ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଙ୍ଗ ର ଏଟିଏମ୍ ରୁ ଟଙ୍କା ଉଠେଇ, ଜେଲ୍ ଗଲେ ଯୁବକ

ମ,ରାମପୁର,୧୦/୬(ମସୀହା): ସାଙ୍ଗ ର ଏଟିଏମ୍ ସୁଯୋଗ ଦେଖି ଚୋରାଇ ନେଲେ,l ପାଖ ଏଟିଏମ୍ କୁ ଯାଇ ଟଙ୍କା ଉଠେଇଲେ । ଥରକୁ ନଅ ହଜାର ପାଞ୍ଚ ଶହ ଟଙ୍କା କରି ଦୁଇ ଥର ରେ ମୋଟ ଉଣେଇଶ ହଜାର ଟଙ୍କା ଉଠେଇ ହଡ଼ପ କରିନେଇଥିଲେ । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ନିକଟ ବୁରାଟ ଗ୍ରାମ ର କପିଳାସ ସ୍ୱାଇଁ ଓରଫ୍ ପିଲି ଗତ ମାସ ୨୫ ତାରିଖ ଦିନ ଗାଁରେଥିବା ପ୍ରହରୀ ମଣ୍ଡପ ରେ ସାଙ୍ଗ ପର୍ଶୁରାମ ବେହେରା ଶୋଇ ପଡ଼ିଥିବାବେଳେ ତାଙ୍କ ଏଟିଏମ୍ କୁ ଚୋରାଇ ନେଇଥିଲେ l ଏଟିଏମ୍ ର କଭର୍ ଭିତରେ ପିନ୍ ନମ୍ବର ଲେଖାଥିବା ଜାଣି ସେ ଏସବିଆଇ ଏଟିଏମ୍ କୁ ଆସି ଜଣେ ଅଜଣା ବ୍ୟକ୍ତି କୁ ଏଟିଏମ୍ କାଉଣ୍ଟର ଭିତରକୁ ପଠେଇ ଉଣେଇଶ ହଜାର୍ ଟଙ୍କା ଉଠେଇଦେବାକୁ କହିଥିଲା । ଟଙ୍କା ଉଠାଇବା ପରେ ସେ ଏଟିଏମ୍ କୁ ପୁଣି ଉକ୍ତ ବ୍ୟକ୍ତି ଙ୍କ ଗାଡ଼ି ଡିକି ରେ ରଖିଦେଲା । ପରେ ଉକ୍ତ ବ୍ୟକ୍ତି ଶୋଇ କରି ଉଠିଲା ପରେ ସନ୍ଦେହ ହେବାରୁ ବ୍ୟାଙ୍କ୍ ବାଲାନ୍ସ ଚେକ୍ କରି ଥିଲେ ଏବଂ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇ ପୁଲିସ୍ ପାଖ ରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି କେସ ନମ୍ବର ୧୩୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ସିସି ଟିଭି ଫୁଟେଜ ଦେଖି ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇଥିଲା ଏବଂ ଅଭିଯୁକ୍ତ ଧରା ପଡ଼ିଥିଲେ l ଅଭିଯୁକ୍ତ କୁ ଏସଆଇ ଜୟଦେବ ତାରିଣୀ, ଏଏସ ଆଇ ଅରୁଣ କୁମାର ବାତ୍ରିଆ ଯାଇ ତାଙ୍କ ଘରୁ ଉଠେଇ ଆଣିଥିଲେ ଏବଂ ତାକୁ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତଙ୍କ ନାମ ରେ ଥାନାରେ ପୂର୍ବ ରୁ ମଧ୍ଯ ବିଭିନ୍ନ ମାମଲା ରହିଥିବା ଜଣା ପଡିଛି ।

ମ.ରମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଏଇମିତି ବର୍ଷାରାତି

Sunil Chandra Nayak

ରାଜଶ୍ରୀ ମହାପାତ୍ର ଙ୍କ କବିତା ଜନ ପଥ

Sunil Chandra Nayak

Leave a Comment

error: Content is protected !!