ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ରାଧା ଅଷ୍ଟମୀ ରେ ମହାଲକ୍ଷ୍ମୀ ଙ୍କର ମୂର୍ତ୍ତି ନିମିତ୍ତ ମାଟି ଅନୁକୁଳ

ଢେଙ୍କାନାଳ,:3/9/22  ଢେଙ୍କାନାଳ ଆଜି ରାଧା ଅଷ୍ଟମୀ ଥିବାରୁ ମୀନା ବଜାର ଓ ଗଣେଶ ବଜାର ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ମାଟି ଅନୁକୁଳ କରାଯାଇ ଥିଲା । ସ୍ଥାନୀୟ କାମଗରା ଗ୍ରାମ ର ବ୍ରାହ୍ମଣୀ ନଦୀ କୂଳରୁ ପୂଜା ଅର୍ଚନା କରାଯାଇ ମହାଲକ୍ଷ୍ମୀ ଙ୍କ ପାଇଁ ମାଟି ଆସିଥିଲା l ଢେଙ୍କାନାଳ ସହର ମଧ୍ୟରେ ବାଦ୍ୟ ସଂକିର୍ତ୍ତନ ମଣ୍ଡଳି ଦ୍ଵାରା ସହର ପରିକ୍ରମା କରାଯାଇ ଥିଲା । ଏହି ମାଟି ମହାଲକ୍ଷ୍ମୀ ଙ୍କ ପ୍ରସ୍ତୁତି ସମୟରେ ଲାଗି ହେବ। ଚଳିତ ବର୍ଷ ଧୁମ୍ ଧାମରେ ମହାଲକ୍ଷ୍ମୀ ପୂଜା ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ପୂଜକ ଗଗନ ଭାଇନା, କର୍ତ୍ତା ନରେନ୍ଦ୍ର କୁମାର ସାହୁ,ଟ୍ରଷ୍ଟ ସଭାପତି ବିରଞ୍ଚି ନାରାୟଣ ସାହୁ,ସଭାପତି ରବି ନାରାୟଣ ମହାନ୍ତି,କାର୍ଯ୍ୟକାରିଣୀ ସଭାପତି ନିରୋଜ୍ କୁମାର ସାହୁ,ସମ୍ପାଦକ ପୀତବାସ ସାହୁ ଓ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ମହାଲକ୍ଷ୍ମୀ ମାଟି ଅନୁକୂଳ ହୋଇଥିଲା l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନୂଆପଡା ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକ ପାଇଁ ପାଞ୍ଚ ଜଣ ବ୍ଲକ ଉପାଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଳାସର ସାଥି, ବିନାଶକୁ ଗତି

Sunil Chandra Nayak

ଖଡ଼ିଆଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!