ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମାଧୁର୍ଯ୍ୟମୟୀ କାଶତଣ୍ଡି 

 ମାଧୁର୍ଯ୍ୟମୟୀ କାଶତଣ୍ଡି 

      ବେଣୁଧର ସୂତାର

ତୁମେ ଶାରଦୀୟ ସ୍ନିଗ୍ଧ ସମ୍ମୋହନ
ନିଖିଳ ମୋହିନୀ ଚାରୁହାସିନୀ
ରୂପସୀ ଅଳସୀ ଲାସ୍ୟ ମଦାଳସୀ
ଦିବ୍ୟ ଶୋଭାମୟୀ ଋତୁ କାମିନୀ 
ଆଗୋ ଶ୍ଵେତମୟୀ ପ୍ରକୃତି କନ୍ୟା
ଏ ଧରା ବକ୍ଷରେ ରୂପ କୁହକରେ
ନୈସର୍ଗୀକ ଶୋଭା ତୁମ ଅନନ୍ୟା
।।
ଅନବଦ୍ୟରୂପେ ନୈବେଦସମ୍ଭାରେ
ନିଟୋଳ ନୟନେ ସପନ ଭରି
ଗଙ୍ଗଶିଉଳିର ମହକ ମାଧୁରୀ
ବୁକୁରେ ଖେଳାଏ ପ୍ରୀତି ଲହରି
ଧୀର ସମୀରଣ ମୃଦୁ ପରଶେ
ଚାରୁ ଓଠ ଧାରେ ହସ ପୀୟୂଷରେ
ଲାସ୍ୟ ମଧୁଛନ୍ଦେ ନିଖିଳ ତୋଷେ
।।
ଭିଜା ଅସ୍ତରାଗ ସୁବର୍ଣ୍ଣ ଢେଉରେ
କାଉଁରୀ ମନ୍ତର ଦେଇଛ ବୁଣି
ମଧୁ ଯାମିନୀର ରୁପା ଜୋଛନାରେ
ଲାବଣ୍ୟ ଝରା ଯା ରୂପ ରୋଷଣି
ପ୍ରାଣେପ୍ରାଣେବୋଳେ ଭାବ ଅଞ୍ଜନ    
 ବିଶ୍ଵ ବିମୋହିନୀ ରୂପ ସୁହାଗିନୀ
ପ୍ରୀତିଛନ୍ଦମୟୀ ଚାରୁ ସୁମନ   
।।
ଶୁଭ୍ର ଶାରଦୀୟ ମଧୁ ଚନ୍ଦ୍ରିକାରେ
ଜୋଛନା ଝରଇ ଶିରି ଶିରିକା
ଆଗୋଲାସ୍ୟମୟୀ ଶରତପ୍ରେମିକା
ଅୟି ପ୍ରକୃତିର ଅଭିସାରିକା 
ଜ୍ୟୋତ୍ସ୍ନାଭିଜାତନୁ ଲାସ୍ୟ ବିଳାସ
ମର୍ତ୍ତ୍ୟ ବୈକୁଣ୍ଠରେ ରୂପସୁଧା ଧାରେ
ବୁହାଇଛ କଳ କଲ୍ଲୋଳ ରସ 
।।
ତୁମେ ଶରତର ପ୍ରୀତିନାୟିକା ଗୋ
ରୂପମାଧୁରୀରେ କରିଛ ବଶ
ନାହିଁ ମକରନ୍ଦ ନଲୋଡେ ଅଳିନ୍ଦ
ରଚିବାକୁ ପ୍ରୀତି ଅମିୟ ରାସ
ରୂପମୟୀ କାଶତଣ୍ଡି ସୁନ୍ଦରୀ
ଭବ ଉପବନେ ଭାବ ନିକେତନେ
ତୁମେ ଅଳକାର ପ୍ରୀତି ମଞ୍ଜରୀ ।।

କେଶଦୁରାପାଳ କେନ୍ଦୁଝର

Related posts

ଛେଣ୍ଡ କଲୋନୀ ସ୍ଥିତ ଭିଏସଏସ ମାର୍କେଟ ର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟର ଶୁଭାରାମ୍ଭ

Sunil Chandra Nayak

ଦାସିଗାଁ ପେକ୍ସ ସଭାପତି ଭାବେ ବିଶ୍ୱନାଥ କର ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

ବିପଦ ସଂକୁଳ ଅବସ୍ଥାରେ ଚାରବାହାଲ ୟୁ ପି ସ୍କୁଲ ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!