ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେଙ୍ଗାଗୁଡାରେ ବୁଢାରଜାଙ୍କ ବାର୍ଷିକ ଦଶହରା ପୂଜା ଅନୁଷ୍ଠିତ

କୋକସରା,୨୦/୧୦-( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଅଧୀନରେ ଥିବା ଡ଼େଙ୍ଗାଗୁଡ଼ା ଠାରେ ଆରାଧ୍ୟ ଦେବ ପ୍ରଭୁ ବୁଢାରଜାଙ୍କ ବାର୍ଷିକ ଦଶହରା ପର୍ଵ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି l ଗତ ଦୁଇବର୍ଷ କୋଭିଡ ପାଇଁ ବୁଢାରଜାଙ୍କ ବାର୍ଷିକ ଦଶହରା ପୂଜା ଉପରେ ପ୍ରଶାସନ ରୋକ ଲଗାଇଥିବା ବେଳେ ଚଳିତ ବର୍ଷ ହର୍ଷ ଉଲ୍ଲାସରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି l ସକାଳୁ ଗାଁର ପୁଝାରୀ ଲାବଣ୍ୟ ଓ ହାତୀରାମଙ୍କ ଘରୁ ଦେବୀଙ୍କ ଲାଠି, କାଳୀସି ସହ ବାଜା ବଜାଇ ଶୋଭାଯାତ୍ରାରେ ବୁଢ଼ାରଜା ପୀଠକୁ ପହଞ୍ଚିବା ପରେ ଗାଁର ବୁଢାରଜା, ଜେନାଡୁମା, ଖଣ୍ଡୁଆଳ, ମା ଠାକୁରାଣୀଙ୍କ ଲାଠି ଓ କାଳୀସି ଦେବୀ ପୀଠକୁ ପହଞ୍ଚିଥିଲା l ପୀଠରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଦେବୀଙ୍କ ଲାଠି କୁର୍ସି ହାଟ ପରିକ୍ରମା କରିଥିଲେ। ସମସ୍ତ ଦେବାଦେବୀ ଏକତ୍ରିତ ହୋଇ ହାଟକୁ ତିନି ଥର ପରିକ୍ରମା କରିବା ସମୟରେ କାଳିସୀମାନେ ହାତରେ ଧରିଥିବା ବିନ୍ତିକୁ ଭକ୍ଷଣ କରିବା ପାଇଁ କହି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା l ଭକ୍ତ ମାନେ ନିଜର ମାନସିକ ପୂରଣ ପାଇଁ କୁକୁଡ଼ା, ବୋଦା ବଳି ଦେଇଥିବା ବେଳେ ଅଧିକାଂଶ ଭକ୍ତ ନଡ଼ିଆ ଚଡାଇ ପୂଜାର୍ଚ୍ଚନା କରି ଆଶିର୍ବାଦ ନେଇଥିଲେ l ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ସହ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ମହିମା ସରପଞ୍ଚ ଇଶରାମ କୋଲଥିଆ, ସମିତି ସଭ୍ୟ ଘନଶ୍ୟାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ବୁଢ଼ାରଜା ପୂଜା କମିଟିର ସଭାପତି ଦୁର୍ଯୋଧନ ପୁଝାରୀ, ଉପ ସଭାପତି ନୀଳାମ୍ବର ଛତ୍ରିଆ, ସମ୍ପାଦକ ହେମନ୍ତ ଦଳପତି ସହ ସମ୍ପାଦକ ଗଗନ ମାଝୀ, ଗ୍ରାମର ଶିରା ନରେନ୍ଦ୍ର ପୁଝାରୀ, ଗାଁ ଗନ୍ତିଆ ଅଚ୍ୟୁତ ନାଏକ, ଗାଁ ଗଣ୍ଡା କ୍ଷେତୁରାମ ପାତ୍ର, ଗୋବିନ୍ଦ ନାଏକ, ଶଶୀ ଭୂଷଣ ମାଝୀ, ରାମସିଂ ମାଝୀ, ବଲଶିଙ୍ଗ ମାଝୀ ଓ ରଜନୀ ମାଝୀ ପ୍ରମୁଖ ଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

Related posts

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କର୍ମୀ ଗୁରୁତର

Sunil Chandra Nayak

କବିତା – ହଜିଲା ବସନ୍ତ ରୂପ

Sunil Chandra Nayak

ଡକାୟତି ଭାବି ନିରୀହଙ୍କୁ ପିଟିବା ଘଟଣାରେ ୪ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!