ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗମ୍ଭାରୀଆ-ଜଗନ୍ନାଥପୁର ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ମୟୂରଭଞ୍ଜ – ୧୫/୭/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର ଗମ୍ଭାରୀଆ ଗ୍ରାମପଞ୍ଚାୟତର ଗମ୍ଭାରିଆ ଗ୍ରାମଠାରୁ-ଜଗନ୍ନାଥପୁର ଗ୍ରାମ ୩ କିମି ରାସ୍ତା ମରଣଯନ୍ତା ପାଲଟିଛି ।ଏହି ଗ୍ରାମ୍ୟ ରାସ୍ତା ଉପରେ ୫ଟି ଗ୍ରାମର ବାସିନ୍ଦା ନିର୍ଭର କରୁଛନ୍ତି ।ଗ୍ରାମ ଗୁଡ଼ିକ ହେଲା ଗମ୍ଭାରୀଆ,କଣ୍ଟାଶୋଳ,ପାହାଡପୁର,କୁମ୍ଭୀରଦା ଏବଂ ଜଗନ୍ନାଥପୁର ସହ ଅନ୍ୟ ଆଡକୁ ସଂଯୋଗ ରହିଛି ।ଏହି ଗ୍ରାମୀଣ ଜଙ୍ଗଲ ରାସ୍ତାଟି ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଛି । ଗମନାଗମନ କରିବା ଅତି କଷ୍ଟକର ହେଉଛି ।ଗାଁ ଲୋକେ ଦୈନନ୍ଦିନ ୧୦୦ ରୁ ଉର୍ଦ୍ଧ୍ବ ସ୍କୁଲ ଛୁଆ, ଡାକ୍ତରଖାନାକୁ, ସରକାରୀ ଓ ବେସରକାରୀ କାମ ପାଇଁ ବାହାରକୁ ଯାଇ କଂଚା ରାସ୍ତା ଖାଲ କମାଲ ଦେଇ ନାହିଁ ନ ଥିବା ଅସୁବିଧା ରେ ପଡ଼ିବା ସହ ଦୁର୍ଘଟଣାରେ ଶିକାର ହୁଅନ୍ତି। ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀମାନେ ଦିର୍ଘ ୮ ବର୍ଷ ହେଲା ସରପଞ୍ଚ, ବିଡ଼ିଓ, ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ । କଣ୍ଟାଶୋଳ ଗ୍ରାମରେ ସିଙ୍ଘଲ ଆଗ୍ରୋ ରାଇସ ମିଲ ଅଛି । ରାଇସ ମିଲକୁ ୧୮ ଚକିଆ ଟ୍ରକ ଯାଇ ରାସ୍ତା ଖରାପ କରୁଛି । ଗ୍ରାମବାସୀ ରାଇସ ମିଲ ମାଲିକକୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । ପ୍ରଶାସନ ଶୁଣୁ ନାହିଁ । ବାରମ୍ବାର ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନଥିବାରୁ ଗ୍ରାମବାସୀ ଅସନ୍ତୁଷ୍ଟ ଓ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଗମ୍ଭାରୀଆ ସରପଞ୍ଚ ବୈଦହୀ ହାଁସଦା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସେ କହିଥିଲେ ପଞ୍ଚାୟତରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଂଜୁର କରିବେ ।ହେଲେ ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ସେ ଓ ଗ୍ରାମବାସୀ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବନ ବିଭାଗ,ଆରଡ଼ି ବିଭାଗ,ବିଡ଼ିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଆଜି ଲିଖିତ ଜଣାଇଛନ୍ତି । ଖୁବ୍ ଶିଘ୍ର ପ୍ରଶାସନ ସମାଧାନ ନ କଲେ ଅଳ୍ପ ଦିନ ମଧ୍ୟରେ ସମସ୍ତ ୫ଖଣ୍ଡ ଗ୍ରାମବାସୀ ଆନ୍ଦୋଳନ କରି ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେ । ସେଥିପାଇଁ ପ୍ରଶାସନ ଦାୟୀ ରହିବ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ମହମ୍ମଦ ଜୟନ୍ତୀ ପାଳିତ

Sunil Chandra Nayak

ଧର୍ମଗଡ ରେ ଜାତୀୟ ପତାକା ଦିବସ

Sunil Chandra Nayak

ସମାଜସେବୀ କିନ୍ନରଙ୍କ ସହ ଝିଅର ଜନ୍ମଦିନ ପାଳନ କଲେ

Sunil Chandra Nayak

Leave a Comment

error: Content is protected !!