ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟ୍ରିକ ପରୀକ୍ଷା: ରୁପ୍ରାରୋଡ ହାଇସ୍କୁଲରୁ ଜଣେ ଏ-୧ ଛାତ୍ରୀ

ନର୍ଲା (ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରକାରୀ ହାଇସ୍କୁଲରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ବିଦ୍ୟାଳୟର ଅନନ୍ୟା ପ୍ରିୟଦର୍ଶିନୀ ପଟେଲ ୫୪୧ ମାର୍କ ସହ ୯୦.୧୭% ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ରଜନୀ କାନ୍ତ ପଟେଲ, ମାତା ଦେବକୀ ପଟେଲଙ୍କ ଝିଅ ଅନନ୍ୟା ରୁପ୍ରାରୋଡ ମାଲିପଡାରେ ମାମୁଁ ମୁକେଶ ପଟେଲଙ୍କ ଘରେ ରହି ପାଠ ପଢ଼ୁଥିଲେ। ପୂର୍ବରୁ ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ଭଲ ନମ୍ବର ରଖି ସପ୍ତମ ଯାଏଁ ପାଠ ପଢ଼ିଥିଲେ। ବିଦ୍ୟାଳୟର ୧୨୯ ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଏ-୧ ରୁ ଜଣେ, ଏ-୨ ରୁ ପାଞ୍ଚ ଜଣ, ବି-୧ରୁ ୨୬, ବି-୨ରୁ ୫୫, ସି ରୁ ୩୦, ଡି ରୁ ୧୧ ଓ ଇ ରୁ ଜଣେ ପାସ୍ କରିଥିବା ଜଣାପଡିଛି। ଏ-୧ ଛାତ୍ରୀ ଅନନ୍ୟା ଦୈନିକ ସାତ ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା ବେଳେ ଆଗକୁ ଆହୁରି ଭଲଭାବେ ପାଠପଢି ଜିଲ୍ଲାପାଳ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପାଇଖାନା କାନ୍ଥ ପଡି ବାଳକର ମୃତ୍ୟୁ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବିଲାତି କୁକୁର ଚାଷ

Sunil Chandra Nayak

ଡ଼. ଏ ପି ଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଡ. କଲାମ ଙ୍କ ସପ୍ତମ ବାର୍ଷିକ ତିରୋଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!