ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ଦ୍ଧେନ୍ଦୁଙ୍କୁ ନିସର୍ତ୍ତ ଖଲାସ ଦାବିରେ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଦାବିପତ୍ର

ଧର୍ମଗଡ,ତା୭/୭(ମ ନି ସ)-ବରିଷ୍ଠ ସାମ୍ବାଦିକ ତଥା ଏକ ଘରୋଇ ଟିଭି ଚେନାଲର ସଂପାଦକ ଅର୍ଦ୍ଧେନ୍ଦୁଙ୍କ ଗିରଫଦାରୀକୁ ନେଇ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପ୍ରତିବାଦ କରିଛି । ଏନେଇ ଧର୍ମଗଡ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ସରକାର ଶାସନକଳର ଅପବ୍ୟବହାର କରି ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିଛି ବୋଲି ସଂଘ ଅଭିଯୋଗ କରିଛି। ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ସରକାରୀ କଳ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ସରକାରଙ୍କ ହାତବାରିସି ହୋଇ ସାଧାରଣ ଜନତା ଉପରେ ଅତ୍ୟାଚାର କରୁଛି ବୋଲି ସଂଘ ଅଭିଯୋଗ କରିଛି। ସରକାର ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିସର୍ତ୍ତ ଖଲାସ କରନ୍ତୁ ନଚେତ୍ ଭୟାବହ ଆନ୍ଦୋଳନ ହେବ ବୋଲି ସଂଘର ସଭାପତି ରବିନାରାୟଣ ଚଲାନ, ସୁବାସ ବାଗ,ତୁଲସି ଛତ୍ରିଆ, ନିକୁଞ୍ଜ ଚଲାନ, ରମେଶ ବେହେରା, ଲକ୍ଷ୍ମୀ କାନ୍ତ ଧଙ୍ଗଡାମାଝୀ ରଜନୀ ଛତ୍ରିଆ, ଚନ୍ଦନ ପାତ୍ର,ସୋଭିତ ଗାନ୍ଧୀ, ଦିଲିପ ଦୁରିଆ,ଲକ୍ଷ ଜ୍ୟୋତି ଜାଲ,କାମେଶ ନାଗ, ଆକାଶ ଜଗତ, ଚନ୍ଦ୍ର ଲହଜଲ‌ ,ରମଣି ଜାଲ ପ୍ରମୁଖ ଚେତାବନୀ ଦେଇଛନ୍ତି।

 

Related posts

ଚୁରାପାହାଡ଼ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବି ଅବହେଳିତ

Sunil Chandra Nayak

ସାପ କାମୁଡ଼ାରେ ସ୍ୱାମୀ ସ୍ତ୍ରୀ ମୃତ

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!