ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଶତବାର୍ଷିକୀ ଆସନ୍ତା ୨୨ ଓ ୨୩ରେ

ରାଉରକେଲା/ ବହୁ ମୁଖରେ ଓଡିଶାର ସକ୍ରେଟିସ ଭାବେ ଅବହିତ ଅଦ୍ବିତୀୟ ପ୍ରତିଭାବାନ ଚିନ୍ତକ, ଶୀର୍ଣ୍ଣ ତନୁରେ ବିଶାଳ ହୃଦୟ ବହନ କରିଥିବା ପ୍ରଫେସର୍ ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ)ଙ୍କ ଜନ୍ମ ଶତବାର୍ଷିକୀ ଗତ ଅକ୍ଟୋବର ୩ତାରିଖ କୁ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସେକ୍ଟର ୭ ସ୍ଥିତ ପ୍ରଗତି ଉତ୍କଳ ସଂଘ ଠାରେ ସେହି ପରମ ପୂଜନୀୟଙ୍କୁ ଶ୍ରଦ୍ଧାଞ୍ଜଳି ଓ ପ୍ରଣିପାତ ଜଣାଇ ପୂର୍ବବର୍ଷ ପରି ଚଳିତ ବର୍ଷ ଆସନ୍ତା ୨୨ ଓ ୨୩ତାରିଖ ଦୁଇଦିନ ଧରି ତାଙ୍କ ଜୟନ୍ତୀ ପାଳନସହ ଆଲୋଚନା ଅନୁଷ୍ଠିତ ହେବ। ୨୨ତାରିଖ ସଂଧ୍ୟା ୬ଟା ୪୫ମିନିଟ୍ ହେବାକୁ ଥିବା କାର୍ଯ୍ୟକ୍ରମରେ ଆରଏସପି ମାନବ ସମ୍ବଳ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ବେଳେ ଚିତ୍ତଭାଇଙ୍କ ପ୍ରିୟ ଓ ଅକାଦେମୀ ପୁରସ୍କାର ପ୍ରାପ୍ତ ପୁସ୍ତକ ‘ ଜୀବନ ବିଦ୍ୟାଳୟ ‘କୁ ନେଇ ଆଲୋଚନା କରିବେ ଓଡିଶା ସାହିତ୍ୟ ଅକାଦେମୀର ସଦସ୍ୟ ରାଜୀବ ପାଣି ଓ ଖଣ୍ଡଗିରି ଭୁବନେଶ୍ବର ସ୍ଥିତ ଓଡିଶାର ପ୍ରଥମ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରବିନ୍ଦ୍ର ନାଥ ପାଢୀ। ଦ୍ୱିତୀୟ ଦିବସ ୨୩ତାରିଖ ଦିବା ୧୦ଟା ୧୫ ମିନିଟରେ ହେବାକୁ ଥିବା ଆଲୋଚନା ଚକ୍ରରେ ରବିନ୍ଦ୍ର ନାଥ ପାଢୀ ମୁଖ୍ୟଅତିଥି ଓ ଆଲୋଚନା ଚକ୍ରରେ ପ୍ରଫେସର୍ ପ୍ରଭାତ ମଲ୍ଲିକ, ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଓ ଡଃ ନଗେନ ଦାସ ଯୋଗଦେଇ ଯଥାକ୍ରମେ ‘ ଓଡିଶାର ସକ୍ରେଟିସ ଚିତ୍ତଭାଇ ‘,’ଋଷି ଚେତନାର ମନୀଷା’,ଓ ‘ ମଣିଷ ଲୋଡୁଥିବା ମଣିଷ ‘ସଂପର୍କରେ ଆଲୋଚନା କରିବେ । ଏହି ଅବସରରେ ସ୍ବ ଶତବାର୍ଷିକୀ ବକୃତା ଆଧାରରେ ଲିଖିତ କେତେକ ପ୍ରବନ୍ଧର ସଂକଳନ ‘ ଆଉ ଏକ ସକାଳ ‘ ଭାଗ ୩ ର ଲୋକାର୍ପଣ କରିବେ ସଂଘର ସଭାପତି ତଥା ଆରଏସପି ସହର ସେବା ତଥା ସାମାଜିକ ଉତ୍ତର ଦାୟିତ୍ଵ ବିଭାଗର ମୁଖ୍ୟ ଅଜୟ କୁମାର ନାୟକ । ଏହାଛଡ଼ା ଚିତ୍ତଭାଇଙ୍କ ରଚନାବଳୀର ବିକ୍ରୀ ଓ ପ୍ରସାର ଉଦ୍ଦେଶ୍ୟରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏଥିପାଇଁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟିକପ୍ରେମୀ ଯୋଗଦେବାପାଇଁ କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଭାରତଭୂଷଣ ମହାନ୍ତି ଅନୁରୋଧ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜର୍ଣ୍ଣାଲିଷ୍ଟ ଆସୋସିଏସନର ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ଧନ୍ୟବାଦ କେନ୍ଦ୍ର ସରକାର, ଓଡିଶାକୁ ଦେଲେ ପ୍ରାଧାନ୍ୟ

Sunil Chandra Nayak

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

Sunil Chandra Nayak

Leave a Comment

error: Content is protected !!