ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳିତ ନେତା ଜିଗ୍ନେଶ ମେୱାନିଙ୍କୁ ଆସାମ ପୋଲିସ ଦ୍ବାରା ବେଆଇନ ଭାବରେ ଗିରଫ କରିବା ବିରୋଧରେ ଦଳିତ ଅଧିକାର ମଞ୍ଚର ପ୍ରତିବାଦ

ନୂଆପଡ଼ା -:  ଗୁଜୁରାଟର ବଡ଼ଗ୍ରାମ ବିଧାୟକ ତଥା ଦଳିତ ଯୁବନେତା ଜିଗ୍ନେଶ ମେୱାନିଙ୍କୁ ଆସାମ ପୋଲିସ ଦ୍ବାରା ବେଆଇନ ଭାବରେ ଗିରଫ ବିରୋଧରେ ଓ ଯଥାଶୀଘ୍ର ତାଙ୍କୁ ମୁକ୍ତ କରିବା ଦାବିରେ ଦଳିତ ଅଧିକାର ମଞ୍ଚର ସଭାପତି କମଲ ଚରଣ ତାଣ୍ଡିଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଦେଶରେ ଦମନପ୍ରକ୍ରିୟା ବଢ଼ୁଛି ଏବଂ ଏହାକୁ ବିରୋଧ କରୁଥିବା ତୁଙ୍ଗ ଦଳିତ ନେତାମାନଙ୍କୁ ସରକାର ମାନସିକ ଓ ଶାରୀରିକ ଯାତନା ଦେଉଥିବା ଶ୍ରୀ ତାଣ୍ଡି ଅଭିଯୋଗ କରିଥିଲେ। ଦଳିତ ଓ ମୁସଲମାନଙ୍କ ଉପରେ ସରକାର ଯୋଜନାବଦ୍ଧ ରଣନୀତି ଆପଣାଇ ସେମାନଙ୍କୁ ଦମନ କରୁଛନ୍ତି। ଏହାର ଶୀକାର ହୋଇଛନ୍ତି ଦଳିତ ଯୁବନେତା ଓ ବିଧାୟକ ଜିଗ୍ନେଶ ମେୱାନି।ଆଗାମୀ ଗୁଜୁରାଟ ନିର୍ବାଚନରେ ସମ୍ଭାବ୍ୟ ପରାଜୟ ଆଶଙ୍କାରେ ନରେନ୍ଦ୍ର ମୋଦି ଓ ଅମିତ ଶାହା ଏହିପରି ପଦକ୍ଷେପ ନେଇଛନ୍ତି ଓ ଏପରି ଚକ୍ରାନ୍ତକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ତାଣ୍ଡି ବିଜେପି ସରକାରକୁ ଚେତାବନୀ ଦେଇଛନ୍ତି। ଵିଜେପି ଗଣତନ୍ତ୍ରକୁ ଭୟ କରେ ଓ ଅଗଣତାନ୍ତ୍ରିକ ପଦ୍ଧତିରେ କ୍ଷମତାରେ ରହିବାକୁ ଚାହେଁ ବୋଲି ଅନ୍ୟାନ୍ୟ ବକ୍ତା ମତ ଦେଇଥିଲେ। ଜିଗ୍ନେଶଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିବା ପରେ ଅନ୍ୟ ଏକ ମାମଲା ଇଛ୍ଛାକୃତ ଭାବରେ ଲଦି ଦିଆଯାଇଛି।ଏହା ଦ୍ବାରା ବିଜେପି କେତେ ପରିମାଣରେ ଡରି ଯାଇଛି ତାହା ସ୍ପଷ୍ଟ ଜଣା ପଡ଼ୁଛି ବୋଲି ଶ୍ରୀ ତାଣ୍ଡି କହିଛନ୍ତି। ଖୁବ ଶୀଘ୍ର ଜିଗ୍ନେଶଙ୍କୁ ମୁକ୍ତ କରା ନଗଲେ ଏହାର ପରିଣତି ଭୟଙ୍କର ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏହି ଅବସରରେ ଦଳିତ ଅଧିକାର ମଞ୍ଚର ସମସ୍ତ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୋଡସେ ପୂଜାରୀ କହି ତାଙ୍କୁ ସାଂପ୍ରଦାୟିକ ହିଂସାକୁ ଅଟକାଇବା ପାଇଁ ଆହ୍ବାନ କରି ଶ୍ରୀ ମେୱାନୀ ଏକ ଟୁଇଟ କରିଥିଲେ। ଏହାକୁ ଭିତ୍ତି କରି ବିଜେପିର ଜଣେ କାର୍ଯ୍ୟକର୍ତ୍ତା ଆସାମରେ ଏକ ମାମଲା ରୁଜୁ କରିଥିଲେ ଏବଂ ପରେ ଆସାମ ପୋଲିସ ତାଙ୍କୁ ଗୁଜୁରାଟରୁ ଗିରଫ କରିଥିଲା। ଏହିପରି ଭାବରେ ଜଣେ ବିଧାୟକଙ୍କୁ ଗିରଫ କରିବା ଆଇନଗତ ଭାବରେ କେତେଦୂର ଠିକ ତାହା ନେଇ ଅନେକ ରାଜନୈତିକ ଦଳର ନେତା ଓ ଆଇନ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୃତ ନାବାଳିକା ଛାତ୍ରୀ ଙ୍କୁ ନ୍ୟାୟ ମିଳିବା ନିମନ୍ତେ ଏ ବି ଭି ପି ପକ୍ଷରୁ ଏସ ପି ଅଫିସ ଘେରାଉ

Sunil Chandra Nayak

ସଫଳା ଦାସ ଙ୍କ କବିତା ପ୍ରଶଂସା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!