ଢେଙ୍କାନାଳ,:3/9/22 ଢେଙ୍କାନାଳ ଆଜି ରାଧା ଅଷ୍ଟମୀ ଥିବାରୁ ମୀନା ବଜାର ଓ ଗଣେଶ ବଜାର ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ମାଟି ଅନୁକୁଳ କରାଯାଇ ଥିଲା । ସ୍ଥାନୀୟ କାମଗରା ଗ୍ରାମ ର ବ୍ରାହ୍ମଣୀ ନଦୀ କୂଳରୁ ପୂଜା ଅର୍ଚନା କରାଯାଇ ମହାଲକ୍ଷ୍ମୀ ଙ୍କ ପାଇଁ ମାଟି ଆସିଥିଲା l ଢେଙ୍କାନାଳ ସହର ମଧ୍ୟରେ ବାଦ୍ୟ ସଂକିର୍ତ୍ତନ ମଣ୍ଡଳି ଦ୍ଵାରା ସହର ପରିକ୍ରମା କରାଯାଇ ଥିଲା । ଏହି ମାଟି ମହାଲକ୍ଷ୍ମୀ ଙ୍କ ପ୍ରସ୍ତୁତି ସମୟରେ ଲାଗି ହେବ। ଚଳିତ ବର୍ଷ ଧୁମ୍ ଧାମରେ ମହାଲକ୍ଷ୍ମୀ ପୂଜା ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ପୂଜକ ଗଗନ ଭାଇନା, କର୍ତ୍ତା ନରେନ୍ଦ୍ର କୁମାର ସାହୁ,ଟ୍ରଷ୍ଟ ସଭାପତି ବିରଞ୍ଚି ନାରାୟଣ ସାହୁ,ସଭାପତି ରବି ନାରାୟଣ ମହାନ୍ତି,କାର୍ଯ୍ୟକାରିଣୀ ସଭାପତି ନିରୋଜ୍ କୁମାର ସାହୁ,ସମ୍ପାଦକ ପୀତବାସ ସାହୁ ଓ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ମହାଲକ୍ଷ୍ମୀ ମାଟି ଅନୁକୂଳ ହୋଇଥିଲା l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍