ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଶିବାହାଲ ଚିତ୍ରରେଖା ସ୍କୁଲର ଉନ୍ନତି କରଣ ଓ ସମ୍ବର୍ଦ୍ଧନା ସଭା

କୋକସରା,୨୯/୦୩- କୋକସରା ବ୍ଲକ କାଶିବାହାଲ ଠାରେ ଥିବା ଚିତ୍ରରେଖା ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ସ୍କୁଲ ଉନ୍ନତି କରଣ ଓ ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ନାଏବ ସରପଞ୍ଚ କାଦମ୍ବିନୀ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଜନ ପ୍ରତିନିଧି ଙ୍କୁ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ ରେ ରହିଥିବା ବିଭିନ୍ନ ସମସ୍ୟା କୁ ନେଇ ସ୍କୁଲ ପରିଚାଳନା କମିଟିର ସଭାପତି କୃପାସିନ୍ଧୁ ନାଏକ ଦୃଷ୍ଟି ଆକର୍ଷଣ କରିଥିଲେ। ଚିତ୍ରରେଖା ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଡାଲିମ୍ବ ନାଏକ, ସମାଜସେବୀ ପ୍ରଭାକର ବେହେରା, ବରିଷ୍ଠ ନାଗରିକ ନୀଳକଣ୍ଠ ମାଝୀ, ଗାଁ କଲ୍ୟାଣ ସମିତି ସଭାପତି କିଶୋର ଚନ୍ଦ୍ର ନାଏକ, ଭୁବେନେଶ୍ୱର ନିଆଲ, ମଣିଭଦ୍ର ପଣ୍ଡା, ମାର୍କଣ୍ଡ ବେମାଲ ସମେତ ସ୍କୁଲ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ମ ନି ସ 

Related posts

ଘରୋଇ ସଂସ୍ଥା ଚଲାଇଲା ପ୍ରଥମ ଟ୍ରେନ୍‌..

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ସବୁ ତ ତାର୍ ଲୀଲା

Sunil Chandra Nayak

ଏବିଭିପି କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

Sunil Chandra Nayak

Leave a Comment

error: Content is protected !!