ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ ନାବାଳିକା ଛାତ୍ରୀ ଙ୍କୁ ନ୍ୟାୟ ମିଳିବା ନିମନ୍ତେ ଏ ବି ଭି ପି ପକ୍ଷରୁ ଏସ ପି ଅଫିସ ଘେରାଉ

ଦାବୀ ପୂରଣ ନ ହେଲେ ରାଜ୍ୟର ସମସ୍ତ କଲେଜ ଛାତ୍ର ଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ କରିବେ ଆନ୍ଦୋଳନ। ପ୍ରଶାସନ କୁ ଦେଲେ କଡା ଚେତାବନୀ

ଫୁଲବାଣୀ -: ସଦର ଥାନା ଅନ୍ତର୍ଗତ ଫୁଲବାଣୀ ସରକାରୀ ତାଲିମ କେନ୍ଦ୍ର ନିକଟସ୍ଥ ଗୌଡ଼ପଡା ଅଞ୍ଚଳ ର ନାବାଳିକା ୯ଶ୍ରେଣୀ ଛାତ୍ରୀଙ୍କୁ ତା ୧୮/୬/୨୦୨୨ ରିଖ ଦିନ ଅଭିଯୁକ୍ତ ମାନେ ଦୁଷ୍କର୍ମ ପରେ ହତ୍ୟା କରି ଆତ୍ମହତ୍ୟା ର ରୂପ ଦେଇ ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହେଇଥିଲା । ଏ ଘଟଣା ସମ୍ପର୍କରେ ଝିଅ ର ମାଆ ଯଶୋଦା କଁହର ସଦର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣା ର ତଦନ୍ତ ଠିକ ଭାବରେ ନକରି ଏକ ମାସରୁ ଉର୍ଦ୍ଧ୍ବ ଦିନ ହୋଇଥିଲେ ମଧ୍ୟ ନାବାଳିକା ଛାତ୍ରୀ ଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତ ମାନଙ୍କୁ  ଆଜି ପର୍ଯ୍ୟନ୍ତ ଗିରଫ କରିନ ଥିବାରୁ ମୃତା ନାବାଳିକା ଓ ତାଙ୍କ ପରିବାର ନ୍ୟାୟ ପାଇବା ରୁ ବଞ୍ଚିତ ହୋଇଛନ୍ତି। ମୃତା ଙ୍କ ପରିବାର ଓ ନାବାଳିକା ୯ମ ଶ୍ରେଣୀ ଛାତ୍ରୀ ନ୍ୟାୟ ପାଇବା ନିମନ୍ତେ ଆଜି ଏବିଭିପି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏବିଭିପି ରାଜ୍ୟ ସମ୍ପାଦକ ଶୋଭାଗ୍ୟ ମହାନ୍ତି ଙ୍କର ନେର୍ତ୍ତୃତ୍ୱ ରେ କନ୍ଧମାଳ ଜିଲ୍ଲାର ୧୫ ଗୋଟିରୁ ଉର୍ଦ୍ଧ୍ବ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗଦେଇ ୯ମ ଶ୍ରେଣୀ ଛାତ୍ରୀ ହତ୍ୟା ମାମଲା ର ଅତିଶୀଘ୍ର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ କରିଥିଲେ। ଶହଶହ ଛାତ୍ରଛାତ୍ରୀ ହାତରେ ପ୍ଲା କାର୍ଡ ଧରି ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ସରକାର ଓ ପୋଲିସ ବିରୋଧୀ ସ୍ଲୋଗାନ ଦେଇ କନ୍ଧମାଳ ଏସ ପି ଙ୍କର ଜିଲ୍ଲା କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନ୍ୟାୟ ମାଗିବା ନିମନ୍ତେ ଶହ ଶହ ଛାତ୍ରଛାତ୍ରୀ ଏସ ପି କନ୍ଧମାଳ ଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା କୁ ଉଦ୍ୟମ କରୁଥିବା ବେଳେ ପୋଲିସ ମାନଙ୍କ ସହ ଧସ୍ତାଧସ୍ତି ହେବା ସହ ଏସ ପି ଅଫିସ ଘେରାଉ କରିଥିବା ଦେଖିବା କୁ ମିଳିଥିଲା। ମୃତାଛାତ୍ରୀ ଙ୍କ ନ୍ୟାୟ ଦାବିରେ ଏସ ପି ଙ୍କ ଅଫିସ ସମ୍ମୁଖରେ ସମସ୍ତ ଛାତ୍ରଛାତ୍ରୀ ବସି ସରକାର ବିରୋଧୀ ଓ ପୋଲିସ ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟା କବିତା କଁହର, କନ୍ଧମାଳ ଜିଲ୍ଲା ପ୍ରମୁଖ ଶିଭାଶିଷ ପଣ୍ଡା, ବିଭାଗ ସଙ୍ଗଠନ ମନ୍ତ୍ରୀ ମିଲନ ମହାପାତ୍ର,ଜିଲ୍ଲା ସଙ୍ଗଠନ ମନ୍ତ୍ରୀ ଟୁକୁନା ମଲ୍ଲିକ,ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠୀ, ଜିଲ୍ଲା ସହ ସଂଯୋଜିକା ରାଜ ନନ୍ଦିନୀ ସାହାଣୀ,ବିଭାଗ ସଂଯୋଜକ ସ୍ୱାଗତ ତ୍ରିପାଠୀ, ବିଭାଗ ଏସ ଏଫ ଏସ ଦିବ୍ୟରଞ୍ଜନ ଡାକୁଆ,ତୋପଇ କଁହର, ପ୍ରୀତିଜିନା ସେଠୀ, ଫୁଲବାଣୀ ନଗର ସମ୍ପାଦକ ମଧୁସୂଦନ ବେହେରା, ସହ ସମ୍ପାଦକ ଅଜିତ କୁମାର ବେହେରା ପ୍ରମୁଖ ଯୋଗଦେଇ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମ କୁ କହିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବି ବି ବେହେରା ଛାତ୍ରୀ ମୃତ୍ୟୁ ଘଟଣା ର ତଦନ୍ତ ଚାଲିଛି । ଯେଉଁ ବ୍ୟକ୍ତି ସେହି ଘଟଣା ର ତଦନ୍ତ ପରିସର କୁ ଆସିବ କାହାକୁ ମଧ୍ୟ ଛଡା ଯିବ ନାହିଁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଆନ୍ଦୋଳନ କାରୀ ମାନଙ୍କୁ ସୂଚନା ଦେଇଥିବା ବେଳେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ବିଏଡ୍ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

କଂଗ୍ରେସ ଦଳରେ ଶତାଧିକ ବିଜେପି ଓ ବିଜେଡି ଦଳର କର୍ମୀ ସାମିଲ

Sunil Chandra Nayak

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ସମୟ

Sunil Chandra Nayak

Leave a Comment

error: Content is protected !!