ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୁଦ୍ଧ ପାଣି ଯୋଗାଣ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ଜାହିର କଲେ ପୌର ଅଧ୍ୟକ୍ଷା

ଭବାନୀପାଟଣା ତା ୪/୧୦ (ମ ନି ସ) ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା   ର ବର୍ତ୍ତମାନ ସ୍ଥିତି ଜାଣିବା ପାଇଁ ପୌର ଅଧ୍ଯକ୍ଷା ସଂଯୁକ୍ତା ବେହେରା ବାନ୍ଦୋପଲା ସ୍ଥିତ ପାନୀୟ ଜଳ ବିଶୋଧନାଗାର ଏବଂ ଶଗଡା ଓ ହାତୀ ନଦୀରୁ ପାଣି ଉଠାଯାଉଥିବା ସ୍ଥଳ ତଦାରଖ କରି ଦେଖିଥିଲେ। ତାଙ୍କ ସହ ଭବାନୀପାଟଣା ପୌରାଞ୍ଚଳର ସମସ୍ତ ଜଳସାଥୀ ମଧ୍ୟ ଉପସ୍ଥିତ ଥିଲେ। ଜଳଯୋଗାଣ ବ୍ଯବସ୍ଥା ଅନୁଧ୍ୟାନ କରି ସନ୍ତୋଷ ବ୍ଯକ୍ତ କରିଥିଲେ। ସେଠାରେ ଉପସ୍ଥିତ ଥିବା ଯନ୍ତ୍ରୀ ଭବାନୀପାଟଣା ପୌରାଞ୍ଚଳର ପାନୀୟ ଜଳ ଯୋଗାଣ ବ୍ଯବସ୍ଥାର ଉନ୍ନତି କରଣ ପାଇଁ ଆଗାମୀ ଯୋଜନା ବାବଦରେ ଅବଗତ କରାଇ କହିଥିଲେ କି, ବାନ୍ଦୋପଲା ବିଶୋଧନାଗାରୁ ନୂଆଁ ବାଇପାସ ରାସ୍ତା ଦେଇ ଅର୍କାବାହାଲି ପଡା ଛକ ପର୍ଯ୍ୟନ୍ତ ଏକ ପାଇଲାଇନ୍ ପକାଇବା ପାଇଁ ବ୍ଯବସ୍ଥା ହୋଇଛି। ଯାହାଫଳରେ ସବୁ ପାଣି ଟାଙ୍କିରେ ଜଳ ସଂଗ୍ରହ ବ୍ଯବସ୍ଥା ଶିଘ୍ର ହୋଇପାରିବ ଓ ସବୁ ହିତାଧିକାରୀ ମାନେ ସକାଳୁ ଶୀଘ୍ର ପାଣି ପାଇପାରିବେ। ଏତତ୍ ବ୍ଯତିତ ଓ ୟୁ ଏ ଟୀ , ମଦନ ମୋହନ ପଡ଼ା , ହିଲ୍ ଟାଉନ , ଗୋଦମ୍ ପଡ଼ା     ଅଞ୍ଚଳରେ ଗୋଟିଏ ଲେଖାଏଁ  ଓଭର ହେଡ ଟ୍ୟାଙ୍କ   ଏବଂ କଲେଜ୍ ପାଖରେ ଭୂତଳ ଜଳଭଣ୍ଡାର ନିର୍ମାଣ ପାଇଁ ଅକ୍ଟୋବର  ମାସରେ କାର୍ଯ୍ଯାଦେଶ ଦିଆଯିବ। ପାଇପ୍ ଲାଇନ୍ ପଡିନ ଥିବା ଅଞ୍ଚଳରେ ନୂଆଁ ପାଇପ୍ ଲାଇନ୍ ବିଛାଯାଇ ନୁତନ ଭାବେ ବିକଶିତ ହୋଇଥିବା ଅଞ୍ଚଳ ତଥା ଅନ୍ଯ ଅଞ୍ଚଳର ସମସ୍ତ ବାସିନ୍ଦା ଙ୍କ ବାସ ଗୃହକୁ ସଂଯୋଗିକରଣ କରାଯିବ । ପାଣିର ଅପଚୟ ରୋକିବା ପାଇଁ ସବୁ ହାଉସ କନେକ୍ସନ  ରେ ମିଟରିକରଣ ବ୍ଯବସ୍ଥା ମଧ୍ୟ ଅକ୍ଟୋବର ମାସରୁ ଆରମ୍ଭ ହେବା ପାଇଁ କାର୍ଯ୍ଯାଦେଶ ଦିଆଯାଇଛି। ଭୂତଳ ଜଳ ଯୋଗାଣ ହେଉଥିବା ଅର୍କାବାହାଲି ଡଙ୍ଗରିପଡା, ତାରିଣୀ ମନ୍ଦିର ପଡା, ଜଳେଶ୍ବର ମନ୍ଦିର ପଡା କୁ ନଦୀ ପାଣି ରୁ ଯୋଗାଇବା ଉକ୍ତ କାର୍ଯ୍ଯରେ ସାମିଲ ଅଛି। ପରିଶେଷରେ ୧୦ ଜଣ ମହିଳା ଜଳସାଥୀ ଓ ଅର୍କାବାହାଲି ଡଙ୍ଗରି ପଡା ଠାରେ ଜଣେ ମହିଳା ପମ୍ପ ଓପରେଟର  କାର୍ଯ୍ଯ କରୁଥିବା ଜାଣି ମହିଳା ସଶକ୍ତି କରଣ ଏହା ଆଉ ଏକ ପଦକ୍ଷେପ ବୋଲି ସନ୍ତୋଷ ପ୍ରକାଶ କରିଥିଲେ । ଭବାନୀପାଟଣା ସହରକୁ 24×7 ଜଳଯୋଗାଣ ପାଇଁ ଅମୃତ 2  ଯୋଗାଣରେ ସାମିଲ କରାଯାଇଥିବା ଖୁସି ବ୍ଯକ୍ତ କରିଥିଲେ। ଏହି ଯୋଜନାରେ ଆଗାମୀ 2025 ରୁ 2055 ପର୍ଯ୍ୟନ୍ତ ଘରକୁ 24 ଘଣ୍ଟା ଜଳଯୋଗାଣ ବ୍ଯବସ୍ଥା ରହିବ।

Related posts

ସାମ୍ବାଦିକ ଙ୍କୁ ଜଣେ ଓକିଲ ଦୁର୍ବ୍ୟବହାର ର ପ୍ରତିବାଦ ରେ ପ୍ରେସକ୍ଲବ ପକ୍ଷରୁ ଏସ ପି ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

ବାନିଗାଁଠାରେ କ୍ଷୁଦ୍ର ଶସ୍ୟ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

Leave a Comment

error: Content is protected !!