ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ହେଲା ଭୋଟର ତାଲିକାରେ ଆଧାର ସଂଯୋଗୀକରଣ

ଏଣିକି ନୂଆ ନିୟମରେ ନାମ ପଞ୍ଜୀକରଣ….

କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଥିବାବେଳେ ଏହାକୁ ଆଜିଠାରୁ ଲାଗୁ କରାଯାଇଛି। ଏହାସହ ଭୋଟର ତାଲିକାରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ କେବଳ ଫର୍ମ ନଂ-୬ରେ ଆବେଦନ କରାଯିବ। ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬(କ)ରେ ଆବେଦନ କରିବେ। ଫର୍ମ ନଂ-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦ୍‌ ଦେବା ଓ ଏହାସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ। ସେହିପରି ଫର୍ମ ନଂ-୮ରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବା‌ସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରିବା ନିମନ୍ତେ ଆବେଦନ କରାଯାଇପାରିବ।

ସେହିପରି ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ଭୋଟର ତାଲିକା ସହ ଭୋଟରଙ୍କ ଆଧାର ସଂଯୋଗୀକରଣ କରାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଆଧାର ସଂଯୋଗୀକରଣ ନିମନ୍ତେ ଫର୍ମ ନଂ-୬ (ଖ)ରେ ଆବେଦନ କରାଯିବ। ବୁଥ୍‌ସ୍ତରୀୟ ଅଧିକାରୀମାନେ ଭୋଟରଙ୍କ ଠାରୁ ଆଧାର ତଥ୍ୟ ଫର୍ମ ନଂ-୬ (ଖ)ରେ ସଂଗ୍ରହ କରିବେ। ଏହା ସ୍ବେଚ୍ଛାକୃତ ଭାବେ ସଂଗ୍ରହ କରାଯିବ। ଲୋକପ୍ରତିନିଧି ଆଇନ ୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକା‌େର ନାମ ପଞ୍ଜୀକରଣ କରିବାକୁ ଥିବା ଭୋଟରମାନେ ସ୍ବେଚ୍ଛାକୃତ ଭାବେ ଆଧାର ବିବରଣୀ ପ୍ରଦାନ କରିପାରିବେ। ଏଥିପାଇଁ ଅନଲାଇନ୍‌ରେ ବି ଆବେଦନ କରିହେବ। ଭୋଟରମାନେ ଅନଲାଇନ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଗରୁଡ଼, ଏନ୍‌ଭିଏସ୍‌ପି, ଭିଏଚ୍‌ଏ, ଭୋଟର ପୋର୍ଟାଲ ଆଦି ୱେବସାଇଟ‌ ମାଧ୍ୟମରେ ଆଧାର ନମ୍ବର ସଂଯୋଗ କରିପାରିବେ। ଆଧାର ନମ୍ବର ଦେଲେ ପଞ୍ଜୀକୃତ ମୋବାଇଲ୍‌କୁ ଏକ ଓଟିପି ଆସିବ। ଏହାକୁ ଦେଲେ ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ ହୋଇଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ସେହିପରି ଆସନ୍ତା ଏପ୍ରିଲ ୧, ୨୦୨୩ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କ ଆଧାର ବିବରଣୀ ସଂପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଜଣାଇ‌ବାକୁ ନିଷ୍ପତ୍ତି ହୋଇଛି। ଏହାସହ ଏଣିକି ଜାନୁଆରି ୧, ଏପ୍ରିଲ ୧, ଜୁଲାଇ ୧, ଅକ୍ଟୋବର ୧ରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରାଯିବ। ତେଣୁ ୧୭ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ଅକ୍ଟୋବର ୧ ତାରିଖରୁ ନାମ ପଞ୍ଜୀକରଣ କରିବାକୁ କୁହାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

କାମାକ୍ଷା ନଗର ରେ ବିଜେଡି ର ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ବଣ ଜଙ୍ଗଲ ଘେରା କେରପାଇ ଅଂଚଳ ର ପୁଅ   ରଘୁପତି ନାଏକ ଡିୟୁଇଟି ପରୀକ୍ଷାରେ ଅଲ ଇଣ୍ତିଆ ରେଙ୍କ୍ ରେ ୧୦୬ ନମ୍ବର 

Sunil Chandra Nayak

ସଚିନ ଦାସ ଙ୍କ କବିତା ମିଚ୍ଛେଇ ପ୍ରିୟା

Leave a Comment

error: Content is protected !!