ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଜନ୍ମେଜୟ କବାଟ ଜିଲ୍ଲା ଟପର

ମୟୂରଭଞ୍ଜ- ୦୭/୦୭/୨୨ (ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ୧୯୯୧ ପ୍ରତିଷ୍ଠା ହୋଇଥିବା ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ପାଇଛନ୍ତି ।୧୫୪ ଜଣ ଛାତ୍ର ମଧ୍ଯରୁ ୧୪ ଜଣ ଏ-୧ ଗ୍ରେଡ଼ ସଫଳତା ହାସଲ କରିଛନ୍ତି । ତନ୍ମଧ୍ୟରୁ ଜନ୍ମଜେୟ କବାଟ ସର୍ବାଧିକ ୫୯୧ ନମ୍ବର ରଖି ମୟୁରଭଞ୍ଜ ଜିଲ୍ଲାର ଟପର ହୋଇଛନ୍ତି । ସେହିଭଳି ଜ୍ୟୋତି ରଂଜନ ରାଉତ ୫୮୨, ଶୁଭମ୍ ନାଏକ ୫୮୧ ଏବଂ ଦେବେନ୍ଦ୍ର ବେହେରା ୫୭୩ ମାର୍କ ରଖିଛନ୍ତି । ସେମାନଙ୍କର ସଫଳତା ପାଇଁ ବାପା,ମାଆ, ବିଦ୍ୟାଳୟ ର ଆଚାର୍ଯ୍ୟ ଓ ଆଚାର୍ଯ୍ଯା,ଓ ସାଙ୍ଗ ସାଥି,ଶୁଭେଛୁ ମାନଙ୍କୁ ପ୍ରଦାନ କରିଛନ୍ତି । ଆଗକୁ ଜନ୍ମେଜୟ କବାଟ ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ଲକ୍ଷ୍ଯ ରଖିଥିବାବେଳେ ଦେବେନ୍ଦ୍ର ବେହେରା ଡାକ୍ତର ହୋଇ ଆଦିବାସୀ ଅଂଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଲକ୍ଷ୍ଯ ରଖିଛନ୍ତି । ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିର ଲଗାତର ୫ ଥର ପାଇଁ ବାମନଘାଟୀ ଉପଖଣ୍ଡର ସରକାରୀ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟ କୁ ପଛରେ ପକାଇ ଶ୍ରେଷ୍ଠତ୍ବ ହାସଲ କରିଛି । ଏହାର ପଛରେ ଛାତ୍ରଛାତ୍ରୀଙ୍କ ଗୁରୁଭକ୍ତି,କଠିନ ପରିଶ୍ରମ, ଅଭିଭାବକଙ୍କ ପ୍ରଚେଷ୍ଟା ଏବଂ ଗୁରୁଜୀ ଓ ଗୁରୁମାମାନଙ୍କର କଠିନ ପରିଶ୍ରମ, ଶିକ୍ଷାଦାନ, ଛାତ୍ରଛାତ୍ରୀମାନଙ୍କ ସହ ସୁସଂପର୍କ ଯୋଗୁଁ ଏହା ହୋଇପାରିଛି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ସରକାରୀ ବିଦ୍ୟାଳୟ ବାହ୍ଯ ରୂପାନ୍ତକରଣ କରୁଥିବାବେଳେ ବେସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅନ୍ତଃ‌ରୂପାନ୍ତକରଣରେ ବିକାଶ କରୁଛନ୍ତି । ଯାହାକୁ ସବୁଠି ଚର୍ଚ୍ଚା ।ସମସ୍ତ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ମାନଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ…ଅଞ୍ଚଳ ରେ ଶୋକର ଛାୟା

Sunil Chandra Nayak

କଣ୍ଡୁରୀ ଚରଣ ନାୟକ  ଙ୍କ କବିତା ଏଇ ସାଗରର ନୀଳ ଉର୍ମି ମାଳାରେ 

Sunil Chandra Nayak

ବିଦ୍ୟା ଧର ସାହୁ ଙ୍କ ଉପସ୍ଥାପନା ଆଜି ଦୀପାବଳି…

Sunil Chandra Nayak

Leave a Comment

error: Content is protected !!