ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାଇବା ତେଲ ଦାମ୍ ୧୦ ଟଙ୍କା କମିବ: ସପ୍ତାହ ଭିତରେ ଦାମ୍‌ କମାଇବାକୁ ତୈଳ କଂପାନିଙ୍କୁ କହିଲେ କେନ୍ଦ୍ରସରକାର

ସପ୍ତାହ ଭିତରେ ଖାଇବା ତେଲ ମୂଲ୍ୟରେ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ କେନ୍ଦ୍ର ସରକାର ତେଲ କଂପାନିଗୁଡ଼ିକୁ କହିଛନ୍ତି। ଗୋଟିଏ ପ୍ରକାର ତେଲକୁ ସମାନ ମୂଲ୍ୟରେ ସାରା ଦେଶରେ ବିକ୍ରି କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସମାନ ତେଲର ମୂଲ୍ୟରେ ୩-୫ ଟଙ୍କାର ଅନ୍ତର ରହୁଛି। ଯେହେତୁ ସର୍ବାଧିକ ବିକ୍ରି ମୂଲ୍ୟ (ଏମ୍‌ଆର୍‌ପି) ହିସାବ ବେଳେ ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ବିଚାରକୁ ନିଆଯାଉଥିବାରୁ ଏମ୍‌ଆର୍‌ପିରେ କୌଣସି ଅନ୍ତର ରହିବା ଅନୁଚିତ ବୋଲି ସରକାର କହିଛନ୍ତି। ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଦାମ୍ ହ୍ରାସ ପାଇବା ପରେ କଂପାନିଗୁଡ଼ିକ ଗତ ମାସରେ ତେଲର ଲିଟର୍‌ ପିଛା ଦାମ୍‌ରେ ୧୦-୧୫ ଟଙ୍କାର ହ୍ରାସ କରିଥିଲେ। ଖାଇବା ତେଲ କଂପାନିର ପ୍ରତିନିଧିଙ୍କ ସହ ଏକ ବୈଠକରେ ଆଲୋଚନା କରି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶ ପାଣ୍ଡେ କହିଛନ୍ତି ଯେ ଗତ ସପ୍ତାହରେ ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ୧୦% ଶସ୍ତା ହୋଇଛି। ତାହାର ଲାଭ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି।

ଆମଦାନି କରାଯାଉଥିବା ଖାଇବା ତେଲ ଯଥା ପାମ୍ ଅଏଲ୍‌, ସୋୟାବିନ ଓ ସନ୍‌ଫ୍ଲାୱାର ଅଏଲ୍‌ ମୂଲ୍ୟରେ ଆସନ୍ତା ସପ୍ତାହ ସୁଦ୍ଧା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ କଂପାନିଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଖାଇବା ତେଲଗୁଡ଼ିକର ଦାମ୍ ହ୍ରାସ ପାଇଲେ ଆପେ ଅନ୍ୟ ତେଲଗୁଡ଼ିକର ଦାମ୍ କମିଯିବ ବୋଲି ଶ୍ରୀ ପାଣ୍ଡେ ଆଶାବ୍ୟକ୍ତ କରିଛନ୍ତି। ଅଧିକାଂଶ କଂପାନି ୧୫ ଡିଗ୍ରି ସେଲ୍‌ସିଅସ୍‌ ତାପମାତ୍ରାରେ ଖାଇବା ତେଲର ପ୍ୟାକେଜିଂ କରୁଛନ୍ତି। ସେଭଳି ତାପମାତ୍ରାରେ ତେଲ ଫୁଲିଯାଏ ଓ ପରେ ଓଜନ କମିଯାଏ। କେତେ ତେଲ କମିଲା ସେ ବିଷୟରେ ପ୍ୟାକେଟ୍‌ରେ କିଛି ଲେଖାଯାଏ ନାହିଁ। ତାହା ବେଆଇନ କାରବାର ପ୍ରଥା। ୩୦ ଡିଗ୍ରି ସେଲ୍‌ସିଅସ୍‌ରେ ତେଲକୁ ପ୍ୟାକେଟ୍‌ରେ ରଖିବା ଉଚିତ ବୋଲି ସେ କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

Sunil Chandra Nayak

କଳାହାଣ୍ଡି ଲେଖିକା ସଂଘର ୨୨ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ରାହୁଲ ଗାନ୍ଧୀଙ୍କୁ ଇଡି ର ଜେରା ପ୍ରତିବାଦରେ କୋକସରା କଂଗ୍ରେସ କମିଟିର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!