ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଗ ଶଯ୍ୟା ରେ ଘର ମୁରବୀ ଦିବାକର କୁମାର , ଔଷଧ କିଣିବା ପାଇଁ ପୁଅ ଗଲା ଦାଦନ, ସ୍ତ୍ରୀ କରୁଛି ଫେନ୍ସି ବେପାର

କଲମପୁର, ୬/୭ (ମସିହା) କଲମପୁର ବ୍ଲକ ଦେପୁର ପଞ୍ଚାୟତ ଅନ୍ତର୍ଗତ ବଙ୍କାପଲା ଗ୍ରାମର ଦିବାକର କୁମାର (52) ଦୀର୍ଘ ୨ ବର୍ଷ ହେବ ରୋଗ ଶଯ୍ୟା ରେ ପଡି ରହିବାରୁ ଏବେ ଅସହାୟ ଅବସ୍ଥାରେ ପରିବାର l ଯିଏ ପୁଣି ରୋଜଗାର କରି ଘର ପରିବାର ପୋଷୁଥିଲା ସିଏ ହେଲା ଶଯ୍ୟା ଶାୟୀ l ୨ ବର୍ଷ ହେଲା ବିଭିନ୍ନ ସରକାରୀ ବେସରକାରୀ ଡାକ୍ତରଖାନା କୁ ଚିକିତ୍ସା ପାଇଁ ବୁଲି ବୁଲି ସର୍ବସ୍ୱାନ୍ତ ହୋଇ ଗଲେଣି ପରିବାର l ପରିବାର କହିଲେ ରୋଗୀ ଦିବାକର କୁମାର, ସ୍ତ୍ରୀ ସପୁରୀ, ପୁଅ ସମୀର ଏବଂ ୭0 ବର୍ଷୀୟ ବୁଢ଼ୀ ମା l ଡାକ୍ତର ରିପୋର୍ଟ ଅନୁସାରେ ଦିବା ଙ୍କ ଶରୀର ର କଲିଜା ଫୁଲି ରହି ଠିକ ଭାବେ କାର୍ଯ୍ୟ କରି ପାରୁନାହିଁ l ଅଯଥା ପେଟରେ ଦୂଷିତ ପାଣି ଜମା ହୋଇ ରହୁଛି ଫଳରେ ପେଟ ମଧ୍ୟ ଫୁଲି ରହିଛି l ଆବଶ୍ୟକ ଅନୁସାରେ ଅଧିକ କିଛି ଖାଇ ପାରୁନାହାନ୍ତି l ନିଜେ ଚଲାବୁଲା କରିପାରୁ ନାହାନ୍ତି l ବର୍ତମାନ ଶରୀର ଦିନକୁଦିନ କ୍ଷୀଣ ହେବାରେ ଲାଗିଛି l ଦେହରେ ଜମିରହିଥିବା ପାଣି କୁ ଡାକ୍ତରଖାନା ରେ ପାଇପ ମାଧ୍ୟମରେ ନିର୍ଗତ କରାଯାଉଛି l ସେତିକି ବେଳେ ପୁଣି ନିସ୍ତେଜ ହୋଇ ଯାଉଛି ଏବଂ ଏହାପରେ ରକ୍ତ ର ଆବଶ୍ୟକତା ପଡୁଛି l ରୋଗୀ ର ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ପରେ ପରେ ବୁର୍ଲା, କଟକ ବଡ ମେଡିକାଲ, ଭୁବନେଶ୍ୱର ସମ ହସ୍ପିଟାଲ ଗୁଡିକ ବୁଲାଇଲେ l ବର୍ତ୍ତମାନ ବାରମ୍ବାର ଚିକିତ୍ସା ର ଆବଶ୍ୟକତା ପଡିବାରୁ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସପ୍ତାହ କୁ ଥରେ ଚିକିତ୍ସା ପାଇଁ ନେଇ ପେଟ ରୁ ପାଣି କାଢୁଛନ୍ତି l ଏଭଳି ଚିକିତ୍ସା ସାଙ୍ଗକୁ ଦାମୀ ଔଷଧ ଖାଇବା ଫଳରେ ସ୍ୱାସ୍ଥ୍ୟ ରେ କିଛି ସ୍ଥିରତା ରହିଛି l ଭଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଥିବାରୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୁକ୍ତ ଚିକିତ୍ସା ମିଳିଥିଲା l କିନ୍ତୁ ଅନ୍ୟ ସହଯୋଗୀ ମାନେ ଡାକ୍ତରଖାନା ନେବା ଆଣିବା ଓ ତାଙ୍କ ଜରୁରୀ ଖର୍ଚ୍ଚ ଗୁଡିକ ପାଇଁ ଘରେ ଯାହା ବି ଥିଲା ସବୁ ସରିଲା l ପିତୃ ଅର୍ଜିତ ସମ୍ପତ୍ତି ବୋଲି କିଛି ନାହିଁ l ଏବେ ଋଣ, ଧାର କରଜ କରି ସର୍ବସ୍ୱାନ୍ତ ହୋଇ ଗଲେଣି l ଜୀବନ ବଞ୍ଚାଇବାକୁ ଯାଇ ଚିକିତ୍ସା ସାଙ୍ଗ କୁ ବହୁ ଦାମୀ ଔଷଧ ର ନିୟମିତ ଆବଶ୍ୟକ ପଡୁଛି l ଏଣୁ ସ୍ତ୍ରୀ ସପୁରୀ (40) ଛୋଟ ପେନ୍ସି ସାମାନ ଧରି ଘର ଘର ବୁଲି ବ୍ୟବସାୟ କରି କିଛି ଉପାର୍ଜନ ହେଲେ ରୋଗୀ ସ୍ୱାମୀ କୁ ଦାମୀ ଔଷଧ କିଣୁଛନ୍ତି l ଅଭାବ ଥିଲେ ଔଷଧ ନ କିଣି ସେମିତି ରହିଯାଉଛନ୍ତି l ଘରର ପରିସ୍ଥିତି ଦେଖି ଏହି କିଛିଦିନ ହେବ ତାଙ୍କ ଏକୋଇଶ ବର୍ଷୀୟ ପୁଅ ଉଚ୍ଚ ଶିକ୍ଷା ଅଧ୍ୟୟନ ଏବଂ ଚାକିରୀ ପାଇଁ ପ୍ରସ୍ତୁତି ଛାଡି ସମୀର କୁମାର ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବାହାରକୁ ଯାଇଛନ୍ତି l ରୋଗୀ ର ଚିକିତ୍ସା ପାଇଁ ଉଚ୍ଚ ମାନର ଚିକିତ୍ସା ଆବଶ୍ୟକ ହେଉଛି l ସେହି ଚିକିତ୍ସା ମିଳିଲେ ରୋଗୀ ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ହେବା ସମ୍ଭାବନା ରହିଛି l ଏଭଳି ପରିସ୍ଥିତି ହେତୁ ରୋଗୀ କୁ ଉନ୍ନତ ମାନର ସ୍ୱତନ୍ତ୍ର ଚିକିତ୍ସା, ମାଗଣାରେ ସମସ୍ତ ଔଷଧ ସହିତ ପରିବାର ପାଇଁ କିଛି ଆର୍ଥିକ ସହାୟତା ଯୋଗାଇଦେଲେ ଅସହାୟ ପରିବାର ପ୍ରତି ସହାୟ ହୋଇ ପାରିବ ବୋଲି ଅଞ୍ଚଳ ବାସୀ ମଧ୍ୟ ଦାବୀ କରୁଛନ୍ତି l

ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର

Related posts

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

ତରକାସୁର ବଧ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କେସିଙ୍ଗା ବଲାଙ୍ଗୀର ବିଦ୍ୟୁତ କେଭି ଲାଇନ ସବଷ୍ଟେସନ ଉଦଘାଟିତ

Leave a Comment

error: Content is protected !!