ – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ଚିକିଲି ଗ୍ରାମରେ ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୋମବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଉମରକୋଟ ଥାନା ଅଧିନ ମାଲପାର ଗ୍ରାମର ରାମଚନ୍ଦ୍ର ଗୌଡ଼ (୨୩) ଗତ କିଛି ବର୍ଷ ହେଲା ଡାବୁଗାଁ ଥାନା ଅଧିନ ଚିକିଲି ଗ୍ରାମରେ ଥିବା ନିଜ ମାମୁଁ ଯଦୁ ଗୌଡ଼ ଙ୍କ ଘରେ ରହିଆସୁଥିଲେ । ରାମଚନ୍ଦ୍ର ତାଙ୍କ ମାମୁଁ ଙ୍କ ଝିଅ ଙ୍କୁ ମଧ୍ୟ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ସେଠାରେ ରହିଆସୁଥିଲେ । ୩୧/୭/୨୦୨୨ ରିଖ ରବିବାର ଦିନ ସନ୍ଧ୍ୟା ସମୟରେ କୌଣସି କାରଣରୁ ରାମଚନ୍ଦ୍ର ଘର ଭିତର ଦୁଲମରେ ଏକ ଦଉଡି ସାହାଯ୍ୟରେ ଆତ୍ମ ହତ୍ୟା କରୁଥିବା ସମୟରେ ନିଜ ସ୍ତ୍ରୀ କନକ ଦେଇ ଓ ତାଙ୍କ ସାନ ଭଉଣୀ ଉର୍ମିଳା ଗୌଡ଼ ଏହି ଘଟଣାକୁ ଦେଖୀଥିଲେ ପରେ ସେମାନେ ପାଖରେ ଥିବା ଗ୍ରାମବାସୀ ଙ୍କୁ ଡାକିଥିଲେ । ଗ୍ରାମବାସୀ ଆସି ରାମଚନ୍ଦ୍ର ଙ୍କୁ ତଳକୁ ଓହ୍ଲାଇଥିଲେ । ଓହ୍ଲାଇବାର କିଛି ସମୟ ପରେ ସେ ମୃତ୍ୟୁ ବରଣ କରିଥିବା ନେଇ ରାମଚନ୍ଦ୍ର ଙ୍କ ମା କମଳା ଗୌଡ଼ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି । ଉକ୍ତ ଏତଲା କୁ ଭିତି କରି ଥାନା ଏ.ଏସ.ଆଇ ପୁଷ୍ପଲତା ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପଞ୍ଚନାମା କରିଥିଲେ | ପରେ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୯/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ