ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍ତର ଓଡିଶା ରେଳ ବିକାଶ ସମନ୍ବୟ ସମିତି ର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ରାଉରକେଲା/ ଉତ୍ତର ଓଡିଶା ରେଳ ବିକାଶ ସମନ୍ବୟ ସମିତି, ରାଉରକେଲା ର ଏକ ସାଧାରଣ ବୈଠକ ସେକ୍ଟର ୩ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଉପେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଅମୂଲ୍ୟ ଚରଣ ବରାଳ, ସଂଗ୍ରାମ କେଶରୀ ମହାନ୍ତି, ଅକ୍ଷୟ କୁମାର ଦାସ, ଶମ୍ବୁନାଥ ପରିଡା, ସଦାନନ୍ଦ ସାହୁ, ମନୋଜ କୁମାର ରାଉଳ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ, ମନୋରଞ୍ଜନ ଦାସ,ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ରହି ୬ ଟି ଜିଲ୍ଲା ଯଥା ସୁନ୍ଦରଗଡ, ଯାଯପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ରାଉରକେଲା ରେ ରହୁଥିବା ବ୍ୟକ୍ତି ମାନଙ୍କୁ ସଭ୍ୟ ଭୁକ୍ତ କରିବା ପାଇଁ ୬ଜଣ ସଂଯୋଜକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସୁନ୍ଦରଗଡ ପାଇଁ ଉପେନ୍ଦ୍ର କୁମାର ନାୟକ, ମୋ ୯୪୩୭୦୪୪୪୦୬,କେନ୍ଦୁଝର ପାଇଁ ସଦାନନ୍ଦ ସାହୁ, ମୋ ୭୦୦୮୨୩୫୬୪୦, ଯାଯପୁର ପାଇଁ ସଂଗ୍ରାମ କେଶରୀ ମହାନ୍ତି, ମୋ ୯୪୩୯୩୬୬୯୦୫ ଓ ମନୋଜ କୁମାର ରାଉଳ, ମୋ ୯୪୩୭୧୪୧୦୩୦,ଭଦ୍ରକ ପାଇଁ ଅକ୍ଷୟ କୁମାର ଦାସ, ମୋ ୯୯୩୮୦୫୨୦୬୧, ବାଲେଶ୍ବର ପାଇଁ ମନୋରଞ୍ଜନ ଦାସ, ମୋ ୮୦୯୩୯୨୯୦୭୭୩ ଓ ଶଶଧର ପାତ୍ର, ମୋ ୯୪୩୭୩୧୬୨୨୬ , ମୟୂରଭଞ୍ଜ ପାଇଁ ଡାକ୍ତର ସୁବ୍ରତ ପରମାଣିକ, ମୋ ୭୯୭୮୭୭୩୪୮୪,କେନ୍ଦ୍ରାପଡା ପାଇଁ ନିତାଇ ନାୟକ, ମୋ୯୪୩୭୦୪୬୬୮୩, ଓ ସତ୍ୟାନନ୍ଦ ବେହେରା, ମୋ ୯୪୩୮୭୧୧୭୯୨ କୁ ଆଗ୍ରହୀ ବ୍ୟକ୍ତି ନିଜ ଅଞ୍ଚଳ ପାଇଁ ସଭ୍ୟ ସଂଗ୍ରହ କରିବେ। ସଭ୍ୟ ଚାନ୍ଦା ବାର୍ଷିକ ଏକଶତ ଟଙ୍କା ଓ ଆଜୀବନ ସଦସ୍ୟ ପାଇଁ ପାଞ୍ଚ ଶତ ଟଙ୍କା ଦେବାକୁ ପଡିବ। ଏହି ଜିଲ୍ଲା ମାନଙ୍କର ବିଧାୟକ, ସାଂସଦ, ବ୍ଲକ ଚେୟାରମ୍ୟାନ୍, ସରପଞ୍ଚ ମାନଙ୍କ ଠାରୁ ଚିଠି ସଂଗ୍ରହ କରି କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟକୁ ପଠାଯିବ। ଏହାର କପି ଅଫିସରେ ରହିବ। ଏହାବ୍ଯତୀତ ପାର୍ଲାମେଣ୍ଟ ଅଧିବେଶନ ସରିବା ମାତ୍ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ପ୍ରତାପ ଷଡଙ୍ଗୀ, ସାଂସଦ ମଞ୍ଜୁଳା ମଣ୍ଡଳ,ଅନୁଭବ ମହାନ୍ତି ଙ୍କୁ ଉପରୋକ୍ତ ଜିଲ୍ଲା ମାନଙ୍କରେ ରେଳ ଯୋଗାଯୋଗ କରାଯିବା ପାଇଁ, ସେମାନଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯିବ। ଏହି ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ଉପେନ୍ଦ୍ର କୁମାର ନାୟକ, ଉପସଭାପତି ଭାବେ ସଂଗ୍ରାମ କେଶରୀ ମହାନ୍ତି ଓ ସତ୍ୟାନନ୍ଦ ବେହେରା, ମନୋରଞ୍ଜନ ଦାସ, ନିତାଇ ଚରଣ ନାୟକ, ସାଧାରଣ ସଂପାଦକ ଭାବେ ଅକ୍ଷୟ କୁମାର ଦାସ, ସଂପାଦକ ଭାବେ ସଦାନନ୍ଦ ସାହୁ, ଶମ୍ବୁନାଥ ପରିଡା, ମନୋଜ କୁମାର ରାଉଳ, ଜଗନ୍ନାଥ ରାଉତ, କୋଷାଧ୍ୟକ୍ଷ ଭାବେ ଶଶଧର ପାତ୍ର, କାର୍ଯ୍ୟକାରୀ ସଦସ୍ୟ ଭାବେ ଡାକ୍ତର ସୁବ୍ରତ କୁମାର ପରମାଣିକ, ନବଘନ ପାଣି, ଅନିଲ ଜେନା, ସତ୍ୟାନନ୍ଦ ବେହେରା, ସହଦେବ ମହନ୍ତ, ଲମ୍ବୋଦର ବିଶ୍ବାଳ, ସୁରେନ୍ଦ୍ର କୁମାର ରାଉତ, ମୁଖପାତ୍ର ଭାବେ କୁଞ୍ଜବିହାରୀ ରାଉତ ଓ ଉପଦେଷ୍ଟା ମଣ୍ଡଳୀ ର ଅମୂଲ୍ୟ ଚରଣ ବରାଳ, ଇଂ ଅଭୟ କୁମାର ଦାସ, ପି.ପି.ରାୟ, ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ ଓ ଡଃ ସୁମନ ଦତ୍ତ ଙ୍କୁ ମନୋନୀତ କରାଗଲା। ପ୍ରଥମେ ରାଉରକେଲାରୁ ବାରିପଦା ଭାୟା ଚକ୍ରଧରପୁର, ବଡବିଲ, କେନ୍ଦୁଝର, ଜଖପୁରା, ଯାଯପୁର ରୋଡ,ଭଦ୍ରକ, ବାଲେଶ୍ବର, ବାରିପଦାକୁ ଏକ ସବୁଦିନିଆ ରେଳ ସଂଯୋଗ ପାଇଁ ଉଦ୍ୟମ କରାଯିବ। ପରେ ପାରାଦ୍ବୀପ ପାଇଁ ଦାବି ହେବ। ବର୍ତ୍ତମାନ ଏହି ଆନ୍ଦୋଳନକୁ ସକ୍ରିୟ କରି ଦାବି ହାସଲ ପାଇଁ ସହଯୋଗ କରିବାକୁ ସଭାପତି ଶ୍ରୀ ନାୟକ ଅନୁରୋଧ କରିଛନ୍ତି। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ

Sunil Chandra Nayak

ୱାରାଂଚିତି ପ୍ରବର୍ତ୍ତକ ଗୁରୁ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

Leave a Comment

error: Content is protected !!