ମ,ରାମପୁର,୧୦/୬(ମସୀହା): ସାଙ୍ଗ ର ଏଟିଏମ୍ ସୁଯୋଗ ଦେଖି ଚୋରାଇ ନେଲେ,l ପାଖ ଏଟିଏମ୍ କୁ ଯାଇ ଟଙ୍କା ଉଠେଇଲେ । ଥରକୁ ନଅ ହଜାର ପାଞ୍ଚ ଶହ ଟଙ୍କା କରି ଦୁଇ ଥର ରେ ମୋଟ ଉଣେଇଶ ହଜାର ଟଙ୍କା ଉଠେଇ ହଡ଼ପ କରିନେଇଥିଲେ । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ନିକଟ ବୁରାଟ ଗ୍ରାମ ର କପିଳାସ ସ୍ୱାଇଁ ଓରଫ୍ ପିଲି ଗତ ମାସ ୨୫ ତାରିଖ ଦିନ ଗାଁରେଥିବା ପ୍ରହରୀ ମଣ୍ଡପ ରେ ସାଙ୍ଗ ପର୍ଶୁରାମ ବେହେରା ଶୋଇ ପଡ଼ିଥିବାବେଳେ ତାଙ୍କ ଏଟିଏମ୍ କୁ ଚୋରାଇ ନେଇଥିଲେ l ଏଟିଏମ୍ ର କଭର୍ ଭିତରେ ପିନ୍ ନମ୍ବର ଲେଖାଥିବା ଜାଣି ସେ ଏସବିଆଇ ଏଟିଏମ୍ କୁ ଆସି ଜଣେ ଅଜଣା ବ୍ୟକ୍ତି କୁ ଏଟିଏମ୍ କାଉଣ୍ଟର ଭିତରକୁ ପଠେଇ ଉଣେଇଶ ହଜାର୍ ଟଙ୍କା ଉଠେଇଦେବାକୁ କହିଥିଲା । ଟଙ୍କା ଉଠାଇବା ପରେ ସେ ଏଟିଏମ୍ କୁ ପୁଣି ଉକ୍ତ ବ୍ୟକ୍ତି ଙ୍କ ଗାଡ଼ି ଡିକି ରେ ରଖିଦେଲା । ପରେ ଉକ୍ତ ବ୍ୟକ୍ତି ଶୋଇ କରି ଉଠିଲା ପରେ ସନ୍ଦେହ ହେବାରୁ ବ୍ୟାଙ୍କ୍ ବାଲାନ୍ସ ଚେକ୍ କରି ଥିଲେ ଏବଂ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇ ପୁଲିସ୍ ପାଖ ରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି କେସ ନମ୍ବର ୧୩୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ସିସି ଟିଭି ଫୁଟେଜ ଦେଖି ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇଥିଲା ଏବଂ ଅଭିଯୁକ୍ତ ଧରା ପଡ଼ିଥିଲେ l ଅଭିଯୁକ୍ତ କୁ ଏସଆଇ ଜୟଦେବ ତାରିଣୀ, ଏଏସ ଆଇ ଅରୁଣ କୁମାର ବାତ୍ରିଆ ଯାଇ ତାଙ୍କ ଘରୁ ଉଠେଇ ଆଣିଥିଲେ ଏବଂ ତାକୁ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତଙ୍କ ନାମ ରେ ଥାନାରେ ପୂର୍ବ ରୁ ମଧ୍ଯ ବିଭିନ୍ନ ମାମଲା ରହିଥିବା ଜଣା ପଡିଛି ।
ମ.ରମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l