ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଦୀନବନ୍ଧୁ ମହାନନ୍ଦଙ୍କୁ ଗର୍ଭସ୍ଥ ଶିଶୁର ମୃତ୍ୟକୁ ନେଇ ମରଣାତ୍ମକ ଆକ୍ରମଣ ଘଟଣାରେ ଦୁଇ ଗିରଫ ଓ କୋର୍ଟ ଚାଲାଣ 

ନୂଆପଡା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଦୀନବନ୍ଧୁ ମହାନନ୍ଦ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜ କାର୍ଯ୍ୟ ସାରି ଖଡ଼ିଆଳ ସ୍ଥିତ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥିତ ମା ଓ ଶିଶୁ ଯତ୍ନ କେନ୍ଦ୍ରକୁ କୁ ନିଜ ସରକାରୀ କାର୍ଯ୍ୟ ନେଇ ଯାଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଜଣେ ବ୍ୟକ୍ତି ନିଜ ପୁଅକୁ ମାରି ଦେଲୁ କହି ଚପଲ ଚପଲ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ଡାକ୍ତର ମହାନନ୍ଦ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ଖଡ଼ିଆଳ ଏସଡ଼ିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି । । ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଖଡ଼ିଆଳ ଥାନା ଅନ୍ତର୍ଗତ ବାରେଶ ବାହାଳି ଗ୍ରାମର ଦୁ୍ଧେଶ ମୁଗ୍ରୀ (୩୩)ପିତା. ବାସୁଦେବ ମୁଗ୍ରୀ ଓ ଭାଲୁଡୁଙ୍ଗରି ଗ୍ରାମର ପ୍ରବୀଣ ପଟେଲ (୩୦)ପିତା. ବିଷ୍ଣୁ ପ୍ରସାଦ ପଟେଲ ବୋଲି ପୋଲିସ ସୂତ୍ରରୁ ସୂଚନା ଦିଆ ଯାଇଛି l ଏନେଇ ଖଡ଼ିଆଳ ଥାନାରେ କେଶ ନମ୍ବର ୨୫୨/ତା.୧୨.୭.୨୨ ରେ ଏକ ମାମଲା ରୁଜୁ କରି ଦଫା ୩୪୧,୨୯୪,୩୨୩,୩୨୪,୩୫୫,୩୫୩,୩୦୭, ୩ (a)Medicare Service Act ଦଫା ଲାଗି ଥିବାବେଳେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରା ଯାଇ ଥିବା ଖଡ଼ିଆଳ ଏସଡ଼ିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲୋକାର୍ପିତ ହେଲା ଲାଞ୍ଜିଗଡ଼ ବ୍ଲକର ୯ଗୋଟି ୫-ଟି ରୁପାନ୍ତରିତ ସ୍କୁଲ   

ବିଶିଷ୍ଟ କଂଗ୍ରେସ ନେତା ଅନିରୁଦ୍ଧ ଜେନା ଙ୍କ ଦେହାନ୍ତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!