ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସୀହା ରେ ଖବର ପ୍ରସାରଣ  ଏବଂ ବିଏଚ୍ ଆର୍ ସି ର ଟ୍ୟୁଇଟ ଅବଗତ ପରେ ପ୍ରଶାସନ ତତ୍ପର 

କାମାକ୍ଷାନଗର_ 3/9/22 ଗରିବ ପରିବାରର ମୁଖ୍ୟ ବ୍ୟକ୍ତି ଅକର୍ମଣ୍ୟ  ହୋଇ ବିଛଣାରେ l ସାହାଯ୍ୟ କୁ ଅପେକ୍ଷା , ଏକ ଶୀର୍ଷକ ଥାଇ ଆମ ତରଫରୁ ଖବର ପ୍ରସାରଣ ହୋଇଥିଲା ଏବଂ ବିଏଚ୍ ଆର୍ ସି ତରଫରୁ ଟ୍ୟୁଇଟ ଅବଗତ କରାଇଥିଲେ ପ୍ରଶାସନ ଙ୍କୁ  । ଏହା  ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଢେଙ୍କାନାଳ  ସିଡିଏମଓ ଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ରୁ କଟକ SCB ମେଡ଼ିକାଲ ନିଆଯାଇଥିଲା lମେଡିକାଲ କୁ ଯିବା ସମୟରେ ଆର୍ଥିକ ସାହାଯ୍ୟ ସହଯୋଗ ଓ ରାସନ ସାମଗ୍ରୀ ସହଯୋଗ କରିଥିଲେ ଚାନ୍ଦପୁର ଗାଁ ର ବାଲଗଣେଶ ପୂଜା କମିଟି ।କଟକ ମେଡ଼ିକାଲ ରୁ ଚାନ୍ଦପୁର ଗାଁ ଗାଡିଯୋଗେ ଘରକୁ ଯିବା ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିଲେ ମାତୃଭୂମି ଓଡ଼ିଶାର ପ୍ରକାଶ ସାହୁ , ଅଭିଷେକ ମହାପାତ୍ର, ଏବଂ ଆଉ କିଛି ବଦାନ୍ୟ ବ୍ୟକ୍ତି ।ଢେଙ୍କାନାଳ ଜିଲ୍ଲା , କଙ୍କଡ଼ାହାଡ଼ ବ୍ଲକ , ଚାନ୍ଦପୁର ଗ୍ରାମପଞ୍ଚାୟତର ଡାକ୍ତର_ପରିଡ଼ା, କଟକ SCB ମେଡ଼ିକାଲ ରେ ପହଂଚିବା ପରେ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ କଟକ ର ବିଶିଷ୍ଠ ସମାଜ ସେବୀକା ସବିତା ବେହେରା ଙ୍କୁ ଜଣାଇବା ପରେ ସମାଜ ସେବୀକା ସବିତା ବେହେରା ମେଡ଼ିକାଲ ରେ ପହଂଚି ଡକ୍ଟର ଙ୍କ ସହିତ ପରାମର୍ଶ କରାଇ ଉତ୍ତମ ଚିକିତ୍ସା ପାଇଁ ଆଲୋଚନା କରି ସାହାଯ୍ୟ ସହଯୋଗ କରିଥିଲେ। ସାହାଯ୍ୟର ହାତ ବଢ଼େଇବାକୁ ମାତୃଭୂମି ଓଡିଶା ତରଫରୁ ଦଶଦିନ ପୂର୍ବରୁ ପ୍ରତିଶୃତି ଦେଇଥିଲେ lପରେ ଖବର ପାଇ ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ ଙ୍କ ନିର୍ଦ୍ଦେଶ କ୍ରମେ  bhrc ର ବିରଞ୍ଚି ସାହୁ ତାଙ୍କ ଘରକୁ ଯାଇ ଉତ୍ତମ ଚିକିତ୍ସା ନିମନ୍ତେ ପ୍ରଶାସନଙ୍କ ଦୁଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ପ୍ରଥମେ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଇଥିଲେ ଏବଂ  ଗତ 2 / 9/2022 ତାରିଖ ଦିନ SCB କୁ ସ୍ଥାନାନ୍ତରିତ କରାଇଥିଲେ , ସେଠାରେ ଡାକ୍ତରଙ୍କ କହିବା ମୁତାବକ ସ୍ପାଇନାଲକର୍ଡ ରେ କୌଣସି ଅସ୍ତ୍ରୋପ୍ରଚାର କରାଯାଉନାହିଁ , ଯାହାକି ଚିକିତ୍ସା ଅସମ୍ଭବ ତେଣୁ ତାଙ୍କୁ ଘରକୁ ଫେରେଇ ନବାକୁ ପରାମର୍ଶ ଦେଇଥିଲେ ଡାକ୍ତର,ସୁଦୂର କଟକରୁ ଢେଙ୍କାନାଳ ଆସିବାକୁ ତାଙ୍କ ପାଖରେ ଅର୍ଥ ଅଭାବ ଥିବା ହେତୁ  ସେ ପୁଣି  ମାତୃଭୂମି ଓଡିଶା ସହ ଯୋଗାଯୋଗ କରିଥିଲେ । ସଂଗଠନର ସକ୍ରିୟ ସଦସ୍ୟ ପ୍ରକାଶ ସାହୁ  ତୁରନ୍ତ ମେଡିକାଲ ପହଞ୍ଚି ଗାଡ଼ି ଯୋଗାଡ଼ କରି ତାଙ୍କୁ ଘରକୁ ପଠେଥିଲେ!,ପେସେଣ୍ଟ ର ସବୁ ଦାଇତ୍ୱ ସମାଜ ସେବୀକା ସବିତା ବେହେରା  ପହଁଞ୍ଚି ତାଙ୍କ କଥା ବୁଝି ଥିଲେ ।Bhrc ର ଜାତୀୟ କାର୍ଯ୍ୟ ରତ ସଭାପତି ତଥା ସମାଜ ସେବୀ ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି , ଡାକ୍ତର ପରିଡାଙ୍କ ପାଇଁ ସ୍ଥାୟୀ ଯୋଜନା ମିଳୁ ଯଥା ରାସନ, ଅନ୍ତୋଦୟ ଅନ୍ନପୂର୍ଣା ଯୋଜନା, ଆବାସ ଯୋଜନାରେ ଘରଟିଏ ଏବଂ ଦିବ୍ୟାଙ୍ଗ ଭତ୍ତା  ଯୋଗାଇ ଦିଆଯାଉ ବୋଲି ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଅନୁରୋଧ କରିଛନ୍ତି ସମାସେବୀକା ସବିତା ବେହେରା ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଓ ପ୍ରକାଶ ସାହୁ ଏବଂ bhrc  ଏବଂ ମାତୃଭୂମି ଓଡ଼ିଶାର ଏହିପରି ସେବା କାର୍ଯ୍ୟ କୁ ଡାକ୍ତର ଙ୍କ ପରିବାର ଧନ୍ୟବାଦ ଜଣାଇଛନ୍ତି । ଡାକ୍ତର ଏବେ ବିଛଣାରେ ପଡିରହିବେ  lଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ପାଇଁ ଚାହୁଁ ଛନ୍ତି  ଡାକ୍ତର ପରିଡା ଙ୍କ ଯୋଗାଯୋଗ ନମ୍ବର ,7077005760

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ର

Sunil Chandra Nayak

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ,  ଆୟତ୍ତ କଲା ଅଗ୍ନିଶମ ବିଭାଗ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

Leave a Comment

error: Content is protected !!