ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫେଲ ମାରୁଛି ଡ଼୍ରେନେଜ ବ୍ୟବସ୍ଥା, ରାସ୍ତା ଉପରେ ଡ଼୍ରେନ ପାଣି

ନର୍ଲା- (ମନିସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ବସ୍ତିରେ ସୁବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ହୋଇ ନ ଥିବାରୁ ଏବେ ଡ଼୍ରେନ ପାଣି ରାସ୍ତା ଉପରେ ଜମି ଯାତାୟତରେ ବ୍ୟାହତ ସୃଷ୍ଟି କରିଛି। ଦୀର୍ଘ ଦିନରୁ ଡ଼୍ରେନ ନିର୍ମାଣ ହୋଇ ପାରୁ ନ ଥିବା ବେଳେ ଯେଉଁ ଡ଼୍ରେନ ଅଛି ତାହା ପୁଣି ଅଳିଆଗଦାରେ ପରିଣତ ହୋଇଛି। ସ୍ଥାନୀୟ ପଞ୍ଚାୟତ ନା ବ୍ଳକ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ରୁପ୍ରାରୋଡ ସାପ୍ତାହିକ ବଜାର ଏହି ରାସ୍ତା ଉପରେ ବସୁଥିବା ବେଳେ ଏଠାରେ ଡ଼୍ରେନ ପାଣି ମାଡି ଯାତାୟାତ ଓ ବଜାର ବସିବାରେ ଘୋର ଅନ୍ତରାୟ ସୃଷ୍ଟି କରୁଛି। ଅନେକ ସ୍ଥାନରେ ଡ଼୍ରେନ ଭାଙ୍ଗି ଯାଇ ଥିବା, ଆବର୍ଜନାରେ ପୋତି ହୋଇଯିବା, ଡ଼୍ରେନ ଉପରେ ଢାଙ୍କୁଣି ନଥିବା ଆଦି ସମସ୍ୟା ଲାଗି ରହିଛି। ବରଗାଁ ନିକଟସ୍ଥ ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଜଣେ ଗୃହ ମାଳିକ ଡ଼୍ରେନ ଉପରେ ମାଟି ପକାଇ ଅବରୋଧ କରିବା ଯୋଗୁଁ ଡ଼୍ରେନ ପାଣି ଶିଶୁ ମନ୍ଦିର ପରିସରରେ ପ୍ରବେଶ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ନଜର ରହିଛି। ଆଗାମୀ ବର୍ଷା ସମୟରେ ଡ଼୍ରେନ ଅବସ୍ଥା ଆହୁରି ଖରାପ ହୋଇ ପରିବେଶ ଦୂଷିତ କାଦୁଅମାଦୁଅ ହୋଇପଡିବ ଏଥିରେ ସନ୍ଦେହ ନାହିଁ। ଏଥିପାଇଁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ପ୍ରଦୀପ କୁମାର ଗଉଡ ମସୀହା ନର୍ଲା ପ୍ରତିନିଧି।

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ଜରୁରୀ ବୈଠକ

Sunil Chandra Nayak

ବାଳିକା ମାନଂକ ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଖୁଡୁ ଖୁଡି ଖେଳ ରେ ଚଢାଉ ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!