ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡା ରେ ବୃଦ୍ଧ ଗୁରୁତର

ପାପଡାହାଣ୍ଡି,01/08___ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲିଗୁଡା ଗ୍ରାମରେ ରେ ସାପ କାମୁଡା ରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି | ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଚିକିତ୍ସିତ କରାଯାଉଛି | ସୂଚନା ଅନୁଯାୟୀ ଖଲିଗୁଡା ଗ୍ରାମର ଦେବ ଭତରା (60) ସନ୍ଧ୍ୟା 4 ଟା ସମୟରେ ନିଜ ଚାଷ ଜମିରେ ଚାଷ କାମ ଦେଖିବାକୁ ଯାଇଥିଲେ | ଏହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା | ଏହା ଜାଣିବା ପରେ ଦେବ ପରିବାର ଲୋକଙ୍କୁ ଜଣେଇଥିଲେ | ପରିବାର ଲୋକ ବିଳମ୍ବ ନକରି ଏକ ବାଇକ ଯୋଗେ ଦେବ କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ | ଉନ୍ନତ ଚିକିତ୍ସା ପାଇଁ ଦେବକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡା. ଶାନ୍ତି ସ୍ୱରୂପ ପଟ୍ଟନାୟକ ସୂଚନା ଦେଇଛନ୍ତି |

ପାପଡାହାଣ୍ଡିରୁ ସ୍ବପ୍ନଜିତ ପଟନାୟକ |

Related posts

କବିତା ସାହୁ ଙ୍କ ପ୍ରବନ୍ଧ ପ୍ରଥମ ଓଡ଼ିଆ

Sunil Chandra Nayak

ଲାଠିଯାତ୍ରା ଓ ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ବାର୍ଷିକ ଦଶରା

Sunil Chandra Nayak

ବ୍ଲକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!